ଦେଖନ୍ତୁ ଭିଡ଼ିଓ: ବିବାହ ପୂର୍ବରୁ ବେଦୀ ଉପରେ ନିସ୍ତୁକ ମାଡ଼ ମାରିଲେ କନ୍ୟା ପକ୍ଷ ଲୋକେ, କାରଣ ଜାଣିଲେ ଆପଣ ବି କହିବେ ଠିକ ହେଲା

 
Beaten

ପ୍ରଥମ ସ୍ତ୍ରୀ ଥାଉ ଥାଉ ଦ୍ଵିତୀୟ ବିବାହ କରିବା ପଡ଼ିଲା ମହଙ୍ଗା। ବର ବେଶରେ ବିବାହ କରିବାକୁ ଆସିଥିବା ବ୍ୟକ୍ତିଙ୍କୁ ବାନ୍ଧି ବଡେଇଲେ କନ୍ୟାପକ୍ଷ। ବିହାର ଗାଙ୍ଗୀ ଗୌସଗଞ୍ଜ ଅଞ୍ଚଳରେ ଥିବା ବିଶ୍ୱକର୍ମା ମନ୍ଦିରରେ ଏହିଭଳି ଏକ ନାଟକୀୟ ଘଟଣା ଘଟିଛି। ତେବେ, ଏହି ଘଟଣାର ଏକ ଭିଡ଼ିଓ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

Beaten

ମିଳିଥିବା ସୂଚନା ଅନୁଯାଇ ଆୟାର-ବାଲିଗାଓଁରେ ରହୁଥିବା ଏକ ବ୍ୟକ୍ତି ପୂର୍ବରୁ ବିବାହିତ ଏବଂ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ରହିଛି। ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ନ ଦେଇ ଏହି ବ୍ୟକ୍ତି ଦ୍ଵିତୀୟ ବିବାହ କରିବା ପାଇଁ ଉଦ୍ୟମ କରୁଥିଲେ। ଏଥିପାଇଁ ସୋମବାର ଦିନ ପାଣ୍ଡୁରା ରାମପୁର ଗାଁର ଜଣେ ଯୁବତୀଙ୍କ ସହିତ ତାଙ୍କର ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାରି ମଧ୍ୟରେ ହଠାତ୍ ତାଙ୍କର ପ୍ରଥମ ସ୍ତ୍ରୀ ଓ ସନ୍ତାନ ଆସି ହଙ୍ଗାମା କରିଥିଲେ।

ବର ହୋଇ ବିବାହ କରିବାକୁ ଆସିଥିବା ବ୍ୟକ୍ତିଙ୍କର ପୂର୍ବରୁ ଏକ ସ୍ତ୍ରୀ ଥିବା ଜାଣି କନ୍ୟା ପକ୍ଷ ଲୋକେ ଉତକ୍ଷିପ୍ତ ହୋଇ ଉଠିଥିଲେ। ଏପରିକି ବରକୁ ବାନ୍ଧି ଦେଇ ଜୋତା ଚପଲରେ ମାଡ଼ ମାରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। କୌଣସି ସୂତ୍ରରୁ ଖବର ପାଇ ପୋଲିସ ସେଠାରେ ପହଞ୍ଚିଥିଲା ଏବଂ ପରିସ୍ଥିତିକୁ ସମ୍ଭାଳିଥିଲା। ଶେଷରେ କନ୍ୟା ପକ୍ଷଙ୍କୁ ସେଠାରୁ ସମସ୍ତ ଜିନିଷ ସହ ଘରକୁ ଫେରିବାକୁ ପଡିଥିଲା। ତେବେ, ଅଭିଯୁକ୍ତ ବର ନାମରେ କୌଣସି ପ୍ରକାର ଏତଲା ଦିଆ ଯାଇନଥିବା କୁହାଯାଉଛି।