କ୍ରିକେଟରଙ୍କ ଉପରେ ମଧ୍ୟ ହେଲା TAX ର ମାଡ଼! ଜାଣନ୍ତୁ କୋହଲି-ରୋହିତ ଭଳି ଖେଳାଳିଙ୍କୁ କେତେ କୋଟି ଟାକ୍ସ ଦେବାକୁ ପଡିବ

 
Tax

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ ତାରିଖରେ ୨୦୨୩ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଗରିବ ଏବଂ ମଧ୍ୟବିତ୍ତ ପରିବାରର ଲୋକେ କଣ ଶସ୍ତା ଏବଂ କଣ ମହଙ୍ଗା ହୋଇଛି ସେଥିନେଇ ଚିନ୍ତିତ ରହିଥିବା ବେଳେ ଧନୀ ଲୋକଙ୍କ ମଧ୍ୟରେ ଟିକସ୍ ଦେବାକୁ ନେଇ ସରକାର କଣ ଛାଡ଼ କରିଛନ୍ତି ସେଥିନେଇ ଲକ୍ଷ୍ୟ ରଖିଥାନ୍ତି।

Tax

ସଚିନ ତେନ୍ଦୁଲକର୍ ଏବଂ ବିରାଟ କୋହଲିଙ୍କ ପରି ଭାରତୀୟ ଷ୍ଟାର କ୍ରିକେଟରମାନେ ବର୍ଷକୁ କୋଟି କୋଟି ଟଙ୍କା ଆୟ କରୁଥିବା ବେଳେ ସେମାନଙ୍କୁ ମଧ୍ୟ ମୋଟା ଅଙ୍କର ଟିକସ୍ ଦେବାକୁ ପଡିଥାଏ। କୋହଲି କେବଳ ବିସିସିଆଇର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ହିଁ ବାର୍ଷିକ ୭ କୋଟି ଟଙ୍କା ଆୟ କରିଥାନ୍ତି। ଏହା ବ୍ୟତୀତ ମ୍ୟାଚ ଫି, ଆଇପିଏଲ୍ କଣ୍ଟ୍ରାକ୍ଟ ଏବଂ ବିଜ୍ଞାପନ ଦ୍ୱାରା ମଧ୍ୟ ସେ କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି।

Virat kohli

ବିରାଟ ବାର୍ଷିକ ପ୍ରାୟ ୪୦ କୋଟି ଟଙ୍କା ଟିକସ୍ ଦେଉଥିବା ମିଡିଆ ରିପୋର୍ଟ ମାଧ୍ୟମରେ ସୂଚନା ମିଳିଛି। ସେହିପରି ସଚିନ ଓ ରୋହିତ ଶର୍ମା ମଧ୍ୟ ୨୦ କୋଟିରୁ ଉର୍ଦ୍ଧ ଟିକସ୍ ପ୍ରଦାନ କରିଥାନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୬ ଲକ୍ଷରୁ ଅଧିକ ଏବଂ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କ୍ଷେତ୍ରରେ ୧୦% ଟିକସ ଦେବାକୁ ହୋଇଥାଏ। ନୂତନ ଶାସନ ଅଧୀନରେ ୧୨ ଲକ୍ଷରୁ ଅଧିକ ଏବଂ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟରେ ୨୦% ଟିକସ ଦେବାକୁ ହେବ। ୧୫ ଲକ୍ଷରୁ ଅଧିକ ଆୟକୁ ୩୦% ଟିକସ ଦିଆଯିବ।