ଜିଓ ଦେଲା ଖୁସି ଖବର, ଏବେ ବିନା ରିଚାର୍ଜରେ ବି ମିଳିବ ଡାଟା, ଏମିତି କରିପାରିବେ ଆବେଦନ

 
jio recharge

ରିଲାଏନ୍ସ ଜିଓ ଗ୍ରାହକମାନଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଏଣିକି ଜିଓର ପ୍ରିପେଡ଼ ଗ୍ରାହକମାନେ ଡାଟା ଲିମିଡ ଶେଷ ହେବା ପରେ କମ୍ପାନୀଠାରୁ ଏମରଜେନ୍ସି ଡେଟା ଲୋନ୍ ଆଣିପାରିବେ। ଦେଶରେ ପ୍ରଥମଥର କୌଣସି ଦୂରସଞ୍ଚାର କମ୍ପାନୀ ଡାଟା ଲୋନର ସୁବିଧା ଦେଉଛି। ଡାଟା ଲୋନ୍ ୧ ଜିବି ପ୍ୟାକରେ ଉପଲବ୍ଧ ହେବ। 

ରିଲାଏନ୍ସ ଜିଓର ପ୍ରତିଷ୍ଠାତା ମୁଖ୍ୟ ମୁକେଶ ଅମ୍ବାନୀ ଗ୍ରାହକଙ୍କ ପାଇଁ ଘୋଷଣା କରିଛନ୍ତି ଏହି ଏମରଜେନ୍ସି ଡାଟା ଲୋନ୍। ଏଥିରେ ୧ ଜିବି ଡାଟା ପ୍ୟାକ୍ ପାଇଁ ୧୧ ଟଙ୍କା ଦେବାକୁ ପଡିବ। ତେବେ ପ୍ରତ୍ୟେକ ଗ୍ରାହକ ୫ ପ୍ୟାକ୍ ଅର୍ଥାତ୍ ୫ ଜିବି ଡାଟା ଲୋନ୍ କରିପାରିବେ। ଏଥିରେ ଗ୍ରାହକମାନେ ପ୍ରଥମେ ଡାଟା ଲୋନ୍ ଆଣିବେ ଓ ପରେ ପରିଶୋଧ କରିବେ। ତେବେ ଆସନ୍ତୁ ଜାଣିବା ଡାଟା ଲୋନ୍ ଆଣିବା ପାଇଁ କ’ଣ କରିବାକୁ ପଡ଼ିବ। 

1- ପ୍ରଥମେ ମାଇଁ ଜିଓ ଆପକୁ ଖୋଲନ୍ତୁ। ଏହା ପରେ ପେଜର ବାମ ପଟରେ ଥିବା ମେନ୍ୟୁକୁ ଯାଆନ୍ତୁ।

2- ମୋବାଇଲ ସେବାରେ ଥିବା ଏମରଜେନ୍ସି ଡାଟା ଲୋନ୍କୁ ବାଛନ୍ତୁ।

3- ଏମରଜେନ୍ସି ଡାଟା ଲୋନ୍ ଉପରେ ଲେଖା ହୋଇଥିବା ପ୍ରୋସିଡ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ।

4- ଗେଟ୍ ଏମରଜେନ୍ସି ଡାଟା ଅପସନକୁ ବାଛନ୍ତୁ।

5- ଏମରଜେନ୍ସି ଡାଟା ଲୋନର ଉପକାରିତାର ଫାଇଦା ଉଠାଇବା ପରେ ସେଠାରେ ଥିବା ଆକ୍ଟିଭ୍ ନାଓ ଉପରେ କ୍ଲିକ୍ କରନ୍ତୁ ।

6- ଏପରି କରିବା ଦ୍ୱାରା ଏମରଜେନ୍ସି ଡାଟା ଲୋନ ଆକ୍ଟିଭ ହୋଇଯିବ।