ରାମ ମନ୍ଦିରର ଇତିହାସ: ମନ୍ଦିରକୁ ଭାଙ୍ଗି ମସଜିଦ କରିଥିଲା ବାବର, ହେଲେ କେମିତି ହେଲା ଭକ୍ତିର ବିଜୟ, ଜାଣନ୍ତୁ ସମ୍ପୂର୍ଣ୍ଣ କଥା
ତେବେ ଆସନ୍ତୁ ଏହି ରାମ ମନ୍ଦିର ପ୍ରତିଷ୍ଠା ଅବସରରେ ମନ୍ଦିରର ଇତିହାସକୁ ମନେ ପକାଇବା ।
Follow our WhatsApp channel and get all the Latest news
ଧର୍ମ ଗ୍ରନ୍ଥ ଅନୁସାରେ ରାମଚନ୍ଦ୍ରଙ୍କ ପୁତ୍ର କୁଶଙ୍କ ସମୟରେ ଅଯୋଧ୍ୟାର ସେହି ସ୍ଥାନରେ ରାମ ମନ୍ଦିର ପ୍ରତିଷ୍ଠା କରା ଯାଇଥିଲା । ଏହା ସହିତ ଛୋଟ ବଡ଼ ପ୍ରାୟ ୩୦୦୦ ହିନ୍ଦୁ ମନ୍ଦିର ପ୍ରତିଷ୍ଠା କରା ଯାଇଥିଲା । ପରେ ଭାରତ ମୋଗଲଙ୍କ ଦ୍ୱାରା ଶାସିତ ହେଲା । ୧୫୨୮ ବେଳକୁ ବାବର୍ ଭାରତରେ ଶାସନ କରିବା ଆରମ୍ଭ କରିଥିଲେ । ସେ ଅଯୋଧ୍ୟାର ରାମ ମନ୍ଦିରକୁ ଭାଙ୍ଗି ସେଠାରେ ବାବ୍ରୀ ମସଜିଦ ସ୍ଥାପନ କରିଥିଲେ ।
ମୋଗଲଙ୍କ ପରେ ବ୍ରିଟିଶ୍ ଶାସନ ସମୟରେ ୧୮୮୫ ମସିହାରେ ନିର୍ମୋହି ଆଖଡାର ମହନ୍ତ ରଘୁବର ଚବୁତରରେ ଛତା ଲଗାଇବାକୁ ଅନୁମତି ମାଗିଥିଲେ । କିନ୍ତୁ ତାହାର ଅନୁମତି ମିଳି ନ ଥିଲା । ଆଶା ଥିଲା ଦେଶ ସ୍ଵାଧୀନ ହେବା ପରେ ଓ ଭାରତୀୟ ମାନଙ୍କ ହାତକୁ ଶାସନ ଆସିଲେ ରାମ ମନ୍ଦିର ପ୍ରତିଷ୍ଠା ନିଶ୍ଚିତ ହେବ । ହେଲେ ସେତେବେଳର ଦେଶର ଧାର୍ମିକ ଦଙ୍ଗାକୁ ଆଖିରେ ରଖି ଏହା କରିବା ସରକାରଙ୍କ ପାଇଁ ସହଜ ନ ଥିଲା ।
୧୯୪୯ ମସିହା ଡିସେମ୍ବର ୩୦ ତାରିଖରେ ହଠାତ୍ ରାତିରେ ସେହି ଠାରୁ ରାମ ମୂର୍ତ୍ତିର ଆବିର୍ଭାବ ହୋଇଥିଲା । ସେତେବେଳର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ମୂର୍ତ୍ତି ହଟାଇବାକୁ ନିଷ୍ପତ୍ତି ଦେଇଥିଲେ । ହେଲେ ସେତେବେଳର ଜିଲ୍ଲାପାଳ କେକେ ନାୟର୍ ନିର୍ଦ୍ଦେଶକୁ ମାନି ନ ଥିଲେ । ବରଂ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଇସ୍ତଫା ପଠାଇଥିଲେ ।
ପରେ ୧୯୮୦ ମସିହାରେ ଭାରତର ଶାସନର ଦାୟୀତ୍ବ କଂଗ୍ରେସରୁ ଜନତା ପାର୍ଟିକୁ ଯିବା ପରେ ରାମ ମନ୍ଦିର ପ୍ରତିଷ୍ଠାକୁ ଅଧିକ ଗୁରୁତ୍ବ ଦିଆଗଲା । ୧୯୯୨ରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ସୋମନାଥରୁ ଅଯୋଧ୍ୟାକୁ ରଥଯାତ୍ରା ଜନ ସମୁଦାୟକୁ ଅଧିକ ଆକର୍ଷିତ କରିଥିଲା । ପରେ ରାମ ମନ୍ଦିର ପ୍ରତିଷ୍ଠାର ଅପିଲ ଆହ୍ଲାବାଦ ହାଇକୋର୍ଟରୁ ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ପହଞ୍ଚିଥିଲା ।
ସୁପ୍ରିମ କୋର୍ଟ ପ୍ରଥମେ ରାମ ଜନ୍ମଭୂମି ନୀର୍ମୋହି ଆଖଡ଼ା ଏବଂ ସୁନି ଓ ୱାକଫ ବୋର୍ଡ କୁ ସମାନ ଭାବେ ଜମି ବାଣ୍ଟିବାକୁ ନିଷ୍ପତ୍ତି ଦେଇଥିଲେ । ହେଲେ ଏହାକୁ ଆବେଦନକାରୀ ଗ୍ରହଣ କରି ନ ଥିଲେ । ଶେଷରେ ସବୁ ବିବାଦର ଅନ୍ତ ଘଟି ୨୦୧୯ ମସିହା ନଭେମ୍ବର ୯ ତାରିଖରେ ରାମ ମନ୍ଦିର ନିର୍ମାଣ ପାଇଁ ରାୟ ଦେଇଥିଲେ ସୁପ୍ରିମ କୋର୍ଟ । ଏହା ପରେ ୫ ଫେବୃୟାରୀ ୨୦୨୦ ରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ପାର୍ଲିଆମେଣ୍ଟ ରେ ଘୋଷଣା କରିଥିଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ।