ରଜ କ୍ୱିନ୍ ବିବାଦକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ଝିଲିକ୍, କହିଲେ ଏହି ଜଜ୍ ମାନେ ଝିଅମାନଙ୍କୁ...

 
Raja queen jhilik

ବର୍ତ୍ତମାନ ସମୟରେ ଓଡ଼ିଆ ରିଆଲିଟି ସୋ "ରଜ କୁଇନ୍" ଓ "ରଜ ସୁନ୍ଦରୀ" କୁ ନେଇ ବିବାଦ ବଢିଚାଲିଛି। ଏହି ସୋରେ ପ୍ରତିଯୋଗୀମାନଙ୍କୁ ଏପଟ ସେପଟ ପ୍ରଶ୍ନ ପଚାରି ସେମାନଙ୍କୁ ଲଜ୍ଜିତ କରାଯାଉଥିବା ଅଭିଯୋଗ ହୋଇଛି। ତେବେ ଏହି ରିଆଲିଟି ସୋର ଜଜ୍ ମାନଙ୍କୁ ନେଇ ମୁହଁ ଖୋଲିଛନ୍ତି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ନାୟିକା ଝିଲିକ ଭଟ୍ଟାଚାର୍ଯ୍ୟ।

ଝିଲିକ କହିଛନ୍ତି ଯେ କୌଣସି ବି ରିଆଲିଟି ସୋରେ ଜଜ୍ ହେବାପାଇଁ ପ୍ରଥମେ ନିଜର ଯୋଗ୍ୟତା ଥିବା ଆବଶ୍ୟକ। ଜଜ୍ ମାନେ ପ୍ରତିଯୋଗୀ ମାନଙ୍କୁ ଠିକ ବ୍ୟବହାର କରିବା ଉଚିତ୍ ଏବଂ ଯିଏ ବି ଭୁଲ କରୁଛନ୍ତି ତାଙ୍କୁ ସେହି ବିଷୟରେ ବୁଝାଇବା ଉଚିତ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଝିଲିକ୍ ମଧ୍ୟ "ଓଡ଼ିଶାର ବେଷ୍ଟ ଡ୍ରାମେଵାଜ୍" ନାମକ ରିଆଲିଟି ସୋରେ ଜଜ୍ ଭାବରେ କାର୍ଯ୍ୟ କରିସାରିଛନ୍ତି। 

ବର୍ତ୍ତମାନ ଯେଉଁଭଳି ଜଜ୍ ମାନଙ୍କୁ ଟ୍ରୋଲ କରାଯାଉଛି ତାହା ଠିକ କି ଭୁଲ ବୋଲି ଝିଲିକଙ୍କୁ ପଚରା ଯାଇଥିଲା। ଯାହାର ଉତ୍ତରରେ ସେ କହିଥିଲେ ଯେ ପ୍ରତିଯୋଗୀ ମାନଙ୍କୁ ରିଆଲିଟି ସୋ ଯେଉଁଥିପାଇଁ ଚାଲିଛି ତାହାରି ଉପରେ ପ୍ରଶ୍ନ ପଚରାଯିବା ଉଚିତ କିନ୍ତୁ ଅଯଥା ପ୍ରଶ୍ନ ପଚାରି ସେମାନଙ୍କୁ ଲାଜ୍ଜିତ କରିବା ଗ୍ରହଣୀୟ ନୁହେଁ।

ଏଥିସହିତ ସେ ନିଜ ଉଧାରଣ ଦେଇ," ମୁଁ ମଧ୍ୟ ଗୋଟିଏ ସୋ ରେ ଜଜ୍ ଥିଲି, ସେତେବେଳେ ତ ମୋ ନାମରେ କୌଣସି ପ୍ରଶ୍ନ ଉଠି ନ ଥିଲା। କିନ୍ତୁ ବର୍ତ୍ତମାନ କଣ ପାଇଁ ଉଠୁଛି। କାରଣ ଯେଉଁ ପ୍ରଶ୍ନ ଆବଶ୍ୟକ ସେହି ପ୍ରଶ୍ନ କୁ ପ୍ରତିଯୋଗୀ ମାନଙ୍କୁ ପଚାରିବା ଉଚିତ ଅନ୍ୟ କୌଣସି ବିଷୟ ରେ ଅଯଥା ପ୍ରଶ୍ନ କଲେ ନିଶ୍ଚୟ ଏହା ହିଁ ହେବ" ବୋଲି ସେ କହିଥିଲେ।