ଏହି ପ୍ରତିଯୋଗିତା ରେ ଭାଗ ନେଇ ଘରେ ବସି ଥାଇ ସରକାରଙ୍କ ଠାରୁ ପାଇପାରିବେ ୨ ଲକ୍ଷ ଟଙ୍କା ! ଜାଣନ୍ତୁ କେମିତି 

 
Contest

ଘରେ ବସି ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି କି? ତେବେ ଆପଣମାନଙ୍କ ପାଇଁ କେନ୍ଦ୍ର ସରକାର ଆଣିଦେଇଛି ଏକ ସୁବର୍ଣ୍ଣ ସୁଯୋଗ। କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁଷ୍ଠିତ ହେଉଥିବା ଏକ ପ୍ରତିଯୋଗିତାରେ ଭାଗ ନେଇ ଆପଣମାନେ ପ୍ରାୟ ଦୁଇ ଲକ୍ଷ ଟଙ୍କା ଜିତିବାର ସୁଯୋଗ ପାଇପାରିବେ।

ବାସ୍ତବରେ ତମାଖୁର ଖରାପ ପ୍ରଭାବ ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ସରକାର ଏହି ପ୍ରତିଯୋଗିତାର ଆୟୋଜନ କରିଛନ୍ତି। କେନ୍ଦ୍ର ସରକାର ନିଜର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଜିତିବା ପାଇଁ ଆପଣଙ୍କୁ ଦୁଇଟି ପ୍ରତିଯୋଗିତାରେ ଭାଗ ନେବାକୁ ପଡିବ।

ପ୍ରତିଯୋଗିତାରେ ଆପଣଙ୍କୁ ବିଶ୍ୱ ତମାଖୁ ନିଷେଧ ଦିବସ ୨୦୨୧ ରେ ତମ୍ବାଖୁର କୁପ୍ରଭାଵ ଉପରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରି ଏହାକୁ ସରକାରଙ୍କ ଦ୍ଵାରା ଦିଆଯାଇଥିବା ଇଣ୍ଟରନେଟ ସାଇଟ୍ ରେ ପୋଷ୍ଟ କରିବାକୁ ହେବ। ଏହି କ୍ଷୁଦ୍ର ଚଳଚ୍ଚିତ୍ରଟି ଅତି କମରେ ୩୦ ସେକେଣ୍ଡ ଏବଂ ସର୍ବାଧିକ ୬୦ ସେକେଣ୍ଡର ହେବା ଉଚିତ୍।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର କର୍ମଚାରୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ବ୍ୟତୀତ ଅନ୍ୟ ସମସ୍ତ ୧୮ ବର୍ଷରୁ ଅଧିକ ଭାରତୀୟ ନାଗରିକ (୩୧ ମଇ, ୨୦୦୩ ରେ କିମ୍ବା ଏହା ପୂର୍ବରୁ ଜନ୍ମ ହୋଇଥିଲେ) ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ।

ଏହି ପ୍ରତିଯୋଗିତା ଜିତିଲେ ପ୍ରତିଯୋଗୀ ମାନଙ୍କୁ:- ପ୍ରଥମ ପୁରସ୍କାର ଭାବରେ ୧,୦୦,୦୦୦ ଟଙ୍କା, ଦ୍ୱିତୀୟ ପୁରସ୍କାର ଭାବରେ ୧,୫୦,୦୦୦ ଟଙ୍କା ଏବଂ ତୃତୀୟ ପୁରସ୍କାର ଭାବରେ ୧,୦୦,୦୦୦ ଟଙ୍କା ପ୍ରଦାନ କରାଯିବ। ଏଥିସହିତ ସାନ୍ତ୍ୱନାମୂଳକ ପୁରସ୍କାର ଭାବରେ ୧୦ ଜଣ ବ୍ୟକ୍ତିଙ୍କୁ ୧୦,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ।

ଏହି ପ୍ରତିଯୋଗିତା ରେ ଭାଗ ନେବା ପାଇଁ ଏବଂ ଅଧିକ ବିବରଣୀ ପାଇଁ https://www.mygov.in/task/short-film-making-contest ରେ ପରିଦର୍ଶନ କରନ୍ତୁ। ଏହି ପ୍ରତିଯୋଗିତା ମେ ୩୧, ୨୦୨୧ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଜୁନ୍ ୩୦, ୨୦୨୧ ତାରିଖ ଯାଏଁ ଆପଣମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ।