ଦେଖନ୍ତୁ ଭିଡ଼ିଓ: ଗୋଇଠା ମାରି ବାଇକରଙ୍କୁ ପକାଇବାକୁ ଚାହୁଁଥିଲେ ଏହି ଯୁବତୀ! କିନ୍ତୁ, ହେଲା କିଛି ଏପରି…..

କଥାରେ ଅଛି ଯଦି ଆମ୍ଭେ କାହାର ଖରାପ ଚିନ୍ତା କରିବା ତେବେ, ସ୍ୱୟଂ ଭଗବାନ ଆମ ଉପରେ ତାଙ୍କର କୋପ ଦୃଷ୍ଟି ପକାଇଥାନ୍ତି। ସେହିଭଳି ଏକ ଓଡ଼ିଆ ଢଗ ମଧ୍ୟ ରହିଛି,"ଯେ ପାଞ୍ଚେ ପରର ମନ୍ଦ, ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ"। ଏହି ଉକ୍ତିଟିକୁ ସାବ୍ୟସ୍ତ କରୁଥିବା ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।
ଭାଇରାଲ ହେଉଥିବା ଭିଡ଼ିଓଟିରେ ଜଣେ ଯୁବକ ଗାଡି ଚଳାଉଥିବା ବେଳେ ପଛରେ ଆଉ ଜଣେ ଯୁବତୀ ବସିଥିବା ଦେଖିବାକୁ ମିଳୁଛି। ସମାନ ରାସ୍ତାରେ ଅନ୍ୟ ଜଣେ ଯୁବତୀ ମଧ୍ୟ ସ୍କୁଟର ଚଳାଇ ଯାଉଛନ୍ତି। ତେବେ, ବାଇକ ପଛରେ ବସିଥିବା ଯୁବତୀ ଜଣକ ସ୍କୁଟରକୁ ଗୋଇଠା ମାରି ତଳେ ପକାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ, ଏହି ମନ୍ଦ ପ୍ରୟାସରେ ସେ ନିଜେ ତଳେ ପଡ଼ିଯାଉଛନ୍ତି।
Trying to kick another rider. 🃏 pic.twitter.com/9XDM5gKTl8
— Public Outsider (@publicoutsider) November 7, 2022
ଏହି ଘଟଣାର ଭିଡ଼ିଓ ପଛରୁ ଆସୁଥିବା ଏକ କାରର ଡ୍ୟାସ୍ କ୍ୟାମେରାରେ ରେକର୍ଡ ହୋଇଯାଉଛି। ବାଇକର ଗତି ସ୍ଲୋ ଥିବା ହେତୁ ଭାଗ୍ୟବଶତଃ ଯୁବତୀ ଜଣକ ବର୍ତ୍ତି ଯାଉଛନ୍ତି। ତେବେ, ଏହି ଘଟଣାର ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଲୋକେ ଏହାକୁ ଇଂଷ୍ଟାଣ୍ଟ କର୍ମାର ଫଳ ବୋଲି କହିବାକୁ ଲାଗିଛନ୍ତି।