ରେଳ ନିଯୁକ୍ତି 2021: ରେଳବାଇରେ ଅନଲାଇନ୍ ଇଣ୍ଟରଭିଉ ମାଧ୍ୟମରେ ହେବ ସିଧାସଳଖ ନିଯୁକ୍ତି, ୯୫ ହଜ଼ାର ଯାଏଁ ପାଇପାରିବେ ଦରମା

 
ରେଳ ନିଯୁକ୍ତି 2021: ରେଳବାଇରେ ଅନଲାଇନ୍ ଇଣ୍ଟରଭିଉ ମାଧ୍ୟମରେ ହେବ ସିଧାସଳଖ ନିଯୁକ୍ତି, ୯୫ ହଜ଼ାର ଯାଏଁ ପାଇପାରିବେ ଦରମା

ରେଳବାଇ ରେ ଚାକିରୀ କରିବାକୁ ଚାହୁଁଛନ୍ତି କି? ଏବେ ଏଥିପାଇଁ ଆସିଛି ବଡ଼ ସୁଯୋଗ। ସାଉଥ୍ ସେଣ୍ଟ୍ରାଲ୍ ରେଲୱେ(SCR) ର ମେଡିକାଲ୍ ଷ୍ଟାଫ୍ ଚାକିରୀ ପାଇଁ ଆମନ୍ତ୍ରଣ କରିଛି କରିଛି ରେଳବାଇ ବିଭାଗ। ସାଉଥ୍ ରେଲୱେ ପାରାମେଡିକାଲ୍ ଷ୍ଟାଫ୍ ନିଯୁକ୍ତି ପାଇଁ ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ବିଭାଗର ଅଫିସିଆଲ୍ ୱେବସାଇଟ୍ scr.indianrailways.gov.in କୁ ଯାଇ ଆବେଦନ କରିପାରିବେ।

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଏହି ନିଯୁକ୍ତି ପ୍ରକ୍ରିୟା ରେ ମୋଟ ୬୦ ଟି ପଦବୀ ପାଇଁ ପ୍ରାର୍ଥୀ ନିଯୁକ୍ତି ପାଇ ପାରିବେ। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୨୭ ଏପ୍ରିଲ୍ ୨୦୨୧। ପ୍ରାର୍ଥୀମାନେ ଆବେଦନ କରିବା ପୂର୍ବରୁ ବିଜ୍ଞପ୍ତିକୁ ଭଲଭାବେ ପଢିବାକୁ ନିବେଦନ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ଅନଲାଇନ୍ ଏବଂ ଟେଲିଫୋନିକ୍ ସାକ୍ଷାତକାର ମାଧ୍ୟମରେ ଏହି ପ୍ରାର୍ଥୀ ଚୟନ କରାଯିବ।

ନିମ୍ନଲିଖିତ ପଦବୀ ଗୁଡିକ ପାଇଁ ଆପଣ ଆବେଦନ କରିପାରିବେ:-

ବିଶେଷଜ୍ଞ ଡାକ୍ତର- ୦୧ ପୋଷ୍ଟ।

ଚୁକ୍ତିଭିତ୍ତିକ ଚିକିତ୍ସା ଅଭ୍ୟାସକାରୀ- ୧୩ ଟି ପୋଷ୍ଟ।

ନର୍ସିଂ ସିସ୍ଟର୍- ୨୧ ଟି ପୋଷ୍ଟ।

ଫର୍ମାସିଷ୍ଟ- ୦୨ ଟି ପୋଷ୍ଟ।

ହଷ୍ଟେଲ ଅଟେନଡେଣ୍ଟ - ୨୩ ଟି ପୋଷ୍ଟ।

ମୋଟ- ୬୦ ଟି ପୋଷ୍ଟ।

ତେବେ ଏହି ସମସ୍ତ ପଦବୀ ଗୁଡିକ ପାଇଁ ଦରମା ଅଲଗା ଅଲଗା ରହିଛି। ଏହି ନିଯୁକ୍ତି ପ୍ରକ୍ରିୟା ଅନୁଯାୟୀ, ପ୍ରାର୍ଥୀମାନେ ମାସିକ ୨୧,୪୧୯/ - ରୁ ୯୫,୦୦୦/ - ଟଙ୍କା ପର୍ଯ୍ୟନ୍ତ ଦରମା ପାଇ ପାରିବେ। 

ଅନ୍ଲାଇନ୍ / ଟେଲିଫୋନିକ୍ ସାକ୍ଷାତକାର ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ। କରୋନା ମହାମାରୀକୁ ଦୃଷ୍ଟିରେ ରଖି କୌଣସି ଲିଖିତ ପରୀକ୍ଷା କିମ୍ବା ପ୍ରତ୍ୟକ୍ଷ ସାକ୍ଷାତକାର କରାଯିବ ନାହିଁ। ଅନଲାଇନ୍ ସାକ୍ଷାତକାରର ତାରିଖ ଏପର୍ଯ୍ୟନ୍ତ ସ୍ଥିର ହୋଇନଥିବାରୁ, ପ୍ରାର୍ଥୀମାନଙ୍କୁ ସେମାନଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବର ଏବଂ ଇମେଲ ଦ୍ୱାରା ସୂଚନା ପଠାଯିବ। ତେବେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଡାଉନଲୋଡ୍ କରିବାକୁ, ଏହି ଲିଙ୍କ୍ ପରିଦର୍ଶନ କରନ୍ତୁ https://scr.indianrailways.gov.in/uploads/files/1619094747245-Contract%20Medical%20staff.pdf