ଜ୍ୟୋତିର୍ବିଦଙ୍କ ମତରେ ନଭେମ୍ବର ମାସରେ ହେବ ଭୂକମ୍ପ, ଅସୁସ୍ଥ ହେବେ ଜଣେ ବଡ ନେତା, ଜାଣନ୍ତୁ ପୁରା ଖବର
ଚଳିତ ବର୍ଷ ଅକ୍ଟୋବର ୨୮ ତାରିଖରେ ପଡ଼ିଥିବା ଚନ୍ଦ୍ର ଗ୍ରହଣର ପ୍ରଭାବ କେବଳ ଭାରତ ଉପରେ ନୁହେଁ ବରଂ ବିଶ୍ଵର ଅନ୍ୟ ଦେଶ ଉପରେ ମଧ୍ୟ ରହିଥିଲା । ଜ୍ୟୋତିଷ ଗଣନା ଅନୁସାରେ ବର୍ଷର ଏହି ଚନ୍ଦ୍ର ଗ୍ରହଣ ଦେଶ ପାଇଁ ଅନେକ କ୍ଷୟ କ୍ଷତି ଆଣି ଦେବ। ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ନେତା ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ନାନାଦି ପ୍ରକାରର ସମସ୍ୟାର ସମ୍ମୁଖୀନ ହେବେ ।
ବିଶେଷ କରି ମେଷ ରାଶି ଓ ଅଶ୍ଵିନୀ ନକ୍ଷତ୍ରରେ ଚଳନ ଥିବା ଲୋକ ମାନଙ୍କ ଉପରେ ଏହାର ପ୍ରଭାବ ନକାରାତ୍ମକ ରହିବ । ତେବେ ଯଦି କୁହାଯାଏ , ଏହି ଚନ୍ଦ୍ର ଗ୍ରହଣର ପ୍ରଭାବ ଯୁଦ୍ଧ ଉପରେ ମଧ୍ୟ ରହିଛି ।
ତେବେ ଆସନ୍ତୁ ଜାଣିବା କଣ ରହିଛି ପ୍ରଭାବ ?
• ଦ୍ରବ୍ୟର ଦର ବୃଦ୍ଧି ହେବ । ବିଶେଷ କରି ସୁନା ଓ ଶସ୍ୟର ଦର ଆକାଶ ଛୁଆଁ ହେବ ।
• ଅର୍ଥନୀତିର ହାନୀ ।
• କ୍ୟାବିନେଟରେ ଥିବା ମେଷ ରାଶିର ଏକ ବଡ଼ ନେତାଙ୍କ ଶରୀର ଅସୁସ୍ଥ ହୋଇ ପାରେ ।
• ବୃଷ ରାଶି ଧାରୀ ସୈନ୍ୟରେ ଥିବା ବ୍ୟକ୍ତି ବିଶେଷ ମଧ୍ୟ ଦେହ ଖରାପ ରେ ପଡ଼ି ପାରନ୍ତି ।
• ଓଡ଼ିଶା , ମଥୁରା ଆଦି ରାଜ୍ୟରେ ଆର୍ଥିକ ସଙ୍କଟ ଦେଖା ଦେବ।
• ଯୁଦ୍ଧ ହୋଇପାରେ ।
• ଭୂକମ୍ପ , ଅଗ୍ନିକାଣ୍ଡ ଆଦି ହୋଇପାରେ ।
• ଧାର୍ମିକ ବିଭ୍ରାଟ ଦେଖାଦେବ।