ଇଣ୍ଡିଆନ ଓଭରସିଜ ବ୍ୟାଙ୍କ୍ ରେ ଓଡ଼ିଶାରେ ୧୯ଟି ପଦବୀ ହେବ ପୂରଣ, ଅନଲାଇନ କରନ୍ତୁ ଆବେଦନ

 
Indian Overseas Bank Jobs

ଆଜିକାଲିର ଯୁବପିଢି ପ୍ରାୟତଃ ବ୍ୟାଙ୍କ୍ ଚାକିରୀ କରିବାକୁ ଚାହୁଁଛନ୍ତି । ଆଉ ଏବେ ଏହି ବ୍ୟାଙ୍କ୍ ଚାକିରୀ ପାଇଁ ଅନେକ ଲୋକ ସ୍ବପ୍ନ ମଧ୍ୟ ଦେଖିଥାନ୍ତି । ଏବେ ଯେଉଁମାନେ ବ୍ୟାଙ୍କ୍ ଚାକିରୀ କରିବାକୁ ଚାହୁଁଛନ୍ତି ତାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି । 

ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:

For Latest Job news, Join our WhatsApp & Telegram Channel below:

WhatsApp Channel (Join Now) Join Now

ଏହି ସୁବର୍ଣ୍ଣ ସୁଯୋଗ ମାଧ୍ୟମରେ ଆପଣମାନେ ବ୍ୟାଙ୍କରେ ବାହାରିଥିବା ପଦବୀରେ ଆବେଦନ କରିପାରିବେ । ଏବେ ଏହି ସୁଯୋଗ ନେଇଆସିଛି ଇଣ୍ଡିଆନ ଓଭରସିଜ ବ୍ୟାଙ୍କ୍ । ଏବେ IOB ଏକ ବଡ ନିଯୁକ୍ତି ଆଣିଛି । ଯୋଗ୍ୟ ବିବେଚିତ ହେଉଥିବା ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ । 

ଏହି ନିଯୁକ୍ତି ମାଧ୍ୟମରେ IOBରେ ଆପ୍ରେଣ୍ଟିସ୍‌ଶିପ୍ ପଦବୀ ପୂରଣ ହେବ । ଭାରତର ଅନେକ ରାଜ୍ୟରେ ଏହି ପଦବୀ ପୂରଣ ହେବ ବୋଲି ସୂଚନା ମିଳିଛି । IOB ର ଅଫିସିଆଲ୍ ୱେବ୍‌ସାଇଟ୍‌ https://www.iob.in/Careers ଯାଇ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ଉଭୟ ପୁରୁଷ ଆଉ ମହିଳାମାନେ ଆବେଦନ କରିପାରିବେ । ଗ୍ରାଜୁଏସନ କରିଥିବା ପିଲା ଏହାର ସୁଯୋଗ ନେଇପାରିବେ । 

ଏହି ନିଯୁକ୍ତି ମାଧ୍ୟମରେ ୫୦୦ ରୁ ଅଧିକ ପଦବୀ ପୂରଣ ହେବ । ଓଡ଼ିଶାରେ ୧୯ଟି ପଦବୀ ପୂରଣ ହେବ । ଅନଲାଇନ୍ ଆବେଦନ ତାରିଖ - ୨୮ ଅଗଷ୍ଟ ୨୦୨୪ । ଆବେଦନ କରିବାର ଶେଷ ତାରିଖ - ୧୦ ସେପ୍ଟେମ୍ବର ୨୦୨୪ । ସାଧାରଣ ବର୍ଗ - ୨୮୪ ପୋଷ୍ଟ, SC – ୭୮ଟି ପୋଷ୍ଟ୍, ST – ୨୬ଟି ପୋଷ୍ଟ୍, OBC – ୧୧୮ଟି ପୋଷ୍ଟ୍, EWS – ୪୪ଟି ପୋଷ୍ଟ୍ । ମୋଟ୍ ପଦବୀ – ୫୫୦ଟି ପୋଷ୍ଟ୍ ଖାଲି ରହିଛି ।

ଯୋଗ୍ୟତା- ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ/ଅନୁଷ୍ଠାନରୁ ଯେକୌଣସି ବିଷୟରେ ସ୍ନାତକ କରିଥିବା ଦରକାର । 

ବୟସ ସୀମା- ସର୍ବନିମ୍ନ ବୟସ – ୨୦ ବର୍ଷ, ଏବଂ ସର୍ବାଧିକ ବୟସ – ୨୮ ବର୍ଷ । ବୟସ ଗଣନା ୦୧ ଅଗଷ୍ଟ ୨୦୨୪ ଅନୁସାରେ ହେବ ।

ମାସିକ ଦରମା- ଆପ୍ରେଣ୍ଟିସିପ୍ ସମୟରେ ଏକ ବର୍ଷ ପାଇଁ ପ୍ରତି ମାସରେ ୧୫,୦୦୦ଟଙ୍କା ଭତ୍ତା ମିଳିବ ।

ଆବେଦନ ଶୁଳ୍କ- ସାଧାରଣ ବର୍ଗ/OBC/ EWS – ୯୪୪ ଟଙ୍କା, SC/ST/ମହିଳା – ୭୦୮ ଟଙ୍କା, ଦିବ୍ୟାଙ୍ଗ – ୪୭୨ ଟଙ୍କା ଦେଇ ଆବେଦନ କରିପାରିବେ ।