IB ରେ ବଡ଼ ଚାକିରୀ ସୁଯୋଗ! କରନ୍ତୁନାହିଁ ହାତଛଡ଼ା, ଆଜିହିଁ କରନ୍ତୁ ଆବେଦନ….

 
IB

ଇଣ୍ଟେଲିଜେନ୍ସ ବ୍ୟୁରୋ ଅଥବା (IB)ରେ ଚାକିରୀ ପାଇବା ପାଇଁ କାହାର ଅବା ଇଚ୍ଛା ନଥାଏ। ଯଦି ଆପଣଙ୍କର ମଧ୍ୟ ଏହି ଚାକିରୀ ପାଇଁ ଇଚ୍ଛା ରହିଛି ତେବେ ଖୁସି ଖବରଟି ଜାଣି ରଖନ୍ତୁ। IB ପକ୍ଷରୁ ଚାକିରୀ ପାଇଁ ନୂତନ ଆବେଦନ ଗ୍ରହଣ କରାଯାଉଅଛି ଏଥିପାଇଁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇ ସାରିଛି। ଆବେଦନ ପାଇଁ ଆଉ ମାତ୍ର ୩ ଦିନ ବାକି ରହିଥିବା ବେଳେ ତୁରନ୍ତ ଆବେଦନ କରନ୍ତୁ।

IB

ଏହି ନିଯୁକ୍ତି ମାଧ୍ୟମରେ ୬୦୦ ରୁ ଅଧିକ ଚାକିରୀ ମିଳିବ। ଏହା ଉଭୟ ପୁରୁଷ ଏବଂ ମହିଳା ମାନଙ୍କ ପାଇଁ ହୋଇଥିବା ବେଳେ ଅନଲାଇନ ମାଧ୍ୟମରେ ଆବେଦନ ପ୍ରକ୍ରିୟା ଚାଲୁ ରହିଛି। ଏହି ନିଯୁକ୍ତି ମାଧ୍ୟମରେ IBରେ ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ପଦବୀ ପୂରଣ କରାଯିବ। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ MHA ର ଅଫିସିଆଲ୍ ୱେବ୍‌ସାଇଟ୍‌ https://www.mha.gov.in/en କୁ ଯାଇ ଆଵେଦନ କରି ପାରିବେ।

IB

ଅନଲାଇନ ଆବେଦନ ଚାଲୁ ରହିଥିବା ବେଳେ ଏହା ୨୯ ମଇ ୨୦୨୪ ପର୍ଯ୍ୟନ୍ତ ଚାଲୁ ରହିବ। ଖାଲି ରହିଥିବା ପଦବୀ ଗୁଡିକ ମଧ୍ୟରେ ACIO-I / Exe – ୮୦ଟି ପୋଷ୍ଟ୍‌, ACIO-II / Exe – ୧୩୬ଟି ପୋଷ୍ଟ୍‌, JIO-I / Exe – ୧୨୦ଟି ପୋଷ୍ଟ୍‌, JIO-II / Exe – ୧୭୦ଟି ପୋଷ୍ଟ୍‌, SA / XE – ୧୦୦ଟି ଟି ପୋଷ୍ଟ୍‌, JIO-II / Tech – ୮ଟି ପୋଷ୍ଟ୍‌, ACIO-II / ସିଭିଲ୍ ୱାର୍କସ୍ – ୩ଟି ପୋଷ୍ଟ୍‌, JIO-I / MT – ୨୨ଟି ପୋଷ୍ଟ୍‌, କନ୍‌ଫେରେନ୍ସର୍-କମ୍‌-କୁକ୍ – ୧୦ଟି ପୋଷ୍ଟ୍‌, ତଦାରଖକାରୀ – ୫ଟି ପୋଷ୍ଟ୍‌, PA (ବ୍ୟକ୍ତିଗତ ସହାୟକ) - ୫ଟି ପୋଷ୍ଟ୍‌, ପ୍ରିଣ୍ଟିଙ୍ଗ୍-ପ୍ରେସ୍-ଅପରେଟର୍ – ୧ଟି ପୋଷ୍ଟ୍‌, ମୋଟ୍ – ୬୬୦ଟି ପୋଷ୍ଟ୍ ସାମିଲ ରହିଛି।

IB

ଦଶମ/ଗ୍ରାଜୁଏସନ/ ଇଂଜିନିୟରିଂ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ। ତେବେ, ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ ହୋଇପାରେ। ଆବେଦନ କରିବା ପାଇଁ ସର୍ବାଧିକ ବୟସସୀମା ୫୬ ବର୍ଷ ବୟସ ଅଟେ। ସର୍ବନିମ୍ନ ଦରମା ୧୯,୯୦୦ଟଙ୍କା ହୋଇଥିବା ବେଳେ ସର୍ବାଧିକ ଦରମା ୧,୫୧,୧୦୦ଟଙ୍କା ଅଟେ।

ଆହୁରି ପଢ଼ନ୍ତୁ:- ଗର୍ଭାବସ୍ଥାରେ ଏହି ଭୁଲ୍ ଯୋଗୁଁ ଶିଶୁର ହୃଦୟରେ ହୋଇଥାଏ ଛିଦ୍ର, ପ୍ରତ୍ୟେକ ମହିଳା ଜାଣି ରଖିବା ଉଚିତ୍