ସାର୍କ ପେଟରୁ ବାହାରିଲା ମଣିଷ ରୂପୀ ଅଦ୍ଭୁତ ମାଛ, ଘଟଣା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

 
ସାର୍କ ପେଟରୁ ବାହାରିଲା ମଣିଷ ରୂପୀ ଅଦ୍ଭୁତ ମାଛ, ଘଟଣା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ସମୁଦ୍ରର ଗଭୀରତା ଭିତରେ ଅନେକ ରହସ୍ୟ ଏବଂ ରାହସ୍ୟମୟ ଜୀବ ଲୁଚି ରହିଥିବା ଦେଖିବାକୁ ମିଳିଥାଏ। ବେଳେ ବେଳେ ଏଭଳି ଅନେକ ଅଜବ ଜିନିଷ ସମୁଦ୍ରରୁ ବାହାରକୁ ଆସେ ଯାହାର ଉତ୍ତର କାହା ପାଖରେ ମଧ୍ୟ ମିଳିନଥାଏ। ତେବେ ଇଣ୍ଡୋନେସିଆର ଉପକୂଳରେ ଏପରି ଏକ ମାମଲା ଦେଖା ଦେଇଛି ଯାହା ଆପଣଙ୍କୁ ଚକିତ କରିବ ନିଶ୍ଚିତ।

ଇଣ୍ଡୋନେସିଆର ଜଣେ ମତ୍ସ୍ୟଜୀବୀ ଏକ ସାର୍କ ମାଛ ଧରିଥିଲେ, କିନ୍ତୁ ତାକୁ କାଟିବା ପରେ ତା ପେଟ ଭିତରୁ ମଣିଷ ପରି ଦେଖାଯାଉଥିବା ଏକ ସାର୍କ ସାବକ ମିଳିଥିଲା। ଏହି ଶାର୍କର ରୂପ ରେଖ ମନୁଷ୍ୟମାନଙ୍କ ସହିତ ବହୁତ ମେଳ ଖାଉଥିବାରୁ ଏହାର ଫୋଟୋ ଖୁବ ଭାଇରାଲ ହେବାରେ ଲାଗିଛି। ତେବେ ବିଶେଷଜ୍ଞମାନେ ଏହାକୁ ମ୍ୟୁଟେସନ୍ ର ପରିଣାମ ବୋଲି ଦର୍ଶାଇଛନ୍ତି।

ଏହି ମାଛଟିକୁ ୪୮ ବର୍ଷିୟ ମତ୍ସ୍ୟଜୀବୀ ଅବଦୁଲ୍ଲା ନୁରିନ୍ ଆମା ଧରିଥିବା ଜାଣିବାକୁ ମିଳିଛି। ତେବେ ଏହି ମାଛ ଟିକୁ ବହୁତ ଲୋକ ମୋଟ ଅଙ୍କର ଟଙ୍କା ଦେଇ କିଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ନୁରିନ୍ ଏହାକୁ ବିକିବାକୁ ମନା କରିଦେଇଥିଲେ ଏବଂ ଏହାକୁ ନିଜେ ପାଳିବାକୁ ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି।