ନୁଆବର୍ଷରେ ସରକାରଙ୍କ ତରଫରୁ ଝିଅଙ୍କୁ ଉପହାର ଏହି ସରକାରୀ ସ୍କିମ୍, ମିଳିବ ୬୩ ଲକ୍ଷ, ଆଜି ହି ଖୋଲନ୍ତୁ ଆକାଉଣ୍ଟ୍

 
Sarkari jojana
ନୂଆ ବର୍ଷ ଉପଲକ୍ଷେ ସରକାରଙ୍କ ତରଫରୁ ଝିଅ ମାନଙ୍କୁ ମିଳିବାକୁ ଯାଉଛି ଉପହାର । କେନ୍ଦ୍ର ସରକାର ସୁକନ୍ୟା ସମୃଦ୍ଧି ଯୋଜନାର ସୁଦ୍ଧ ହାରକୁ ୭.୬୦ ପ୍ରତିଶତରୁ ୮.୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି । ୨୦୨୩ ଓ ୨୦୨୪ ଆର୍ଥିକ ବର୍ଷର ପ୍ରଥମ ବର୍ଷରେ ସରକାର କ୍ଷୁଦ୍ର ସଂଚେୟ ଯୋଜନା ଗୁଡ଼ିକର ସୁଦ୍ଧ ହାର ବୃଦ୍ଧି କରିଛନ୍ତି । 

ର

ଯଦି ଆପଣ ନିଜ ଝିଅ ପାଇଁ ସୁକନ୍ୟା ଆକାଉଣ୍ଟ ଖୋଲିବାକୁ ଚାହୁଁଛନ୍ତି ତେବେ ଏହା ଏକ ଉଚିତ୍ ସମୟ ଅଟେ । ତେବେ ଆକାଉଣ୍ଟ ଖୋଲିବା ପୂର୍ବରୁ ଜାଣି ରଖନ୍ତୁ ଏହି ଆକାଉଣ୍ଟ୍ ଏକ ଫିକ୍ସଡ ଆକାଉଣ୍ଟ୍ ଅଟେ । ଆପଣ କିଛି ନିର୍ଦ୍ଧିଷ୍ଟ ସମୟରେ ହିଁ ଉଠାଇ ପାରିବେ । ଜାଣନ୍ତୁ କେବେ ଉଠାଇ ପାରିବେ ଟଙ୍କା । 

ଯଦି ଆପଣ ସୁକନ୍ୟା ଆକାଉଣ୍ଟରୁ ସମ୍ପୂର୍ଣ ଟଙ୍କା ଉଠାଇବାକୁ ଚାହୁଁଛନ୍ତି ତେବେ ଏହା ଝିଅକୁ ୨୧ ବର୍ଷ ହେବା ପରେ ହିଁ ଉଠାଇ ପାରିବେ । ସେହିପରି ଝିଅକୁ ୧୪ ବର୍ଷ ଓ ୧୮ ବର୍ଷ ବୟସ ହେବା ପରେ ଜମା ରାଶିରୁ ଆପଣ ୫୦ ପ୍ରତିଶତ ଉଠାଇ ପାରିବେ ।

Girls

ସୁକନ୍ୟା ସୁଧ ଓ ଜମା ରାଶି ଉପରେ ୧୦୦ ପ୍ରତିଶତ ଟିକସ ଛାଡ଼ ରହିଛି । ଉପଭୋକ୍ତା ନିଜର ଡିପୋଜିଟ ଉପରେ ଏକ ନିର୍ଦ୍ଧିଷ୍ଟ ଆମାଉଣ୍ଟ ପର୍ଯ୍ୟନ୍ତ ଦାବୀ କରି ପାରିବେ । ତେବେ ପୂର୍ବରୁ ଜମା ରାଶି ଉପରେ ୭.୬୦ ପ୍ରତିଶତ ରିଟର୍ନ ମିଳୁଥିବା ବେଳେ ବର୍ତ୍ତମାନ ଏହାକୁ ସରକାର ୮ ପ୍ରତିଶତକୁ ବଢାଇଛନ୍ତି । ଏହା ଜମାକାରୀଂକ ପାଇଁ ଏକ ଭଲ ସୁଯୋଗ ଅଟେ ।