ପ୍ରେମ ବିବାହ କଲେ, ବିବାହ ପ୍ରଥମ ରାତ୍ରି ବି ମନେଇଲେ, ପରେ ସ୍ତ୍ରୀ ଠାରୁ ଟଙ୍କା ନେଇ ହେଲେ ଫେରାର, ପଢନ୍ତୁ ପୁରା ଖବର

 
Husband flees with money

ସ୍ତ୍ରୀ ପାଖରୁ ଟଙ୍କା ନେଇ ଛୁ ମାରିଛି ସ୍ୱାମୀ। ଘରେ ତାଲା ପକାଇ ଶାଶୂଘର ପୁରା ପରିବାର କେଉଁଆଡ଼େ ଚାଲିଯାଇଥିବା ବେଳେ ସ୍ୱାମୀକୁ ଖୋଜି ଖୋଜି ଶାଶୂଘର ଆଗରେ ଅଖିଆ ଅପିଆ ଧାରଣା ଦେଇ ପଡିରହିଛନ୍ତି ଏହି ମହିଳା। ଯାହାକୁ ନିଜଠୁ ଅଧିକ ବିଶ୍ୱାସ କରି ପ୍ରେମ ବିବାହ କରିଥିଲେ ସେ ଏପରି ଭାବରେ ଧୋକା ଦେବାପରେ ବାଧ୍ୟ ହୋଇ ପୋଲିସର ଆଶ୍ରୟ ନେଇଛନ୍ତି ପୀଡିତା।

Husband wife

ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ପଞ୍ଚୁପାଲି ଗାଁରେ ଏହିଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଏହି ଗାଁର ସୁଶାନ୍ତ ଗିରିଙ୍କ ପୁଅ ଶରତ, ଜମ୍ଭିରାଇ ଗାଁର ବିଜୟ ବରଙ୍କ ଝିଅ ରଞ୍ଜିତାକୁ ପ୍ରେମ କରୁଥିଲେ। ଉଭୟେ ଘରୁ ଲୁଚି କୋର୍ଟ ମ୍ୟାରେଜ ଏବଂ ପରେ ମନ୍ଦିରରେ ବିବାହ କରିଥିଲେ। ପ୍ରଥମେ ସେମାନେ ବାଲେଶ୍ୱରରେ କିଛି ଦିନ ଘର ଭଡ଼ା ନେଇ ରହିବା ପରେ ସ୍ବାମୀ ସ୍ତ୍ରୀ ଉଭୟ ନିଜ ଗାଁ ପଞ୍ଚୁପାଲିରେ ଥିବା ଘରକୁ ଫେରି ଆସିଥିଲେ। କିନ୍ତୁ, ସେଠାରେ ରଞ୍ଜିତାଙ୍କୁ ଛୋଟ ଜାତି କହି ସେମାନଙ୍କୁ ଘରୁ ବାହାର କରି ଦିଆଯାଇଥିଲା।

Ranjita

ଏହାପରେ ସେମାନେ ରଞ୍ଜିତାଙ୍କ ବାପ ଘର ଜମ୍ଭୀରାଇରେ ରହି ଆସୁଥିଲେ ହେଁ ଶରତ ତାଙ୍କ ପରିବାର ଲୋକଙ୍କ କଥାରେ ପଡି ରଞ୍ଜିତାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ତେବେ, ଏକ ଦୋକାନ କରିବା ପାଇଁ ଶରତଙ୍କୁ ରଞ୍ଜିତା ୨୦,୦୦୦ ଟଙ୍କା ଦେଇଥିଲେ। ଟଙ୍କା ପାଇବା ପରେ ଶରତ ଲୁଚି ଲୁଚି ଘରୁ ଛୁ ମାରୁଥିବା ବେଳେ ରଞ୍ଜିତା ଦେଖିଥିଲେ ମଧ୍ୟ ତାଙ୍କୁ ରୋକି ପାରିନଥିଲେ। ତେବେ, ସ୍ୱାମୀ ଫେରାର ହୋଇଯିବାରୁ ରଞ୍ଜିତା ନିଜ ଶାଶୂଘରକୁ ଯାଇଥିଲେ ମଧ୍ୟ ସେଠାରେ ଘର ତାଲା ପକାଇ ପୁରା ପରିବାର କେଉଁଆଡ଼େ ଚାଲିଯାଇଥିଲା। ତେଣୁ, ରଞ୍ଜିତା ବାଧ୍ୟ ହୋଇ ଅଖିଆ ଅପିଆ ଧାରଣାରେ ବସିବା ସହ ବଳିଆପାଳ ଥାନାରେ ଏଥିନେଇ ଏକ ଏତଲା ଦେଇଛନ୍ତି।