ହାଇକୋର୍ଟଙ୍କ ବଡ଼ ରାୟ: ଚାକିରୀ ନଥିଲେ ବି ମୂଲ ଲାଗି ସ୍ତ୍ରୀକୁ ଭରଣପୋଷଣ କରିବାକୁ ବାଧ୍ୟ ସ୍ୱାମୀ, ଜାଣନ୍ତୁ ପୁରା ଖବର

 
Highcourt order
ଆହ୍ଲାବାଦ ହାଇକୋର୍ଟ ଶୁଣାଇଲେ ଏକ ବଡ ନିଷ୍ପତ୍ତି । ଏଣିକି ନିଜକୁ ବେରୋଜଗାରିଆ କହି ସ୍ତ୍ରୀକୁ ଭରଣ ପୋଷଣ ଦେବା ଦାୟିତ୍ୱରୁ ଖସି ପାରିବେନି ସ୍ଵାମୀ । ରୋଜଗାର ପନ୍ଥା ନ ଥିଲେ ବି ମୂଲ ଲାଗି ହେଉ ପଛେ ସ୍ତ୍ରୀ କୁ ଭରଣ ପୋଷଣ ଦେବାକୁ ପଡ଼ିବ । ଆହ୍ଲାବାଦ ହାଇକୋର୍ଟ, ଛାଡ଼ପତ୍ର କ୍ଷେତ୍ରରେ ସ୍ୱାମୀକୁ ସ୍ତ୍ରୀର ଭରଣ ପୋଷଣ ଦେବାକୁ ବାଧ୍ୟ ବୋଲି ଘୋଷଣା କରିଛନ୍ତି ।

ଗ

କୋର୍ଟ ଏକ ମାମଲାର ଶୁଣାଣି ବେଳେ ଏକ ଏପରି ରାୟର ଶୁଣାଣି କରିଛନ୍ତି । କୋର୍ଟ ଏକ ମାମଲାରେ ସ୍ବାମୀଙ୍କୁ ସ୍ତ୍ରୀଙ୍କ ଭରଣ ପୋଷଣ ପାଇଁ ମାସିକ ୨ ହଜାର ଟଙ୍କା ସ୍ଥିର କରିଥିବା ବେଳେ ଏହା ବିରୋଧରେ ସ୍ଵାମୀ ଜଣଙ୍କ କୋର୍ଟରେ ଅପିଲ କରିଥିଲେ  ।

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏହି ଅପିଲକୁ ଖାରଜ କରି ନ୍ୟାୟାଳୟ ଏହି ନିଷ୍ପତ୍ତି ନେଇଛନ୍ତି । ଏ ନେଇ ଜଷ୍ଟିସ ରେଣୁ ଅଗ୍ରୱାଲ କହିଛନ୍ତି ସ୍ଵାମୀ ଯଦି ଅନକୌଶଳୀ ହୋଇଥିବେ ତେବେ ଯେ କୌଣସି କାମ କରି ମାସିକ ୩୦୦ ରୁ ୪୦୦ ଟଙ୍କା ରୋଜଗାର କରି ପାରିବେ ।