ଅଳ୍ପ ଟଙ୍କା ଜମା କରି ପାଆନ୍ତୁ ଲକ୍ଷ ଲକ୍ଷ ଟଙ୍କା, ମାତ୍ର ୧୫ଶହ ଟଙ୍କା ଜମା କଲେ ଫୋଷ୍ଟ ଅଫିସ ଦେବ ଏତିକି ଟଙ୍କା, ଜାଣନ୍ତୁ ପୁରା ଖବର

 
Post office
ଏଣିକି ଡାକଘରେ ଜମାକାରୀଙ୍କୁ ମିଳିବ ଏକ ବଡ଼ ଧରଣର ଫାଇଦା। ଏପରି ପ୍ରଥମ ଥର ହେବାକୁ ଯାଉଛି । ଯାହା ଆପଣ କେବେ ଆଶା କରି ନ ଥିବେ। ଦିନକୁ ଦିନ ଇଣ୍ଡିଆନ ପୋଷ୍ଟ ଅଫିସରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ ଦେଖା ଦେଉଛି । ଗାଆଁ ଗହଳିର ଉନ୍ନତି ନିମନ୍ତେ ଆରମ୍ଭ କରାଯାଇଥିବା ଇଣ୍ଡିଆନ୍ ପୋଷ୍ଟ ବିଭାଗ ବର୍ତ୍ତମାନ ଦେଶର ଅର୍ଥ ବ୍ୟବସ୍ଥାର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ ପାଲଟିଛି ।

ର

ଜାଣନ୍ତୁ ପୋଷ୍ଟ ଅଫିସରେ ଆରମ୍ଭ ହେଉଥିବା ଏକ ନୂଆ ଯୋଜନା ବିଷୟରେ ଯେଉଁଥିରେ ବିନିଯୋଗ କରି ଆପଣ ବଦଳାଇ ପାରିବେ ନିଜ ଭାଗ୍ୟ ।

ପୋଷ୍ଟ ଅଫିସ ଲାଗୁ କରିଛି ଏକ ନୂଆ ନିୟମ , ଯାହାର ନାମ ହେଉଛି ଗ୍ରାମ ସୁରକ୍ଷା ଯୋଜନା । ଏହି ଯୋଜନା ଅନୁସାରେ ଆପଣ ମାସକୁ ପ୍ରାୟ ୧୪୦୦ ରୁ ୧୫୦୦ ଟଙ୍କା ବିନିଯୋଗ କରି ପ୍ରାୟ ୩୧ ରୁ ୩୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇ ପାରିବେ ।

Post office

ତେବେ ଜାଣନ୍ତୁ କିପରି ଓ କେଉଁମାନେ କରି ପାରିବେ ବିନିଯୋଗ ?

ଏହି ଯୋଜନାରେ ୧୯ ରୁ ୫୫ ବର୍ଷର ବ୍ୟକ୍ତି ସାମିଲ୍ ହୋଇ ପାରିବେ । ଏହି ଯୋଜନାରେ ନିଶ୍ଚିତ ହୋଇଥିବା ସର୍ବନିମ୍ନ ଜମାରାଶି ୧୦,୦୦୦ ହୋଇଥିବା ବେଳେ ସର୍ବାଧିକ ୧୦ ଲକ୍ଷ ଟଙ୍କା ରହିଛି। ଏହି ଯୋଜନା ମାଧ୍ୟମରେ ଆପଣଙ୍କୁ ପ୍ରିମିୟମ ମାସିକ , ତ୍ରୟମାସିକ , ଅର୍ଦ୍ଧ ବାର୍ଷିକ ଓ ବାର୍ଷିକ ଆକାରରେ ରିଟର୍ନ ଦିଆଯିବ । କୌଣସି ନିବେଶକାରୀ ଚାହିଁଲେ ମଧ୍ୟ ୩ବର୍ଷ ପରେ ଏହାକୁ ବନ୍ଦ୍ କରି ପାରିବେ । ଏହି ଯୋଜନା ବିଷୟରେ ଅଧିକ ଜାଣିବା ପାଇଁ ନିକଟସ୍ଥ ଡାକଘରେ ଯୋଗାଯୋଗ କରନ୍ତୁ ।