ଦେଖନ୍ତୁ ଭିଡ଼ିଓ: ଛେପ ପକାଇ ଚୁଟି କାଟିବା ପଡିଲା ମହଙ୍ଗା, ଅଡୁଆରେ ଲୋକପ୍ରିୟ ହେୟାର ଷ୍ଟାଇଲିଷ୍ଟ ଜାୱେଦ୍ ହବିବ୍….

 
Jawed habib

ଚୁଟିରେ ଛେପ ପକାଇ କାଟିବା ପଡ଼ିଲା ମହଙ୍ଗା, ଲୋକପ୍ରିୟ ହେୟାର ଷ୍ଟାଇଇଷ୍ଟ ଜାୱେଦ ହବିବଙ୍କ ବିରୋଧରେ କଡ଼ା ପଦକ୍ଷେପ ନେଲା ମହିଳା କମିଶନ। କିଛି ଦିନ ପୂର୍ବରୁ ଜାୱେଦ ହବିବଙ୍କର ଏକ ଭିଡ଼ିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ ଜଣେ ମହିଳାଙ୍କର ଚୁଟି କାଟୁଥିବା ସମୟରେ ମୁଣ୍ଡରେ ଛେପ ପକାଉଥିବା ଦେଖିବାକୁ ମିଳିଥିଲା।

Jawed habib

ଏହି ଭିଡ଼ିଓ ଗଣମାଧ୍ୟମରେ ଭାଇରାଲ ହେବାପରେ ଜାତୀୟ ମହିଳା କମିଶନ ତାଙ୍କର ଏହି କାମକୁ ଆପତ୍ତିଜନକ ବୋଲି ଦର୍ଶାଇବା ସହ ଏଥିନେଇ ଏକ ନୋଟିସ ଜାରି କରିଛନ୍ତି। କେବଳ ଏତିକି ନୁହେଁ ବରଂ ଏଥିନେଇ ଦିଲ୍ଲୀ ପୋଲିସକୁ ଜଣାଇବା ସହ ହାବିବଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି।


ଏଠାରେ ଉଲ୍ଲେଖଯୋଗ୍ୟ ଯେ ଲୋକପ୍ରିୟ ହେୟାର ଷ୍ଟାଇଲିଷ୍ଟ ଜାୱେଦ ହବିବ୍ ତାଙ୍କର ଏକ ଟ୍ରେନିଂ କ୍ଳାସ୍ ଚାଲିଥିବା ସମୟରେ ପୂଜା ଗୁପ୍ତା ନାମକ ଜଣେ ବିୟୁଟିପାର୍ଲର ସଂଚାଳିକାଙ୍କ ଚୁଟି କାଟୁଥିଲେ। ଏହାରି ଭିତରେ ସେ ତାଙ୍କ ଚୁଟି ଉପରେ ଛେପ ପକାଇ ଦେଇଥିଲେ। ପାଣି ନଥିଲେ ଆପଣ ଏହି ଛେପକୁ ବ୍ୟବହାର କରିପାରିବେ ବୋଲି ହବିବ୍ କହୁଥିବାର ଦେଖିବାକୁ ମିଳିଥିଲା।