ବିବାହ ପୂର୍ବରୁ ଗର୍ଭବତୀ ତାପରେ ୨ ଥର ହାର୍ଦ୍ଦିକ ସହ ବାହାଘର, ୭୦% ସମ୍ପତ୍ତି ନେବା ପାଇଁ ଏମିତି ପ୍ଲାନ୍ କରିଥିଲେ ନତାଶା, ଜାଣନ୍ତୁ ପୁରା ଖବର

 
Hardik Pandya

ସବୁ ଦିନ ପାଇଁ ଅଲଗା ହେବାକୁ ଯାଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ଓ ପତ୍ନୀ ନତାଶା ! ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଦୁହିଁଙ୍କ ଅଲଗା ହେବାର ଚର୍ଚ୍ଚା ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

 Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ଦୁହେଁ ଅଫିସିଆଲି ଏ ବିଷୟରେ କିଛି କହି ନ ଥିଲେ ମଧ୍ୟ ସୋସିଆଲ ମିଡିଆରେ ଦୁହିଁଙ୍କ ପୋଷ୍ଟ ବହୁତ କିଛି କହୁଛି । ଯେପରିକି ନତାଶା ପୂର୍ବରୁ ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ନିଜ ନାମ ପୂର୍ବରୁ ହାର୍ଦ୍ଦିକଙ୍କ ନାମ ଲଗାଇଥିଲେ ତାହା ବର୍ତ୍ତମାନ ହଟାଇ ଦେଇଛନ୍ତି । 

A

କେବଳ ସେତିକି ନୁହେଁ , ନତାଶା ହାର୍ଦ୍ଦିକଙ୍କ ସହ ପୋଷ୍ଟ କରିଥିବା ସବୁ ଫଟୋ ମଧ୍ୟ ଡିଲିଟ କରି ଦେଇଛନ୍ତି । ସେପଟେ ହାର୍ଦ୍ଦିକଙ୍କ କାର୍ଯ୍ୟ ମଧ୍ୟ କିଛି ସେହିପରି ରହିଛି । ହାର୍ଦ୍ଦିକ ନତାଶାଙ୍କ ଜନ୍ମ ଦିନରେ ମଧ୍ୟ ତାଙ୍କୁ କିଛି ୱିସ କରି ପୋଷ୍ଟ କରି ନଥିଲେ । ସେ ମଧ୍ୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ଅନେକ ଫଟୋ ଡିଲିଟ କରି ଦେଇଛନ୍ତି ।

ହାର୍ଦ୍ଦିକ ଓ ରୁଷୀୟ ଡ୍ୟାନ୍ସର ତଥା ବଲିଉଡ୍‌ ଅଭିନେତ୍ରୀ ନତାଶାଙ୍କ ମଧ୍ୟରେ ୨୦୨୦ ଜାନୁଆରୀ ୧ରେ ନିର୍ବନ୍ଧ ଅନୁଷ୍ଠିତ ହୋଇଥିଲା। ଏହାପରେ ସେହିବର୍ଷ ଜୁଲାଇ ୩୦ରେ ନତାଶା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଯାହାଙ୍କ ନାମ ଅଗସ୍ତ୍ୟା ଥିଲା। ୨୦୨୩ ଫେବୃଆରୀ ୧୪ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

Hardik Pandya

ଯଦି ପାଣ୍ଡ୍ୟା ନତାଶାଙ୍କୁ ଛାଡ଼ପତ୍ର ଦିଅନ୍ତି ତେବେ ନିଜ ସମ୍ପତ୍ତିର ୭୦% ନତାଶାଙ୍କୁ ଦେବାକୁ ହେବ। ଏହି କାରଣରୁ ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସରୁ ଅଲଗା ହେବା ନିଷ୍ପତ୍ତି ନେଇଥିଲା। ମୋଟା ଅଙ୍କର ପାଉଣା ନେଇ ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ ହୋଇଥିଲେ। ତେବେ ଏହି ରିପୋର୍ଟ କେତେ ସତ କେତେ ମିଛ, ଏଯାବତ କୌଣସି ସୂଚନା ମିଳିପାରିନାହିଁ।