ସ୍ୱାମୀ ତା ସ୍ତ୍ରୀର ସମ୍ପତ୍ତି ଉପରେ‌ କେତେ‌ ଅଧିକାର ରହିଥାଏ, ଜାଣନ୍ତୁ କଣ ରହିଛି ଭାରତୀୟ ଆଇନ୍

 
Husband wife

ଗୋଟେ ଝିଅ ବିବାହ କରିଲେ ଅନେକ କଥା ମନରେ ଭାବିଥାଏ । ଏହାସହ ଆପଣମାନେ ଜାଣିଥିବେ କି ପୁଅ ବିବାହ କରି ସରିଲା ପରେ ଯଦି ତାର ସ୍ତ୍ରୀ ଚାହିଁବ ତାହେଲେ ଶଶୁର ଘର ସମ୍ପତ୍ତିରୁ ଭାଗ ନେଇପାରିବ । ସ୍ବାମୀଙ୍କ ସମ୍ପତ୍ତି ଉପରେ ସ୍ତ୍ରୀର ଭାଗ ଥାଏ ଏହି କଥା ତ ଆପଣମାନେ ଜାଣିଥିବେ । ଭାରତୀୟ ଆଇନ ମଧ୍ୟ ଏନେଇ ଅନେକ କିଛି କଥା କହିବା ସହ ଏବେ ଆଉ କିଛି କଥା ବିଷୟରେ ଜାଣିପାରିବା ।

ସ୍ବାମୀଙ୍କ ସମ୍ପତ୍ତି ଉପରେ ସ୍ତ୍ରୀର ଭାଗ ରହିଛି । କିନ୍ତୁ ସ୍ତ୍ରୀର ସମ୍ପତ୍ତି ଉପରେ ସ୍ୱାମୀର କେତେ ଭାଗ ରହିଛି ଏହି କଥା କିଏ ବା ଜାଣିଛି । ଆଉ ଏନେଇ ଭାରତୀୟ ଆଇନ କଣ କହିଛି ଆପଣମାନେ ଜାଣିଛନ୍ତି କି ? ଯଦି ଏହି ବିଷୟରେ ଆପଣମାନେ ଜାଣି ନାହାଁନ୍ତି ତାହେଲେ ଆପଣ ଜାଣି ରଖନ୍ତୁ ।

Husband wife

ଯେତେବେଳେ ସମ୍ପତ୍ତି ଭାଗ କଥା ଆସେ ସେତେବେଳେ ଅନେକ କଥା ସାମ୍ନାକୁ ଆସିଥାଏ ଆଉ ଅନେକ ଲୋକ ଅନେକ ପ୍ରକାରର ଉପାୟ ଦେଇଥାନ୍ତି । ଏବେ ଏହାକୁ ନେଇ ଆସିଛି କିଛି ଖବର। ସ୍ଵାମୀ ଏବଂ ସ୍ତ୍ରୀଙ୍କୁ ସମାନ ଭାଗ ମିଳିବା କଥା ଆଉ ଏଇଟା ହିଁ ଠିକ୍ । ସ୍ବାମୀମାନେ କୌଣସି ସ୍ଥାନରେ କିଛି ଜାଗା କିଣିଲେ୬ ତାଙ୍କ ସ୍ତ୍ରୀଙ୍କ ନାଁରେ କିଣି ଥାଆନ୍ତି ।

କିନ୍ତୁ ଯଦି ସ୍ଵାମୀ ଜଣକ ସେହି ସମ୍ପତ୍ତି ବିକ୍ରି କରିବାକୁ ଚାହିଁବେ ତାହେଲେ ତାଙ୍କ ସ୍ତ୍ରୀଙ୍କ ସମ୍ମତି କ୍ରମେ ସେ ବିକ୍ରି କରିପାରିବେ । ଯଦି କୌଣସି ସମ୍ପତ୍ତି ଉଭୟ ପତି ପତ୍ନୀଙ୍କ ନାମରେ ଅଛି ତାହେଲେ ଏହି ସମ୍ପତ୍ତିରେ ଉଭୟ ୫୦ ୫୦ ପ୍ରତିଶତ ଭାଗ ପାଇବେ । କିନ୍ତୁ ଛାଡ଼ପତ୍ର କ୍ଷେତ୍ରରେ ପତ୍ନୀ ପତିଙ୍କ ସମ୍ପତ୍ତି ଉପରେ ଅଧିକାର ଦାବି କରିପାରିବ ।

କିନ୍ତୁ ପତ୍ନୀ ଯଦି କୌଣସି ବିଜନେସ ବା କୌଣସି କାମ କରିଥିବେ ସେହି ପରିସ୍ଥିତିରେ ଆଇନ କିଛି ଅଲଗା ହୋଇଥାଏ । ଏପରି ପରିସ୍ଥିତିରେ ପତ୍ନୀ ଛାଡ଼ପତ୍ର ପରେ ସେହି ସମ୍ପତ୍ତିରେ ବଞ୍ଚିପାରିବେ । କିନ୍ତୁ ସ୍ବାମୀଙ୍କ ଉପରେ ମଧ୍ୟ ସଠିକ ଅଧିକାର ରହିଛି । ଯଦି ପତ୍ନୀଙ୍କ ନାମରେ କୌଣସି ସମ୍ପତ୍ତି ଥାଏ ତାହେଲେ ଏହାର ଅଧିକାର ପାଇଁ ସ୍ଵବି ଜଣକ ଦାବି କରିପାରିବେ । ସରକାର ପତି ଏବଂ ପତ୍ନୀଙ୍କ ପାଇଁ ଅଲଗା ଅଲଗା ନିୟମ କରିଛନ୍ତି ବୋଲି ଖବର ଆସୁଥିବା ବେଳେ ଏନେଇ ସବୁ ସୂଚନା ଏହି ଖବରରୁ ଆପଣମାନେ ପାଇପାରିଲେ ।