ଦେଖନ୍ତୁ ଭିଡ଼ିଓ: ସ୍ତ୍ରୀ ର ଦୁଃଖ ସହି ନପାରି ତୁ ଖୁସିରେ ରହ କହି ପ୍ରେମିକ ସହ ବାହା କରାଇଲା ସ୍ୱାମୀ, ତାପରେ ଯାହା ହେଲା...

 
premika

ପୁରା ଫିଲ୍ମ ଷ୍ଟାଇଲରେ ନିଜ ପତ୍ନୀକୁ ତା ପ୍ରେମିକ ହାତରେ ଟେକିଦେଲା ସ୍ୱାମୀ । କଥାଟି କୌଣସି ଫିଲ୍ମର ସଂଳାପ ପରି ଲାଗୁଥିଲେ ମଧ୍ୟ ଏହିପରି ଏକ ଘଟଣା ନିକଟରେ ଘଟିଛି । ବିବାହ ପରେ ମଧ୍ୟ ପ୍ରେମିକକୁ ଭଲ ପାଉଥିଲା ସ୍ତ୍ରୀ । ଲୁଚି ଲୁଚି ପ୍ରେମିକକୁ ଦେଖା କରୁଥିଲା । ଆଉ ସ୍ଵାମୀ ଜାଣିବା ପରେ ପ୍ରେମିକ ହାତରେ ଟେକିଦେଲା ସ୍ତ୍ରୀକୁ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

WhatsApp Channel (Join Now) Join Now

Love

ସେଥିପାଇଁ ତୋ ପ୍ରେମିକ ଜଣକ ନିଜର ବିବାହିତା ପ୍ରେମିକାକୁ ଦେଖା କରିବା ପାଇଁ ତାର ଶାଶୂ ଘରେ ପହଞ୍ଚିଥିଲା । ଏହି ବିଷୟରେ ସ୍ଵାମୀ ଖବର ପାଇବା ପରେ ସେ ତାର ସ୍ତ୍ରୀକୁ ପାଖକୁ ଡାକି ଭଲରେ ତାଙ୍କର ମତାମତ ନେଇଥିଲା । ଆଉ ଶେଷରେ ସ୍ଵାମୀ ଜଣକ ସ୍ତ୍ରୀର ଖୁସି ପାଇଁ ତାର ପ୍ରେମିକ ସହ ବିବାହ କରାଇ ଦେଇଥିଲେ ।

ତେବେ ଉତ୍ତରପ୍ରଦେଶ ତ୍ରିପୁରିଆ ଜିଲ୍ଲାର ବରିଅପୂର ନଗରରେ ଏଭଳି କିଛି ଘଟଣା ଘଟିଛି । ସେଠାରେ ରହୁଥିବା ଯୁବକ ଆକାଶ ଶାହଙ୍କ ବିବାହ ବିହାର ରାଜ୍ୟର ଗୋପାଳଗଞ୍ଜ ଜିଲ୍ଲାର ବରି ଅଞ୍ଚଳସ୍ଥ ଏକ ଗ୍ରାମରେ ଜଣେ ଯୁବତୀଙ୍କ ସହିତ ହୋଇଥିଲା । ସବୁକିଛି ଠିକ୍ ଠାକ୍ ଚାଲୁଥିବା ବେଳେ ସ୍ତ୍ରୀର ପ୍ରେମିକ ଆସି ଘରେ ପହଞ୍ଚିଥିଲେ । ହେଲେ ସ୍ତ୍ରୀ ପ୍ରେମିକକୁ ହଠାତ୍ ଦେଖି ଯେତିକି ଖୁସି ହୋଇଥିଲା ସେତିକି ଭୟଭୀତ ମଧ୍ୟ ହୋଇ ଯାଇଥିଲା ।

ଦେଖନ୍ତୁ ଭିଡିଓ :-

ଯେତେବେଳେ ସ୍ଵାମୀ ଏସବୁ ବିଷୟରେ ଜାଣିଥିଲେ ସେତେବେଳେ ସ୍ଵାମୀ ନିରାଶ ହୋଇ ଯାଇଥିଲେ । ପରେ କିନ୍ତୁ ନିଜ ମନକୁ ବୁଝାଇ ବହୁତ୍ ବଡ଼ ପଦକ୍ଷେପ ନେଇଥିଲେ । ସ୍ତ୍ରୀ ଓ ଗ୍ରାମବାସୀଙ୍କ ସହିତ ବିଚାର ବିମର୍ଷ କରି ସ୍ଵାମୀ, ନିଜ ସ୍ତ୍ରୀ ଓ ତାର ପ୍ରେମିକ ଦୁହିଁଙ୍କ ଖୁସି ପାଇଁ ବିବାହର ପୂର୍ଣ୍ଣ ପ୍ରସ୍ତୁତି କରି ପ୍ରେମିକ ସହ ବିବାହ କରାଇ ଦେଇଥିଲା ସ୍ଵାମୀ । ଯାହାକି ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା ।