ଡାଲି, କ୍ଷୀର ଭଳି ପୌଷ୍ଟିକ ଖାଦ୍ୟ କିଣିବାରେ ଖାଉଟି ଅସମର୍ଥ, ଆଗକୁ ଆବଶ୍ୟକ ସାମଗ୍ରୀ କିଣିବା ବି ହୋଇଯିବ କଷ୍ଟକର, ଜାଣନ୍ତୁ ପୁରା ଖବର

 
Mahanga

ବଢିବାରେ ଲାଗିଛି ଦର ଦାମ୍ । ତାହା ପୁଣି ଅତ୍ୟାବଶ୍ୟକ ସାମଗ୍ରୀ ଉପରେ । ଗଣନା ଅନୁଯାୟୀ ପ୍ରାୟ ୨୦୧୪ ମସିହା ପର ଠାରୁ ଦେଶରେ ଦର ଦାମ୍ କମିବାର ନାଁ ନେଉ ନାହିଁ । ଦର ଦାମ୍ ଏକ ପ୍ରକାର ଆକାଶ ଛୁଆଁ । ସାଧାରଣ ଖାଉଟିଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ମଧ୍ୟ ଚିନ୍ତାର ବିଶୟ ପାଲଟି ଯାଇଛି ।

କୁହାଯାଉଛି ଭାରତ ଉନ୍ନତି ପରେ ଉନ୍ନତି କରି ଚାଲିଛି । ହେଲେ ଏହା କେଉଁ ପ୍ରକାରର ଉନ୍ନତି ଯେଉଁଥିରେ ସରକାର ଅତ୍ୟାବଶ୍ୟକ ସାମଗ୍ରୀର ଦର ଦାମ୍ କୁ ମଧ୍ୟ ସନ୍ତୁଳିତ କରିବାରେ ସମର୍ଥ ହେଉ ନାହାନ୍ତି ।

Tamatar

ଅନ୍ୟ ପଟେ ଭାରତ କ୍ଷେତ୍ରରେ ଏହା ମଧ୍ୟ ସତ ଯେ ଦର ଦାମ୍ ବଢିବାର ମୁଖ୍ୟ କାରଣ ହେଉଛି ବର୍ଦ୍ଧିତ ଜନସଂଖ୍ୟା ଓ ଜନସଂଖ୍ୟାର ଚାହିଦା । ତେବେ ଏଠାରେ ଯେଉଁ ଜିନିଷ ବା ଦ୍ରବ୍ୟର ଚାହିଦା ରହିଛି ତାହାର ପ୍ରଡକ୍ସନ୍ କ୍ଷେତ୍ରରେ କଣ କରୁଛନ୍ତି ସରକାର ।

ତେବେ ଏହି ଦ୍ରୁତ ଦର ଦାମ୍ ବୃଦ୍ଧିର ବିଶେଷ ଭାବେ ଶିକାର ହେଉଛନ୍ତି ଶିଶୁ ମାନେ । ଡାଲି , ତେଲ , ଅଣ୍ଡା , ମାଛ ଓ ମାଂସ ଓ ଅନ୍ୟାନ୍ୟ ପରିବାର ଦର ଆକାଶ ଛୁଆଁ ରହୁଥିବା ବେଳେ ବାପା ମାଙ୍କ ପାଖରେ ଏହା କିଣିବା ସମ୍ଭବପର ହେଉ ନାହିଁ । ଏହା ଏକ ସୁସ୍ଥ ଭାରତ ଗଠନ କରିବାରେ ଏକ ମୁଖ୍ୟ ପ୍ରତିବନ୍ଧକ କହିଲେ ଅତ୍ୟୁକ୍ତି ହେବ ନାହିଁ ।

କେଉଁଠି ପିଲାମାନଙ୍କର ଓଜନ ବୟସ ଅନୁପାତରେ ଯାହା ରହିବା କଥା ତାହା ନ ରହି ଯଥେଷ୍ଟ କମ୍‌ ରହିଥିବାବେଳେ କେଉଁଠି ପିଲାଙ୍କ ଉଚ୍ଚତା ବଢ଼ୁନାହିଁ। ଉଦାହରଣ ସ୍ବରୂପ ଏନ୍‌ଏଫ୍‌ଏଚ୍‌ଏସ୍‌-୪ ତୁଳନାରେ ଏନ୍‌ଏଫ୍‌ଏଚ୍‌ଏସ୍‌-୫ସର୍ଭେରେ ପାଞ୍ଚ ବର୍ଷରୁ କମ୍‌ ବୟସର ଶିଶୁମାନଙ୍କ ଓଜନ୍‌ରେ ବହୁତ ବୃଦ୍ଧି ଘଟିଛି।