ଓଡ଼ିଶା ସବ୍‌-ଅର୍ଡିନେଟ୍ କର୍ମଚାରୀ ଚୟନ ଆୟୋଗ (OSSSC) ରେ ବାହାରିଲା ବିଜ୍ଞପ୍ତି, ଯଥାଶୀଘ୍ର କରନ୍ତୁ ଆବେଦନ

 
Teacher

ଓଡିଶାରେ ରହି ଶିକ୍ଷକତା କରିବା ପାଇଁ ଇଚ୍ଛୁକ ଥିବା ଯୁବକ ଯୁବତୀ ମାନଙ୍କ ପାଇଁ ବଡ଼ ସୁଯୋଗ! ୨୦୦୦ ରୁ ଅଧିକ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଲେ ଓଡିଶା ସରକାର। ଓଡ଼ିଶା ସବ୍‌-ଅର୍ଡିନେଟ୍ କର୍ମଚାରୀ ଚୟନ ଆୟୋଗ (OSSSC) ପକ୍ଷରୁ ଏଥିନେଇ ଏକ ନୂଆ ସଂକ୍ଷିପ୍ତ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ TGT ପଦବୀ ପୂରଣ କରାଯିବ ବୋଲି ସୂଚନା ମିଳିଛି।

Teacher

Follow our WhatsApp channel and get all the Latest news:-

ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:

For Latest Job news, Join our WhatsApp & Telegram Channel below:

WhatsApp Channel (Join Now) Join Now
Telegram Group (Join Now) Join Now

ବିଭିନ୍ନ ସରକାରୀ ବିଦ୍ୟାଳୟରେ ଜିଲ୍ଲା କ୍ୟାଡରରେ ଖାଲି ରହିଥିବା ବିଭିନ୍ନ ବର୍ଗର ପୋଷ୍ଟ ଗୁଡିକରେ ନିଯୁକ୍ତି ମିଳିବ। ଏସ୍‌ଟି, ଏସ୍‌ସି ବିକାଶ, ଏମ୍‌ ଏବଂ ବିସିଡବ୍ଲୁ ବିଭାଗ ଅଧୀନରେ ଥିବା ସରକାରୀ ବିଦ୍ୟାଳୟରେ ୨୦୦୦ ରୁ ଅଧିକ ଶିକ୍ଷକଙ୍କୁ ନିଯୁକ୍ତି ମିଳିବ। ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀମାନେ ଏହାର ଅଫିସିଆଲ ୱେବସାଇଟ https://www.osssc.gov.in/Public/OSSSC/Default.aspx କୁ ଯାଇ ଆବେଦନ କରି ପାରିବେ।

Osssc

ଏହି ବିଜ୍ଞପ୍ତିକୁ ଦେଖିବାକୁ ଚାହୁଁଥିଲେ ଆପଣ https://www.osssc.gov.in/Public/Pages/Notification.aspx ଉପରେ କ୍ଲିକ୍ କରି ଦେଖିପାରିବେ। ୦୧ ଏପ୍ରିଲ ୨୦୨୪ ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ଏହା ୨୫ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଚାଲୁ ରହିବ। ଯେଉଁଥିରେ ମୋଟ ଉପରେ ୨,୬୨୯ଟି ପଦବୀ ପୂରଣ କରାଯିବ। ବୟସ ଗଣନା ୦୧ ଏପ୍ରିଲ୍ ୨୦୨୪ ରୁ ହେଉଥିବା ବେଳେ ସର୍ବନିମ୍ନ ବୟସ ସୀମା ୨୧ ବର୍ଷ ଏବଂ ସର୍ବାଧିକ ବୟସ ସୀମା ୩୮ ବର୍ଷ ରଖାଯାଇଛି।

ଆହୁରି ପଢ଼ନ୍ତୁ:- ସରକାରୀ ଶିକ୍ଷକ ପଦ ପାଇଁ ବାହାରିଲା ବିଜ୍ଞପ୍ତି! ଶୀଘ୍ର କରନ୍ତୁ ଆବେଦନ….