ଦେଖନ୍ତୁ ଭିଡ଼ିଓ: ମୁହଁ ଖୋଲିଲେ ଟାଇଟେନିକ୍ ଫିଲ୍ମର ନିର୍ଦେଶକ! କହିଲେ, "ଏପରି କରିଥିଲେ ୫ଟି ଜୀବନ ଯାଇନଥାନ୍ତା ଏବଂ…"

 
Taitanic

ଟାଇଟାନିକ୍ ଜାହାଜ ବିଷୟରେ କିଏ ଅବା ନ ଜଣେ। ସେତେବେଳର ସବୁଠାରୁ ବଡ଼ ଜାହାଜ ଯାହାକି କଦାପି ବୁଡିବ ନାହିଁ ବୋଲି ଏହାର ନିର୍ମାତାମାନେ କହିଥିଲେ। କିନ୍ତୁ, ଦୁର୍ଭାଗ୍ୟବଶତଃ ଏହାର ପ୍ରଥମ ଯାତ୍ରାରେ ହିଁ ଏହି ଜାହାଜଟି ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିଲା। ଏହି ଦୁର୍ଘଟଣାରେ ପ୍ରାୟ ୧,୫୦୦ ଜଣ ଯାତ୍ରୀଙ୍କର ଜୀବନ ଯାଇଥିଲା। ସମୁଦ୍ରର ୧୨,୫୦୦ ଫିଟ୍ ତଳେ ଏହି ଜାହାଜର ଭଗ୍ନାଂଶ ଆଜି ମଧ୍ୟ ରହିଛି। 

Death

ତେବେ, ଟାଇଟାନିକର ଅବଶିଷ୍ଟାଂଶ ଦେଖିବା ପାଇଁ ଆଜିବି ଲୋକଙ୍କ ମନରେ ରହିଛି ଉତ୍କଣ୍ଠା। ଏହାକୁ ଲୋକେ ଦେଖିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏବେ ଟାଇଟାନିକ୍ କୁ ଦେଖିବା ପାଇଁ ଯାଇଥିବା ୫ ଜଣ ଧନୀ ବ୍ୟକ୍ତି ବିଶେଷଙ୍କର ମୃତ୍ୟୁ ହୋଇଛି। ସେମାନେ ଓସେନ୍ ଗେଟ୍ ର ଟାଇଟେନ୍ ନାମକ ବୁଡାଯାହାଜରେ ସେଠାକୁ ଯାଇଥିଲେ।

 

ତେବେ, ଏଥିନେଇ ମୁହଁ ଖୋଲିଛନ୍ତି ଟାଇଟାନିକ୍ ଉପରେ ପ୍ରସିଦ୍ଧ ଚଳଚିତ୍ର ତିଆରି କରିଥିବା ଟାଇଟେନିକ୍ ଫିଲ୍ମ ନିର୍ଦେଶକ ଜେମ୍ସ କେମରନ୍। ତାଙ୍କ କହିବା ମୁତାବକ ଟାଇଟାନିକ୍ ବୁଡିବା ସମୟରେ ମଧ୍ୟ କ୍ୟାପଟେନଙ୍କୁ ବରଫ ଖଣ୍ଡ ବିଷୟରେ ଅବଗତ କରାଯାଇଥିଲା। କିନ୍ତୁ, ସାମାନ୍ୟ ଅବହେଳା ହେତୁ ଏତେ ବଡ଼ ଦୁର୍ଘଟଣା ଘଟିଥିଲା। ଏବେ, ବୁଡାଯାହାଜ ଟାଇଟନ୍ ସହିତ ମଧ୍ୟ ସମାନ ଘଟଣା ଘଟିଛି। ଏତେ ଗଭୀରତାକୁ ଯିବା ପୂର୍ବରୁ ଆଉ ଟିକେ ଅନୁଧ୍ୟାନ କରିବାର ଥିଲା ଆଉଟିକେ ଯାଞ୍ଚ କରିବାର ଥିଲା ଏବଂ ପରିକ୍ଷଣ କରିବାର ଥିଲା। ଏପରି କରିଥିଲେ ହୁଏତ ସେମାନେ ବର୍ତ୍ତି ଯାଇଥାନ୍ତେ ବୋଲି ସେ କହିଛନ୍ତି।