ଆପଣଙ୍କ ହାତରେ ମଧ୍ୟରେ ଏପରି ରେଖା ଅଛି କି ? ବିବାହ ପୂର୍ବରୁ ଏବଂ ପରେ ଦେଖା ଦେଇପାରେ ଏହି ସବୁ ବଡ଼ ସମସ୍ୟା

 
mrg line

କାହିଁ କେତେ ବର୍ଷ ପୂର୍ବରୁ ହସ୍ତରେଖା ଶାସ୍ତ୍ର ପ୍ରଚଳିତ ହୋଇ ଆସୁଛି। ହାତର ପାପୁଲି ଉପରେ ଥିବା ରେଖା ଗୁଡିକର ଅବସ୍ଥିତିକୁ ଦେଖି ମଣିଷର ଭବିଷ୍ୟତ ବିଷୟରେ ଜାଣିବାକୁ ମିଳିଥାଏ। ହାତରେ ଏପରି ମଧ୍ୟ କିଛି ରେଖା ରହିଥାଏ ଯାହା ଭବିଷ୍ୟତରେ ମଣିଷର ସଫଳତାର ସଙ୍କେତ ଦେଇଥାଏ ସେହିପରି କିଛି ରେଖା ଗୁଡିକ ଆଗକୁ ଆସୁଥିବା ବିପଦ ବିଷୟରେ ମଣିଷକୁ ସତର୍କ କରାଇ ଦେଇଥାଏ। ତେବେ,ଆସନ୍ତୁ ଜାଣିବା ବିବାହକୁ ନେଇ ହସ୍ତରେଖା ଏବଂ ଏହାର ସଂକେତ ଗୁଡିକ ବିଷୟରେ:-

Love line

୧. ଯଦି ହାତରେ ଏକ ରୁ ଅଧିକ ବିବାହ ରେଖା ରହିଛି ତେବେ ଏହା ଏକାଧିକ ଆଫେୟାରର ସଂକେତ ଦେଇଥାଏ। ସେହିପରି ବିବାହ ରେଖା ଅଧିକ ଲମ୍ବା ହୋଇଥିଲେ ଏହା ପରକୀୟା ପ୍ରୀତିର ସଂକେତ ଦେଇଥାଏ।

Marriage line

୨. ବିବାହ ରେଖା ଉପରେ କୌଣସି ପ୍ରକାରର କଳାଜାଇ ଚିନ୍ହ ରହିଲେ ଏହା ଜୀବନସାଥି ଉପରେ ଥିବା ବିପଦର ସଂକେତ ଦେଇଥାଏ। ଏପରି କ୍ଷେତ୍ରରେ ଜୀବନସାଥି ଗମ୍ଭୀର ରୋଗରେ ଶିକାର ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ।

Heart line

୩. ଯଦି ବିବାହ ରେଖା ଉପରେ ଦୀପ ଚିନ୍ହ ରହିଥାଏ ତେବେ ବୈବାହିକ ଜୀବନ ଦୁଃଖଦାୟକ ହେବ ବୋଲି ବିଶ୍ୱାସ କରାଯାଇ ଥାଏ।

Hastarekha

୪. ଯଦି ବିବାହ ରେଖାଟି ମୂଳରୁ ହିଁ ଦୁଇ ଭାଗରେ ବିଭକ୍ତ ହୋଇ ରହିଥାଏ। ତେବେ, ଭବିଷ୍ୟତରେ ଏହା ଛାଡପତ୍ର କିମ୍ବା ସମ୍ପର୍କରେ ଦୂରତା କୁ ଦର୍ଶାଇଥାଏ।

Hastarekha sastra

୫. ଯଦି ବିବାହ ରେଖା ତାକୁ ଲମ୍ବୀ ରହିଥାଏ ଏବଂ ଏହା ହୃଦୟ ରେଖା ଉପର ଦେଇ ଗତି କରିଥାଏ ତେବେ ଭବିଷ୍ୟତରେ ଏହା ସ୍ୱାମୀର ମୃତ୍ୟୁର ସଂକେତ ଦେଇଥାଏ।

୬. ଯଦି ବିବାହ ରେଖା ଉପରକୁ ଯାଇ କାଣୀ ଆଙ୍ଗୁଠିରେ ପହଞ୍ଚି ଯାଏ ତେବେ ଏପରି ଲୋକମାନଙ୍କର ବିବାହ ହୋଇନଥାଏ କିମ୍ବା ବହୁତ କଷ୍ଟରେ ସମ୍ଭବ ହୋଇଥାଏ।