“ଭାରତ ବିଶ୍ୱକପ ଜିତିଲେ ମୁଁ ଉଲଗ୍ନ ହୋଇ ବୁଲିବି” ଏହି ଅଭିନେତ୍ରୀଙ୍କ ବୟାନ ପରେ ଚର୍ଚ୍ଚା, ଜାଣନ୍ତୁ ପୁରା ଖବର

 
Actress on world cup

ଭାରତ ବିଶ୍ଵ କପ୍ ଜିତିଲେ ଭାଇଯାକ ବିଚ୍ ରେ "ଉଲଗ୍ନ ହେବି " । ଏଭଳି ବୟାନ ଦେଇ ତାମିଲ ଅଭିନେତ୍ରୀ ରେଖା ବେଜ ଏବେ ଖୁବ୍ ଚର୍ଚ୍ଚାରେ । ସେମି ଫାଇନାଲରେ ଭାରତର ଦମ୍ ଦାର୍ ଖେଳ ପରେ ଏବେ ଲୋକ ମାନଙ୍କର ଆଶା ଫାଇନାଲକୁ ନେଇ ଦୁଇ ଗୁଣିତ ହୋଇ ଯାଇଛି । ରବିବାର ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁ ଥିବା ବେଳେ ଲୋକ ମାନଙ୍କ ମଧ୍ୟରେ ଆଗ୍ରହ ବଢିବାରେ ଲାଗିଛି ।

Actress

ଅହମ୍ମଦାବାଦ୍ ର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ ରେ ଅନୁଷ୍ଠିତ ହେବ ବିଶ୍ଵ କପ୍ ର ଫାଇନାଲ ମ୍ୟାଚ। ଯେଉଁଥିରେ ମୁହାଁ ମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। କେବଳ ସାଧାରଣ ଜନତା ନୁହଁନ୍ତି ବଡ ବଡ ଫିଲ୍ମ ତାରକା ଠାରୁ ଆରମ୍ଭ କରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଷ୍ଟାଡିୟମ୍ ରେ ଦେଖିବେ ଏହି ମ୍ୟାଚ୍ ।

ଏହା ଭିତରେ ତାମିଲ ଅଭିନେତ୍ରୀ ରେଖା ବେଜ୍ ଙ୍କର ଏପରି ପୋଷ୍ଟ ଏବେ ସମାଲୋଚନାର ବିଷୟ ପାଲଟିଛି। ରେଖା ନିଜ ଇନଷ୍ଟାଗ୍ରାମ ପ୍ରୋଫାଇଲ୍ ରେ ଏକ ଷ୍ଟୋରି ସେୟାର କରି ଲେଖିଛନ୍ତି ଜଦି ବିଶ୍ଵ କପ୍ ରେ ଭାରତ ଜିତେ ତେବେ ଭାଇଜାକ୍ ବିଚ୍ ରେ ମୁଁ ଉଲଗ୍ନ ହୋଇ ବୁଲିବି ।

କହିରଖୁଛୁ କି, ପୂର୍ବରୁ ପୁନମ ମଧ୍ୟ ସମାନ ପ୍ରକାରର ଆଚରଣ ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଥିଲେ। ତେବେ ଶସ୍ତା ଲୋକପ୍ରିୟତା ପାଇଁ ସେ ଏଭଳି ପୋଷ୍ଟ କରିଥିବା କିଛି ୟୁଜର୍ସ କମେଣ୍ଟ ଦେଇଥିବା ବେଳେ ଆଉ ଏକ ୟୁଜର୍ସ ଲେଖିଛନ୍ତି, ଆପଣଙ୍କୁ ଲଜ୍ଜା ଲାଗିବା କଥା। ଏହା ଆମର ସଂସ୍କୃତି ନୁହେଁ। ଏଭଳି ବୟାନ ଦେଇ ବିବାଦ ଘେରକୁ ଠେଲି ହୋଇଯାଇଛନ୍ତି ଅଭିନେତ୍ରୀ ରେଖା ବୋଜ।