ଏବେ ଘର ତିଆରି କରିବା ହେଲା ସହଜ! ନୂଆ ବର୍ଷରେ ଶସ୍ତା ହେଲା ଲୁହା ରଡ୍, ଜାଣନ୍ତୁ କେତେ ଟଙ୍କା

 
Loha rod
ଯଦି ଚାହୁଁଛନ୍ତି ତିଆରି କରିବାକୁ ନିଜ ସ୍ୱପ୍ନର ଘର ତେବେ ଏହା ହେଉଛି ଉଚିତ୍ ସମୟ । ବିଳମ୍ବ ନ କରି ଘରକୁ କିଣି ଆଣନ୍ତୁ ବିଲ୍ଡିଂ ବାନାଇବାର ସାମଗ୍ରୀ । କାରଣ ଦର କମୁଛି । ଏହି ସମୟ ହିଁ ହେଉଛି ଉଚିତ୍ ସମୟ ନିଜ ସ୍ୱପ୍ନର ଘର ନିର୍ମାଣ କରିବାର ।

ର

ବର୍ତ୍ତମାନ ସମୟରେ ବଜାରରେ ଦର ବୃଦ୍ଧି ଏକ ମୁଖ୍ୟ ସମସ୍ୟା ପାଲଟିଛି । ସେ ଘର ବନେଇବା ପାଇଁ ଇଟା , ଗୋଡ଼ି , ସିମେଣ୍ଟ , ରଡ୍ ଓ ମଜୁରିର ମୂଲ୍ୟ ହେଉକି ନିତି ଦିନିଆ ବ୍ୟବହାରର ଜିନିଷ । ଏହି ସମୟରେ ଘର କରିବାକୁ ଆଗଉଥିବା ଲୋକ ମାନଙ୍କ ପାଇଁ ଏହି ଦର୍ ଦାମ୍ ରେ ବୃଦ୍ଧି ଏକ ସମସ୍ୟା , ହେତୁ ଅନେକ ସାଧାରଣ ଲୋକ ନିଜ ପାଇଁ ଏକ ଘର ଟିଏ କରିବାରୁ ବଞ୍ଚିତ ହେଉଛନ୍ତି ।

ତେବେ ଏହି ନୂଆ ବର୍ଷ ଆପଣଙ୍କୁ ସହଯୋଗ କରିପାରେ । ଏବେ କମିବାରେ ଲାଗିଛି ଲୁହା ରଡର ଦାମ୍ । ଯାହା ଘର ତିଆରିରେ ଏକ ମୁଖ୍ୟ ସାମଗ୍ରୀ ଅଟେ । ଚଳିତ ବର୍ଷର ଅନ୍ୟ ମାସ ଗୁଡ଼ିକ ଅପେକ୍ଷା ବର୍ତ୍ତମାନ କମିବାରେ ଲାଗିଛି ଏହାର ଦାମ୍ ।

Rod

୨୦୨୩ ମସିହାର ଶେଷ ମାସରେ ରଡ୍ ର ମୁଲ୍ୟରେ ହ୍ରାସ ଦେଖା ଦେଇଛି । ଯେପରିକି ନଭେମ୍ବର ୨ ତାରିଖରେ ରେ ଲୁହା ରଡ୍ ର ମୂଲ୍ୟ ୪୭ ,୦୦୦ ପ୍ରତି ଟନ୍ ରହିଥିବା ବେଳେ ଏହା ଡିସେମ୍ବର ମାସରେ ୪୬,୦୦୦ ରେ ପହଞ୍ଚିଛି ଓ ଡିସେମ୍ବର ୨୨ ତାରିଖରେ ଏହାର ମୂଲ୍ୟ ଆହୁରି ହ୍ରାସ ପାଇ ୪୫ ,୭୫୦ କୁ ଖସିଛି । 

ତେବେ ମୂଲ୍ୟ ହ୍ରାସର କାରଣ ଯାହା ବି ହେଉ ନା କାହିଁକି ଏହା ଗ୍ରାହକ ମାନଙ୍କ ପାଇଁ ଏକ ଉଚିତ୍ ସମୟ ଅଟେ । ସୁଯୋଗର ଲାଭ ଉଠାନ୍ତୁ । ନିଜ ସ୍ୱପ୍ନର ଘର ତିଆରି କରନ୍ତୁ ।