ସୁନ୍ଦର ଓ ଆକର୍ଷଣୀୟ କେଶ ପାଇଁ ବ୍ୟବହାର କରୁଛନ୍ତି କି ଏହି ସବୁ ଜିନିଷ, ସିଧା ପ୍ରଭାବ ପଡୁଛି କିଡନୀରେ

 
Hair Straightening

କେଶକୁ ଚମକଦାର , ସୁନ୍ଦର ଓ ସିଧା କରିବା ପାଇଁ ଆପଣ ବ୍ୟବହାର କରୁଛନ୍ତି କି ଏହି ସବୁ ଜିନିଷର ତେବେ ହୋଇ ଯାଆନ୍ତୁ ସାବଧାନ । ମାର୍କେଟରେ ମିଳୁଥିବା ଏହି ସବୁ ପ୍ରଡକ୍ଟ ପାଇଁ ଯାଇପାରେ ଆପଣଙ୍କ ଜୀବନ , ହୋଇପାରେ ଆପଣଙ୍କୁ କ୍ୟାନ୍ସର । 

 ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ହଁ ଆଜ୍ଞା , ଆପଣ ଠିକ୍ ଶୁଣିଲେ ବର୍ତ୍ତମାନ ମଣିଷ ସୁନ୍ଦର ଦେଖାଯିବା ପାଇଁ ଓ ନିଜ ଚୁଟିକୁ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପଦ୍ଧତି ଅବଲମ୍ବନ କରୁଥିବା ବେଳେ ବିଭିନ୍ନ କେମିକାଲ ଯୁକ୍ତ ଜିନିଷର ପ୍ରୟୋଗ ନିଜ ଶରୀର ଓ ମୁଣ୍ଡରେ କରୁଛି ।

Hair Straightening

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବର୍ତ୍ତମାନ ଜଣା ପଡିଛି ଯେ କେରାଟିନ ଟ୍ରିଟମେଣ୍ଟ ଦ୍ୱାରା କିଡନୀ ଉପରେ ଖରାପ ପ୍ରଭାବ ପଡୁଛି । ସୁଚନା ଅନୁସାରେ , କେରାଟିନ ପାଇଁ ବ୍ୟବହୃତ ପ୍ରଡକ୍ଟରେ ଗ୍ଲାଇଅକ୍ସିଲିନ ଏସିଡ ମିଶିଥାଏ ।

ଯେତେବେଳେ ଏହା କେଶରେ ପ୍ରୟୋଗ କରାଯାଏ ତାହା ଅକ୍ସାଲେଟରେ ପରିଣତ ହୋଇଥାଏ । ଯାହାକି କିଡନୀ ଉପରେ ଖରାପ ପ୍ରଭାବ ପକାଇଥାଏ । ଏହି ଏସିଡ ରକ୍ତରେ ତରଳିଯାଏ ଏବଂ ଅକ୍ସାଲେଟରେ ପରିଣତ ହୁଏ । ଯାହା ଦ୍ୱାରା କିଡନୀ ନଷ୍ଟ ହୋଇପାରେ ।