ଜିଓ ର ଦୀପାବଳୀ ଧମାକା: ପୁଣିଥରେ ଆପଣମାନଙ୍କୁ ମିଳିବ ମାଗଣା ସେବା, ଜିଓ ଦେବ ସମସ୍ତଙ୍କୁ ଦୀପାବଳୀ ବୋନସ୍

 
Jio digital plan

ଦେଶର ସର୍ବବୃହତ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ପୁଣି ଥରେ ଏହାର ଗ୍ରାହକମାନଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛି। ସୂଚନା ଅନୁଯାୟୀ, ଜିଓ କମ୍ପାନୀ ଏହାର ଗ୍ରାହକମାନଙ୍କୁ ୨୮ ଦିନର ମାଗଣା ପ୍ରିପେଡ଼ ପ୍ଲାନ ଯୋଗାଇ ଦେଉଛି। ଜିଓ ଏହାର ଗ୍ରାହକମାନଙ୍କ ପାଇଁ Jio together ରେଫରାଲ୍ କୋଡ୍ ଜାରି କରିଛି। ଏଥିରେ, ରେଫରିଂ କରୁଥିବା ଗ୍ରାହକଙ୍କୁ ₹୯୮ ଏବଂ ₹୩୪୯ ର ମାଗଣା ରିଚାର୍ଜ ଭାଉଚର ଦିଆଯିବ।

Jio

ସୂଚନା ଅନୁଯାୟୀ, ଜିଓ କମ୍ପାନୀର ଏହି ଅଫର ଦୀପାବଳୀ ପାଇଁ ଆରମ୍ଭ କରିଛି । ନୂତନ ଜିଓ ପ୍ରିପେଡ଼ ସଂଯୋଗ କିମ୍ବା ମୋବାଇଲ ନମ୍ବର ପୋର୍ଟ କରୁଥିବା ଗ୍ରାହକମାନେ ଏହି ରେଫରାଲ କୋଡ଼କୁ ବ୍ୟବହାର କରିପାରିବେ। ନୂତନ ଜିଓ ସିମ୍ ନେଉଥିବା କିମ୍ବା ଜିଓ ନମ୍ବରକୁ ପୋର୍ଟ କରୁଥିବା ଯେ କୌଣସି ବ୍ୟକ୍ତିଙ୍କୁ ଆପଣ ଏହି ରେଫରାଲ୍ କୋଡ୍ ପଠାଇ ପାରିବେ। ଭାଉଚର ପାଇବା ପାଇଁ ରେଫର୍ ହୋଇଥିବା ଉପଭୋକ୍ତାଙ୍କୁ ପ୍ରଥମେ ନୂତନ ଜିଓ ସିମ୍ ରେ ₹୧୯୯ କିମ୍ବା ₹୨୪୯ ର ରିଚାର୍ଜ କରିବାକୁ ହେବ।

Jio

ସିମ୍ ଆକ୍ଟିଭେଟ୍ ହେବାପରେ ହ୍ଵାଟ୍ସଆପ ନମ୍ବର ୭୯୭୭୪୭୯୭୭୪ କୁ FRIEND ଲେଖି ବାର୍ତ୍ତା ପଠାଇବାକୁ ହେବ। ଏହାପରେ ରେଫର୍ କରିଥିବା ମୋବାଇଲ୍ ନମ୍ବରକୁ ୩ଦିନ ମଧ୍ୟରେ ଦାଖଲ କରିବାକୁ ହେବ। ଏହି ପ୍ରକ୍ରିୟାର ସଫଳ ସମାପ୍ତି ପରେ, ଭାଉଚର୍ ଆପଣଙ୍କ ଫୋନ୍ ନମ୍ବର ସହିତ ଲିଙ୍କ୍ ହୋଇଯିବ, ଯାହାକୁ ଆପଣ MyJio ଆପ୍ ମାଧ୍ୟମରେ ଦାବି କରିପାରିବେ।