ଧନତେରସରେ କିଣିବାକୁ ଚାହୁଁଛନ୍ତି ସୁନା ତ ଧ୍ୟାନରେ ରଖନ୍ତୁ ଏହି ୫ଟି କଥା, ନହେଲେ ପଡ଼ିବେ ଅସୁବିଧାରେ

ଯଦି ଆପଣ ବି ଏହି ଧନତେରସରେ ସୁନା କିଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି ତେବେ ପୂର୍ବରୁ ହିଁ କିଛି କଥା ନେଇ ସଚେତନ ହୋଇ ଯାଆନ୍ତୁ । ବିଶେଷ କରି ଧନତେରସରେ ସୁନା କିଣିବାକୁ ଶୁଭ ବୋଲି ମନେ କରାଯାଏ । ସୁନା କିଣିବା ମଧ୍ୟ ବୁଦ୍ଧିମାନର କାମ ଅଟେ । କାରଣ ଖରାପ୍ ସମୟ ବେଳେ ଏହାକୁ ବିନିଯୋଗ କରି ଅର୍ଥର ଅସୁବିଧାକୁ ପୂରଣ କରିହୁଏ ।
ତେବେ ଆସନ୍ତୁ ଜାଣିବା ସୁନା କିଣିବା ସମୟରେ କେଉଁ ସବୁ ଜିନିଷକୁ ଧ୍ୟାନରେ ରଖିବା ଉଚିତ୍ । ଯାହାକୁ ଆମେ ସାଧାରଣତଃ ଅଣଦେଖା କରୁ ।
ମୂଲ୍ୟ ତୁଳନା କରନ୍ତୁ : ସୁନାର ଦର ଉପର ତଳ ହୋଇଥାଏ । ଏଣୁ କ୍ରୟ କରିବା ପୂର୍ବରୁ ପ୍ରଚଳିତ ଦର ଜାଣି ନିଅନ୍ତୁ ।
ଗଢା ମଜୁରୀ ପ୍ରତି ସାବଧାନ ରୁହନ୍ତୁ : ଡିଜାଇନ୍ ଓ ଗ୍ରାମ ଅନୁସାରେ ମେକିଂ ଚାର୍ଜ ଅଲଗା ରହିଥାଏ । ତେଣୁ କରି ପ୍ରଥମେ କିଣିବା ପୂର୍ବରୁ ମେକିଙ୍ଗ ଚାର୍ଜକୁ ଅନ୍ୟ ସୁନା ଦୋକାନୀ ସହ ତୁଳନା କରି ନିଅନ୍ତୁ ।
ସାର୍ଟିଫାଏଡ ଗୋଲ୍ଡ କିଣନ୍ତୁ : ସେହି ସୁନା ହିଁ କିଣନ୍ତୁ ଯାହାକୁ ଭାରତୀୟ ମାନକ ବ୍ୟୁରୋ ଦ୍ୱାରା ସାର୍ଟିଫାଏ କରାଯାଇଥିବ । ଯେପରିକି ହଲ ମାର୍କ।
ଡ଼କୁମେଣ୍ଟେସନ୍ : ଦୋକାନୀ ଠାରୁ ନିଜର ବିଲ୍ ଓ କିଣିଥିବା ସାମଗ୍ରୀର ଡିଟେଲ କାଗଜପତ୍ର ମନେ କରି ନିଅନ୍ତୁ ।
ରିହାତି ଓ ଅଫର ଚେକ୍ କରନ୍ତୁ: ଉତ୍ସବ ଋତୁରେ ଜ୍ୱେଲର୍ସ ରିହାତି ଓ ଅଫର ଦେଇଥାନ୍ତି। ଏଣୁ କିଣୁଥିବା ସୁନାର ଉପଯୁକ୍ତ ମୂଲ୍ୟ ଜାଣିବା ପାଇଁ ଏହି ସବୁ ଅଫର ଓ ରିହାତି ଉପରେ ନଜର ରଖିବା ମଧ୍ୟ ଜରୁରି।