RCBକୁ ପ୍ରଥମ ଟ୍ରଫି ଜିତାଇଥିବା ସ୍ମୃତି ମନ୍ଦନାଙ୍କ ବୟଫ୍ରେଣ୍ଡ୍, ଜାଣନ୍ତୁ କିଏ ଏହି ପୁଅ ଓ ଦୁହିଁଙ୍କ ଲଭ୍‌ ଷ୍ଟୋରି

 
Amriti mandhana

ରୟାଲ ଚ୍ୟାଲେଞ୍ଜରସ୍ ବାଙ୍ଗାଲୋର ର କ୍ୟାପଟେନ୍ ସ୍ମୃତି ମନ୍ଦନା WPL ଜିତିବା ନେଇ ନିଜ ବୟଫ୍ରେଣ୍ଡ ସହ କଲେ ସେଲିବ୍ରେସନ୍ । RCB ପ୍ରଥମ ଥର ପାଇଁ WPL ଜିତି ଟ୍ରଫିକୁ ନିଜ ନାଁରେ କରିଛି । ଏବଂ ଦର୍ଶକଙ୍କ ଠାରୁ ଅନେକ ପ୍ରସଂସା ସାଉନ୍ଟିଛି । ଏଥି ମଧ୍ୟରେ ସ୍ମୃତି ଓ ଅନ୍ୟ ଏକ ଯୁବକଙ୍କର ଫଟୋ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଭାରତରେ ଅନ୍ୟ ପୁରୁଷ କ୍ରିକେଟରଙ୍କ ଭଳି ସ୍ମୃତି ମଧ୍ୟ ଅନେକ ଫ୍ୟାନ୍ସ ସୃଷ୍ଟି କରି ପାରିଛନ୍ତି । ଏହି ଫଟୋ ଭାଇରାଲ୍ ହେବା ପରେ ସମସ୍ତେ ଏହି ଫଟୋ ପଛର ରହସ୍ୟ ଜାଣିବା ପାଇଁ ବେଶ୍ ଆଗ୍ରହ ଦେଖାଇଛନ୍ତି । RCB WPL ୨୦୨୪ ଜିତିବା ପରେ ପଲାସ୍ ମୁଛାଲ୍ ସ୍ମୃତିଙ୍କ ସହ WPL ରେ ଟ୍ରଫି ଧରି ଫଟୋ ଉଠାଇ ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ରେ ସେୟାର କରିଛନ୍ତି ।

W

ପଲାସ ହେଉଛନ୍ତି ସ୍ମୃତିଙ୍କ ରୁମର ବୟଫ୍ରେଣ୍ଡ୍ ଯେ କି ୨୦୨୩ ମସିହାରେ ଏକ ଲାଇଭ୍ କନସର୍ଟ ସମୟରେ ସ୍ମୃତିଙ୍କୁ ଏକ ଗୀତ ଡେଡିକେଟ୍ କରିଥିଲେ । ଏହା ସହିତ ସ୍ମୃତି ଯେଉଁଠାକୁ ଖେଳିବାକୁ ଯାଆନ୍ତି ସେଠି ପଲାସ୍ ଙ୍କୁ ମଧ୍ୟ ଦେଖିବାକୁ ମିଳେ । ଶୁଣିବାକୁ ମିଳୁଛି ଯେ ସ୍ମୃତି ଓ ପଲାସ୍ ଦୁହେଁ ଦୁହିଁଙ୍କୁ ଡେଟ୍ କରୁଛନ୍ତି ବୋଲି । 

ସ୍ମୃତି ମନ୍ଦନାଙ୍କ ନାମ ବଲିଉଡ ନିର୍ଦ୍ଦେଶକ ପାଲାସ ମୁଚଲଙ୍କ ସହ ଜଡିତ ଅଛି।  ନିର୍ଦ୍ଦେଶକଙ୍କ ସହ ପାଲାଶ ଜଣେ ସଂଗୀତ ରଚନା ଏବଂ ଗାୟକ ମଧ୍ୟ ଅଟନ୍ତି। ଉଭୟ ଅନେକ ଥର ଇଂଲଣ୍ଡରେ ଛୁଟିଦିନ ଉପଭୋଗ କରୁଥିବା ନଜର ଆସିଛନ୍ତି।

ପୂର୍ବରୁ ବଲିଉଡ ଅଭିନେତା ରାଜପାଲ ଯାଦବ ଏହି ସମ୍ପର୍କକୁ ରିଭିଲ୍ କରି ସାରିଛନ୍ତି।  ନିକଟରେ ସେ ପାଲାଶଙ୍କ ଫିଲ୍ମ 'କାମ ଚାଲୁ ହେ' ର ଶୁଭ ସମୟର ଫଟୋ ସେୟାର କରିଥିଲେ। ଯେଉଁଥିରେ ପାଲଶଙ୍କ ସହ ସ୍ମୃତିଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।  ଯେତେବେଳେ କି, ପାଲାଶ ସ୍ମୃତି ଙ୍କ ସହ ଏକ ଫଟୋ ସେୟାର କରିଥିଲେ, ରାଜପାଲ କମେଣ୍ଟରେ ଲେଖିଥିଲେ, 'ସୁନ୍ଦର କପଲ୍, ଭଗବାନ ତୁମକୁ ଦୁହିଁଙ୍କୁ ଆଶୀର୍ବାଦ କରନ୍ତୁ।'