ପୋଷ୍ଟାଲର ଏହି ସ୍କିମରେ ଟଙ୍କା ହୋଇଯିବ ଡବଲ୍, ଜମା ରାଶି ଉପରେ ମିଳିବ ୨ଗୁଣା ରିଟର୍ଣ୍ଣ, ଜାଣନ୍ତୁ ସ୍କିମ୍ ବିଷୟରେ
ଲୋକମାନେ ପୋଷ୍ଟାଲରେ ଟଙ୍କା ଜମା କରିବାକୁ ଭଲ ପାଆନ୍ତି । ଆଉ ଏହି ପୋଷ୍ଟଲ ଅନେକ କିଛି ସ୍କିମ ମଧ୍ୟ ଆଣିଥାଏ । ଏବେ ପୋଷ୍ଟାଲକୁ ନେଇ କିଛି ଖବର ଆସିଛି । ଏବେ ପୋଷ୍ଟାଲରେ ଏଭଳି କିଛି ସ୍କିମ୍ ଆସିଛି ଯେଉଁ ସ୍କିମରେ ଟଙ୍କା ଜମା କରିଲେ ଏହା ଦୁଇଗୁଣ ହୋଇଯିବ । ଜମା ରାଶି ଉପରେ ମିଳିବ ଦୁଇଗୁଣ ରିଟର୍ଣ୍ଣ । ଟଙ୍କା ବିନିଯୋଗର ଉତ୍ତମ ବିକଳ୍ପ ହେଉଛି ପୋଷ୍ଟ ଅଫିସ । ଯଦି ଆପଣ ପୁଞ୍ଜି ବିନିଯୋଗ କରିବାକୁ ଚାହୁଁଛନ୍ତି ।
ଆଉ ଭଲ ରିଟର୍ଣ୍ଣ ଆଶା କରୁଛନ୍ତି ତାହେଲେ ପୋଷ୍ଟାଲର ଏହି ସ୍କିମ ଆପଣଙ୍କୁ ଦୁଇଗୁଣ ଲାଭ ଦେବ । କିସାନ ବିକାଶ ପାତ୍ର ଯଥା କେବିପି ସ୍କିମ ଅଧୀନରେ ଡାକ ଘର ଦ୍ଵାରା ଦିଆଯାଉଥିବା ଅନେକ ଛୋଟ ବଡ ସଞ୍ଚୟ ଯୋଜନା ରହିଛି । ୧୮ ବର୍ଷ ବା ତାଠାରୁ ଅଧିକ ବୟସର ଲୋକେ ଏହି ସଞ୍ଚୟ ଯୋଜନାର ଲାଭ ପାଇପାରିବେ । ଏହାସହ ଏଥିରେ ଛୋଟ ପିଲାମାନଙ୍କ ପାଇଁ ଆକାଉଣ୍ଟ ଖୋଲା ଯାଇପାରିବ । ଏଥିପାଇଁ ଛୋଟ ପିଲାଙ୍କ ମାତା ପିତାଙ୍କ ଆଧାର କାର୍ଡ ଦରକାର ।
ଏହି ଯୋଜନାର ଲାଭ ହେଉଛି ଏଥିରେ ଜମା କରୁଥିବା ଟଙ୍କା ଦୁଇଗୁଣ ହେବ । ଏହା ଡାକଘର ଯୋଜନା ଅଟେ । ଆଉ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ଅଟେ । ଏହି ଯୋଜନାର ମାଚ୍ୟୁରିଟି ହେଲେ ଟଙ୍କା ଦୁଇଗୁଣ ହୋଇ ଯାଇଥାଏ । ଯେହେତୁ ଏହା ଡାକଘର ଯୋଜନା ସେଥିପାଇଁ ଏଥିରେ କିଛି ବିପତ୍ତି ନାହିଁ ବୋଲି କୁହାଯାଉଛି । ଯଦି କୌଣସି ବ୍ୟକ୍ତି ଏହି ଯୋଜନାରେ ଟଙ୍କା ବିନିଯୋଗ କରିବାକୁ ଚାହାଁନ୍ତି ତାହେଲେ ଏହା ଅତ୍ୟନ୍ତ ଲାଭ ହୋଇଥାଏ ବୋଲି ସୂଚନା ମିଳିଛି ।
ଏହି ଯୋଜନାରେ ୭.୫ ପ୍ରତିଶତ ସୁଧ ମିଳୁଛି । ଏହି ଯୋଜନାରେ ବିନିଯୋଗକାରୀ ତାର ସୁବିଧା ଅନୁସାରେ ୧୧୫ ମାସ ପର୍ଯ୍ୟନ୍ତ ଟଙ୍କା ବିନିଯୋଗ କରିବାକୁ ପଡ଼ିବ । ଏହାପରେ ମାଚ୍ୟୁରିଟି ସମୟ ପରେ ଟଙ୍କା ଦୁଇଗୁଣ ହେବ । ଯଦି ଅକାଳରେ ଆପଣଙ୍କର ମୃ-ତ୍ୟୁ ହୁଏ ତାହେଲେ ଆପଣ କମ୍ ସୁଧ ପାଇବେ । ଏହି ଯୋଜନାରେ ୧ ଲକ୍ଷ ଟଙ୍କା ବିନିଯୋଗ କରିଲେ ବିନିଯୋଗକାରୀ୨ ଲକ୍ଷ ଟଙ୍କା ପାଇବେ । ଏହି କିଷାନ ବିକାଶ ପାତ୍ର ଯୋଜନାରେ ୧୦୦୦ ଟଙ୍କା ସର୍ବନିମ୍ନ ଟଙ୍କା ଦେଇ ବିନିଯୋଗ କରିପାରିବେ । ଯାହାର ଯେତିକି ଟଙ୍କା ଇଚ୍ଛା ସେ ସେତିକି ଟଙ୍କା ଜମା କରିପାରିବ । ଏହି ଯୋଜନାରେ ଟିକସ ସୁବିଧା ଉପଲବ୍ଧ ରହିଛି ।