ଚାକିରୀ ପାଇଁ ବଡ଼ ସୁଯୋଗ! ସ୍କାଉଟ୍ ଏବଂ ଗାଇଡ୍ କୋଟା ରହିଥିଲେ ଭାରତୀୟ ରେଳବାଇରେ ମିଳିବ ଚାକିରୀ

 
Scout and guides

ଆପଣ ମଧ୍ୟ ଜଣେ ଚାକିରୀ ଆଶାୟୀ କି? ତେବେ, ଆପଣଙ୍କ ପାଇଁ ଏକ ବଡ଼ ଖୁସି ଖବର ଆଣି ଦେଇଛି ଭାରତୀୟ ରେଳ ବିଭାଗ। ଆଜ୍ଞା ହଁ, ଯଦି ଆପଣ ସ୍କାଉଟ୍ ଏବଂ ଗାଇଡ୍ସରେ ଅଂଶଗ୍ରହଣ କରିଥାନ୍ତି। ତେବେ, ରେଳବାଇରେ ଚାକିରୀ ପାଇବାର ସୁଯୋଗ ପାଇପାରିବେ। ପ୍ରକୃତରେ ରେଳବାଇରେ ସ୍କାଉଟ୍ ଏବଂ ଗାଇଡ୍ କୋଟା ଅଧୀନରେ ଲେବଲ୍ ୧ ଏବଂ ଲେବଲ୍ ୨ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:

For Latest Job news, Join our WhatsApp & Telegram Channel below:

WhatsApp Channel (Join Now) Join Now
Telegram Group (Join Now) Join Now

Railways

ଏହି ନିଯୁକ୍ତି ଦକ୍ଷିଣ ରେଳବାଇ ଦ୍ୱାରା କରାଯାଉଥିବା ବେଳେ ଏହାର ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ସ୍କାଉଟ୍ ଏବଂ ଗାଇଡ଼ କୋଟାରେ ମୋଟ ଉପରେ ୧୭ଟି ପଦବୀ ପୂରଣ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ୱେବସାଇଟ୍ https://www.rrcmas.in/ କୁ ଯାଇ ଆବେଦନ କରି ପାରିବେ। 

Scout and guides

ଏଥିପାଇଁ ଅନଲାଇନ ଆବେଦନ ଜାନୁୟାରୀ ୨୦ ତାରିଖରୁ ଆରମ୍ଭ ହୋଇ ସାରିଛି। ଏଥିସହିତ ଏହା ୨୦ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ ଚାଲୁ ରହିବ। ଶିକ୍ଷାଗତ ଯୋଗ୍ୟତା ସହିତ ଏହି ଚାକିରୀ ଲାଗି ଆପଣଙ୍କର ସ୍କାଉଟ ଆଣ୍ଡ ଗାଇଡ଼ କୋଟା ରହିବା ନିତ୍ୟାନ୍ତ ଆବଶ୍ୟକ ଅଟେ।

Scouts ncc

ଆବେଦନ କରିବା ପାଇଁ ବୟସ ସୀମା ୧ ଜାନୁୟାରୀ ୨୦୨୪ ଅନୁଯାଇ ସର୍ବନିମ୍ନ ୧୮ ବର୍ଷ ବୟସ ଏବଂ ସର୍ବାଧିକ ୩୦ ବର୍ଷ ବୟସ ହୋଇଥିବା ଉଚିତ। ଏଥିପାଇଁ ଆବେଦନ ଶୁଳ୍କ ୫୦୦ ଟଙ୍କା ରହିଥିବା ବେଳେ SC/STଙ୍କ ପାଇଁ ୨୦୦ ଟଙ୍କା ଧାର୍ଯ୍ୟ କରାଯାଇଅଛି। ଲିଖିତ ପରୀକ୍ଷା(ଅବଜେକ୍ଟିଭ୍ ପ୍ରଶ୍ନ), କମ୍ପ୍ୟୁଟର ଆଧାରିତ ପରୀକ୍ଷା ଏବଂ ସାଧାରଣ ଜ୍ଞାନ ଟେଷ୍ଟ୍(ଅବଜେକ୍ଟିଭ୍ ପ୍ରଶ୍ନ) ଦ୍ୱାରା ଆପଣଙ୍କ ଚୟନ କରାଯିବ।