ସାବଧାନ ଚିକେନ୍ ପ୍ରେମୀ! କୁକୁଡ଼ାଙ୍କୁ ଦିଆଯାଉଛି ଭାଏଗ୍ରା ଶିଲାଜିତ୍ ଭଳି ଭୟାନକ ଔଷଧ, ଜାଣନ୍ତୁ ପୁରା ଖବର

 
Chicken
ଏଣିକି କୁକୁଡ଼ା ଖାଇ ଯାଇପାରେ ଆପଣଙ୍କ ଜୀବନ । କାରଣ କୁକୁଡ଼ା ଦେହରେ ପ୍ରୟୋଗ କରା ଯାଉଛି ଏପରି ବିଷାକ୍ତ ଇଞ୍ଜେକ୍ସନ । ଏ ନେଇ ବିଶେଷଜ୍ଞ ମାନେ ଚିନ୍ତା ପ୍ରକଟ କରିଛନ୍ତି । 

ତ୍

ଏପରି ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ର ପ୍ରଦେଶରେ । ଆଗକୁ ଆସୁଛି ସଂକ୍ରାନ୍ତି । ଏହି ସଂକ୍ରାନ୍ତିଟି ବିଶେଷ କରି ଦକ୍ଷିଣ ଭାରତରେ ଧୁମ୍ ଧାମରେ ପାଳନ କରାଯାଇଥାଏ । ତେବେ ଆନ୍ଧ୍ର ପ୍ରଦେଶରେ ଏହି ଉତ୍ସବରେ ଗଞ୍ଜା ଲଢ଼େଇର ପ୍ରଥା ରହି ଆସିଛି । ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର , କୃଷ୍ଣା ଓ ଗୋଦାବରୀ ଜିଲ୍ଲାର ଏହି ପ୍ରତିଯୋଗିତା ବେଶ୍ ଧୁମ୍ ଧାମରେ ପାଳିତ ହୋଇଥାଏ ।

Follow our WhatsApp channel and get all the Latest news

WhatsApp Channel (Join Now) Join Now

କିନ୍ତୁ ଚଳିତ ବର୍ଷ ଠାରୁ ସେଠାକାର ଗଞ୍ଜା ଓ କୁକୁଡ଼ା ମାନଙ୍କୁ ରାଣୀ କ୍ଷେତ ନାମକ ଏକ ରୋଗ ବ୍ୟାପୁଛି । ଏହାର ପ୍ରଭାବରେ ସେଠାକାର ଗଞ୍ଜା ଓ କୁକୁଡ଼ା ମାନେ ଦୁର୍ବଳ ହୋଇ ଯାଉଛନ୍ତି । ଯେଉଁଥି ପାଇଁ ଗଞ୍ଜା ଓ କୁକୁଡା ରଖିଥିବା ମାଲିକ ମାନେ ଏମାନଙ୍କୁ ଶକ୍ତିଶାଳୀ କରିବା ପାଇଁ ଭାଏଗରା ଓ ଅନ୍ୟାନ୍ୟ ଷ୍ଟେରଏଡ୍‌ଯୁକ୍ତ ଖାଦ୍ୟ ଦେଉଛନ୍ତି ।

Chicken

ତେବେ ଦେଶରେ ଡ଼ାକ୍ତରଙ୍କ ବିନା ପ୍ରେସକ୍ରିପସନ୍ ରେ ଭାଏଗ୍ରା କିଣିବା ହୋଇଥିବା ସତ୍ତ୍ଵେ କିପରି ଏହା ବଜାରରେ ଖୁଲମ ଖୁଲା କିଣା ବିକା ହେଉଛି ତାହା ପ୍ରଶ୍ନ ଉଠୁଛି । ଏହା ଜାଣିବା ପରେ ଡାକ୍ତର ମାନେ ଏହାକୁ ତୁରନ୍ତ ରୋକିବାକୁ ନିର୍ଦ୍ଦେଶ ଦେଇଛନ୍ତି । କାରଣ ଏହା ଯେ ଖାଲି କୁକୁଡ଼ା ସମାଜକୁ ନଷ୍ଟ କରିବ ତାହା ନୁହେଁ ବରଂ ମଣିଷ ସମାଜ ଉପରେ ମଧ୍ୟ ଏକ ବଡ ଖରାପ୍ ପ୍ରଭାବ ପକାଇବ ।