ଇସ୍ରୋର ମଣିଷ ମିଶନ୍, ପୁଣି ଇତିହାସ ରଚିବ ଭାରତ, ମହାକାଶକୁ ଯିବେ ଏହି ମହିଳା, ଜାଣନ୍ତୁ ପୁରା ଖବର

 
Gaganyan

ଚନ୍ଦ୍ରୟାନ ୩ର ସଫଳତା ପରେ ଭାରତର ବୈଜ୍ଞାନିକ ମାନେ ଏବେ ଲାଗି ପଡିଛନ୍ତି ଆଉ ଏକ ଗବେଷଣାରେ। ଚାନ୍ଦ୍ରୟାନ୍ -୩ ର ସଫଳତା ଭାରତୀୟ ମାନଙ୍କ ମନକୁ ସୁଦୃଢ଼ କରିବା ସହିତ ଆଉ କିଛି ନୂତନ କାର୍ଯ୍ୟ କରିବାକୁ ପ୍ରେରଣା ପ୍ରଦାନ କରିଛି କହିଲେ ଅତ୍ୟୁକ୍ତି ହେବନାହିଁ। ହୁଏ ତ ପୁଣି ଆଉ ଏକ ଇତିହାସ ରଚିପାରେ ଭାରତ।

ମଙ୍ଗଳୟାନ, ଚନ୍ଦ୍ରୟାନ ପରେ ଏବେ ଗଗନ ଯାନ ଉପରେ ଗବେଷଣା କରୁଛି ଇସ୍ରୋ। ଯେଉଁଥି ପାଇଁ ଏକ ବିଶେଷ ଭାବେ ଏକ ରୋବୋଟ ପ୍ରସ୍ତୁତ କରିଛି ଇସ୍ରୋ। ରୋବୋଟ ଟିକୁ ମହିଳା ଢାଞ୍ଚାରେ ପ୍ରସ୍ତୁତ କରିଛି ଇସ୍ରୋ। ଯାହା ଆଗାମୀ ଦିନରେ ନାରୀ ମାନଙ୍କ ମନରେ ସାହସ ଓ ସମ୍ମାନ ବଢ଼ାଇବ। ରୋବୋଟ ଟିର ନାମ ସଂସ୍କୃତ ଶବ୍ଦ ଅନୁସାରେ ”ବ୍ୟୋମ ମିତ୍ର” ରଖା ଯାଇଛି।

Yuy

ରୋବୋଟ ବ୍ୟୋମ ମିତ୍ରକୁ ପ୍ରଥମେ ପଠାଇବା ପଛରେ ଇସ୍ରୋ ର ଲକ୍ଷ୍ୟ ରହିଛି; ଆଗାମୀ ଦିନରେ ମନୁଷ୍ୟ ମହାକାଶକୁ ଯାତ୍ରା କରି ପାରିବେ କି ନାହିଁ ଜାଣିବ। ମନୁଷ୍ୟର ମହାକାଶ କୁ ଯାତ୍ରା କରିବା କେତେ ସୁରକ୍ଷିତ ଏବଂ ସେ ସଫଳ ଭାବେ ଫେରି ପାରିବ କି ନାହିଁ ତାହାର ଗବେଷଣା କରିବା। ବ୍ୟୋମ ମିତ୍ର ମହାକାଶ ର ସମସ୍ତ ତଥ୍ୟ ପ୍ରଦାନ କରିବ ଇସ୍ରୋ କୁ। ଯାହା ଆଧାରରେ ଆଗାମୀ ଦିନରେ ଯାତ୍ରା କିପରି ରହିବ ନିର୍ଦ୍ଧାରିତ କରିବ ଇସ୍ରୋ।

ଏହାକୁ ନେଇ ସ୍ପଷ୍ଟ କରିଛନ୍ତି କେନ୍ଦ୍ରର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂ ।ଏହାକୁ ଅକ୍ଟୋବର ମାସରେ ଯାଞ୍ଚ କରାଯାଇ ପଠା ଯିବ ମହାକାଶ କୁ। ଏହି ଗବେଷଣା ଟି ଦୁଇ ଟି ପର୍ଯ୍ୟାୟରେ କରାଯିବ। ପ୍ରଥମେ ରୋବୋଟ ସାହାଯ୍ୟରେ ଏବଂ ପରେ ଦୁଇ ଜଣିଆ ମଣିଷ ଟିମ୍ ଦ୍ୱାରା କରାଯିବ। ଯେଉଁ ମାନେ ତିନି ଦିନ ରହିବେ ମହାକାଶ ରେ। ଏଥି ନେଇ ବାୟୁ ସେନାର ତିନି ଜଣଙ୍କୁ ଦିଆଯାଇଛି ଟ୍ରେନିଂ।