ଗିରଫ ହେବେ ଇମ୍ରାନ ଖାନ! ଆରେଷ୍ଟ ୱାରେଣ୍ଟ ଧରି ପୂର୍ବତନ PMଙ୍କ ଘରେ ପହଞ୍ଚିଲା ପୋଲିସ

ଗିରଫ ହୋଇପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଖାନ୍। ମିଳିଥିବା ସୂଚନା ଅନୁଯାଇ ଆଜି କୌଣସି ମୁହୂର୍ତ୍ତରେ ପୋଲିସ ତାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଅରେଷ୍ଟ କରିପାରେ। ବିଭିନ୍ନ ମାମଲାରେ ଦୀର୍ଘ ୧୮ ମାସ ଧରି କୋର୍ଟରେ ହାଜର ହେବାପରେ ତାଙ୍କ ବିରୋଧରେ ଜାମିନବିହୀନ ଗିରଫଦାରୀ ୱାରେଣ୍ଟ ଜାରି କରାଯାଇଛି।
ଅତିରିକ୍ତ ଅଧିବେଶନ ବିଚାରପତି ଜଫର କିବାଲ ଏହି ଶୁଣାଣି କରିଥିଲେ। ତେବେ, ମିଳିଥିବା ସୂଚନା ଅନୁଯାଇ ଇସଲାମାବାଦ ପୋଲିସ ଇମ୍ରାନଙ୍କୁ ଗିରଫ କରିବା ପାଇଁ ଲାହୋରରେ ପହଞ୍ଚି ସାରିଛି। ସମସ୍ତ ଆଇନଗତ ପ୍ରକ୍ରିୟା ସମାପ୍ତ ହେବାପରେ ତାଙ୍କୁ ଗିରଫ କରାଯାଇ ପାରେ ବୋଲି ଆଶଙ୍କା କରାଯାଉଛି।
ଅନ୍ୟପକ୍ଷରେ ପିଟିଆଇ ମୁଖ୍ୟଙ୍କୁ ଗିରଫ ଖବର ପ୍ରଚାର ହେବାପରେ ଏହାକୁ ନିନ୍ଦା କରାଯାଇଛି। ତେବେ ଯଦି ସରକାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି, ତେବେ ପରିସ୍ଥିତି ଖରାପ ହେବ ବୋଲି ପିଟିଆଇର ବରିଷ୍ଠ ଉପାଧ୍ୟକ୍ଷ ଫୱାଦ ଚୌଧୁରୀ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୮ ତାରିଖରେ ଇମ୍ରାନ ଚାରିଟି ଅଲଗା ଅଲଗା ମାମଲାରେ ହାଜର ହେବାର ଥିଲା। କିନ୍ତୁ, ତୋଶଖାନା ମାମଲାରେ ସେ ହଜ଼ାର ନ ହୋଇ ପାରିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।