ମଟନର ଏହି ପାର୍ଟକୁ ଖାଇବା ଆଜିଠୁ ଛାଡ଼ନ୍ତୁ, ନହେଲେ ହୋଇପାରେ ଅନ୍ତନଳୀ କ୍ୟାନସର୍, ଜାଣନ୍ତୁ କାହାକୁ ଖାଇବେନି

 
Mutton
ଖାଦ୍ୟ ଭିତରେ ମଟନ୍ ର ଡିମାଣ୍ଡ ସବୁବେଳେ ଅଧିକ ରହିଥାଏ । ସେହିଭଳି ଅନ୍ୟ ନନ୍ ଭେଜ ଅପେକ୍ଷା ଏଥିରୁ ଅଧିକ ପ୍ରୋଟିନ୍ ମିଳିଥାଏ । ଏହାର ସ୍ବାଦ ମଧ୍ୟ ବେଶ୍ ଭଲ । ଯେଉଁଥି ପାଇଁ ବଜାରରେ ଅନ୍ୟ ନନ୍ ଭେଜ୍ ତୁଳନାରେ ଏହାର ଦାମ୍ ସବୁବେଳେ ଅଧିକ ରହିଥାଏ । ତେବେ ମଟନ କହିଲେ କେବଳ ଛେଳି ମାଂସ ନୁହେଁ ବରଂ ଉଭୟ ଛେଳି ଓ ମେଣ୍ଢା ମାଂସକୁ ବୁଝାଇଥାଏ । ଯାହାକୁ ରେଡ୍ ମିଟ କୁହାଯାଇଥାଏ ।

ଫ

କଣ ଆପଣ ଜାଣନ୍ତି ମଟନ ଶରୀର ପ୍ରତି ଯେତିକି ଲାଭଦାୟକ ସେତିକି ହାନିକାରକ ମଧ୍ୟ ହୋଇପାରେ ଯଦି ଆପଣ ମଟନ ରେ ଛେଳିର ଏହି ସବୁ ଅଂଶକୁ ଖାଉଥାଆନ୍ତି । 

ଯଦି ଆପଣ ଏହାକୁ ନିୟମିତ ଏବଂ ଅତ୍ୟଧିକ ଖାଆନ୍ତି ତେବେ ରକ୍ତ କୋଲେଷ୍ଟ୍ରଲର ପରିମାଣ ବହୁତ ଅଧିକ ହୋଇପାରେ । ତୁମେ ସନ୍ତୁଳିତ ପରିମାଣରେ ମାଂସ ଖାଇବା ଉଚିତ୍, ଯାହାଫଳରେ ତୁମର ପ୍ରୋଟିନ୍ ଏବଂ ଅନ୍ୟାନ୍ୟ ଭିଟାମିନ୍ ର ଆବଶ୍ୟକତା ପୂରଣ ହେବ । ଯଦି ଆପଣ ଅତ୍ୟଧିକ ମାଂସ ଖାଆନ୍ତି, ତେବେ ଏହା ଅନ୍ତନଳୀ କର୍କଟ ହେବାର ଆଶଙ୍କା ବଢାଇଥାଏ । ବ୍ରିଟେନରେ ବହୁ ସଂଖ୍ୟକ ଲୋକ ଏହି କର୍କଟ ରୋଗରେ ପୀଡିତ ଅଛନ୍ତି।

Mutton

ଡାକ୍ତର ଅନୁପମ ଗାଏକ୍ୱାଡ଼ କହିଛନ୍ତି ଯେ ମଟନ୍ ଖାଇବା ପୂର୍ବରୁ ଛେଳିର କେତେ ଗୁଡ଼ିଏ ଅଂଶ ଉପରେ ଧ୍ୟାନ ଦେବା ଉଚିତ୍ । ଯେପରିକି -

• ଛେଳିର ବୟସ ଓ ଓଜନ । ତାଙ୍କ କହିବା ଅନୁସାରେ ପ୍ରାୟ ୮ ରୁ ୧୦ କିଗ୍ରା ଓଜନ ବିଶିଷ୍ଟ ଛେଳିର ମାଂସ ଖାଇବା ପାଇଁ ସର୍ବୋତ୍ତମ ଅଟେ । ଅଧିକ ବୟସ୍କ ଛେଳିରୁ ନା ଭଲ ସ୍ବାଦ ମିଳିଥାଏ ନା ଭଲ ପ୍ରୋଟିନ ।

• ଛେଳି ମାଂସର ରଙ୍ଗ ଉପରେ ମଧ୍ୟ ନଜର ରଖିବା ଉଚିତ୍ । ଗୋଲାପୀ ରଙ୍ଗର ମାଂସ ସ୍ବାସ୍ଥ୍ୟ ପ୍ରତି ଉତ୍ତମ ଅଟେ ।

• ଛେଳି ମାଂସର ଯେତିକି ଉପକାରିତା ରହିଛି ତାହା ହାଡ଼ ଭିତରେ ଥିବା ରସର ମଧ୍ୟ ସେତିକି ଉପକାରିତା ରହିଛି । 

• ଛେଳିର ଆଗ ଗୋଡ, ଛାତି , ପଟି ଓ ଯକୃତରୁ ଅଧିକ ପ୍ରୋଟିନ ମିଳିଥାଏ । 

ଛେଳିର କେଉଁ ଅଂଶ ଖାଇବା ଉଚିତ୍ ନୁହେଁ ?

ଛେଳି ମାଂସରେ ଥିବା ଧଳା ଅଂଶକୁ ଖାଆନ୍ତୁ ନାହିଁ । ଧଳା ଅଂଶରେ ଅଧିକ ଚର୍ବି ରହିଥାଏ । ଏହା ଶରୀର ପ୍ରତି ହାନିକାରକ ଅଟେ । ଏହା ଛଡା ମଟନ ଏକ ପୁଷ୍ଟିକର ଖାଦ୍ୟ ହୋଇଥିବାରୁ ଏହାକୁ ବାରମ୍ବାର କିମ୍ବା ଅଧିକ ମାତ୍ରାରେ ଖାଇବା ଉଚିତ୍ ନୁହେଁ ।