ଶ୍ବଶୁର ଘରେ ଜ୍ବାଇଁର ଧାରଣା, ରାଗି ସ୍ତ୍ରୀକୁ ମନାଇବା ପାଇଁ ୩୧ଘଣ୍ଟା ବସିଲେ ସ୍ବାମୀ, ତଥାପି ଗେଟ୍‌ ଖୋଲିଲାନି ସ୍ତ୍ରୀ ଆଉ ତାପରେ..

 
Swami anasana

ପ୍ରେମ ଏବଂ ସ୍ୱାମୀ ସ୍ତ୍ରୀ ଭିତରେ ହୋଇଥିବା ମନୋମାଳିନ୍ୟର ଏକ ଅଜବ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ସହ ଦେଖା କରିବାକୁ ଆସି ଶ୍ୱଶୁରଘର ବାହାରେ ୩୧ ଘଣ୍ଟା ଧରି ବସିରହିଥିଲେ ମଧ୍ୟ ଶ୍ବଶୁରଘର ଲୋକେ କବାଟ ଖୋଲିନଥିଲେ।

ପୁରା ଘଟଣା ମୁତାବକ ଅଜମେର ରାଜସ୍ଥାନର ବୈଷ୍ଣବ ନାଗର ନିବାସୀ ଅବିନାଶ ଭର୍ମା ସୁଲାକୁଲ ନାଗାରର ଜଣେ ଯୁବତୀଙ୍କୁ ୨ ମଇ ୨୦୧୫ ମସିହାରେ ବିବାହ କରିଥିଲେ।  ଅବିନାଶ ପେସାରେ ଜଣେ ଆକାଉଣ୍ଟାଣ୍ଟ ହୋଇଥିବା ବେଳେ ତାଙ୍କ ପିତା ଜଣେ ଅବସରପ୍ରାପ୍ତ ତହସିଲଦାର ଅଟନ୍ତି। ଅବିନାଶଙ୍କ କହିବା ଅନୁଯାୟୀ, ପ୍ରଥମ ବିବାହ ବାର୍ଷିକୀରେ ତାଙ୍କ ପତ୍ନୀ ବିୟୁଟି ପାର୍ଲରକୁ ଯିବାକୁ କହି ଘରୁ ବାହାରି ଆସି ଆଉ ଫେରିନଥିଲେ। ସେ ଏହାପରେ ଫୋନ କରିଥିଲେ ମଧ୍ୟ ପରେ ତାଙ୍କ ସ୍ତ୍ରୀ ବାହାନା କରି ନିଜ ବାପଘରକୁ ପଳାଇଯାଇଥିବା ଜାଣିବାକୁ ମିଳିଥିଲା।

ଏହାପରେ ଅବିନାଶ ପୂର୍ବରୁ ତାଙ୍କ ସ୍ତ୍ରୀଙ୍କୁ ଆଣିବାକୁ ଯାଇଥିଲେ ମଧ୍ୟ ତାଙ୍କୁ ମିଛ ସାନ୍ତ୍ୱନା ଦିଆଯାଇ ଫେରାଇ ଦିଆଯାଇଥିଲା, ପରେ ଅବିନାଶଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ଏକ ଘରୋଇ ନିର୍ଯାତନାର ମାମଲା ରୁଜୁ କରିଥିବା ପୋଲିସ ସୂଚନା ଦେଇଥିଲା। ପତ୍ନୀ ଅବୀନାଶଙ୍କ ବିରୋଧରେ ଯୌତୁକ ନିର୍ଯାତନା ଏବଂ ରକ୍ଷଣାବେକ୍ଷଣ ପାଇଁ ଏକ ମକଦ୍ଦମା ଦାୟର କରିଥିବାରୁ, ଅଭିନାଶଙ୍କୁ ତାଙ୍କ ପିତାମାତା ସମସ୍ତ ସମ୍ପତ୍ତିରୁ ବେଦଖଲ କରି ଦେଇଥିଲେ, ଏପରିକି ସେ ତାଙ୍କର ଚାକିରି ମଧ୍ୟ ହରାଇଛନ୍ତି।

ଏଭଳି ପରିସ୍ଥିତିରେ ଅବିନାଶ ପୁଣି ଥରେ ତାଙ୍କ ଶ୍ୱଶୁର ଘରକୁ ସ୍ତ୍ରୀ ସହ କଥା ହେବାକୁ ଆସିଥିଲେ। କିନ୍ତୁ ଅବିନାଶ ଆସିବା ମାତ୍ରେ ତାଙ୍କ ସ୍ତ୍ରୀ ସେଠାରୁ ଖସି ପଳାଇବା ସହ ଫୋନରେ ମଧ୍ୟ ଯୋଗାଯୋଗ କରିନଥିଲେ। ଫଳରେ ଅବିନାଶ ସେହିଠାରେ ହିଁ ଗତ ୩୧ ଘଣ୍ଟା ହେବ ସ୍ତ୍ରୀ ସହ ଦେଖା ହେବା ଜିଦ୍ ରେ ବସି ରହିଥିଲେ। ଶ୍ୱଶୁର ଘର ଲୋକେ କବାଟ ଖୋଳୁନଥିବା ବେଳେ ପାଖରେ ଥିବା କିଛି ପଡ଼ୋଶୀ ଅବିନାଶଙ୍କୁ ଚୌକି ଏବଂ ଖଟିଆ ଯୋଗାଇ ଦେଉଥିବାର ଦେଖିବାକୁ ମିଳିଥିଲା।