ସରକାରଙ୍କ ବଡ଼ ଘୋଷଣା! ଅନ୍ୟ ଜାତିରେ ବିବାହ କରିଲେ ଦେବେ ୧୦ ଲକ୍ଷ ଟଙ୍କାର ପ୍ରୋତ୍ସାହନ, ଜାଣନ୍ତୁ ପୂରା ଖବର

 
Marriage

ସମୟ ସହିତ ମଣିଷ ସମାଜ ଆଜି ନିଜକୁ ଶିକ୍ଷିତ ଏବଂ ଆଗୁଆ ବୋଲି ବିବେଚନା କରୁଛି। କିନ୍ତୁ, ଆଜି ମଧ୍ୟ ଜାତିପ୍ରଥା ଭଳି ଅନେକ ଅନ୍ଧବିଶ୍ୱାସ ସମାଜକୁ କଳୁଷିତ କରୁଛି। ତେବେ, ସମାଜରୁ ଏଭଳି ପ୍ରଥା ହଟାଇବା ସହିତ ସବୁ ଜାତିର ବ୍ୟକ୍ତିବିଶେଷଙ୍କୁ ସମାନ ଅଧିକାର ଦେବାପାଇଁ ତତ୍ପର ହୋଇପଡିଛନ୍ତି ରାଜସ୍ଥାନ ସରକାର।

Marriage

ସାଧାରଣତଃ ଲୋକେ ନିଜ ଜାତିରେ ବିବାହ କରିବାକୁ ପସନ୍ଦ କରୁଥିବା ବେଳେ ଅନ୍ୟ ଜାତିରେ ବିବାହ କରିଲେ ଏହାକୁ ଛୋଟ ନଜ଼ରରେ ଦେଖାଯାଇଥାଏ। ତେଣୁ, ଏହାକୁ ଦୃଷ୍ଟିରେ ରଖି ଯଦି ଜଣେ ବ୍ୟକ୍ତି ଅନ୍ୟ ଜାତିରେ ବିବାହ କରନ୍ତି। ତେବେ, ସେମାନଙ୍କୁ ୧୦ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ଦେବାପାଇଁ ଘୋଷଣା କରିଛନ୍ତି ରାଜସ୍ଥାନ ସରକାର।

Marriage

ପୂର୍ବରୁ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା ଯେଉଁଥିରେ ୫ ଲକ୍ଷ ଟଙ୍କା ଦିଆଯାଉଥିଲା। କିନ୍ତୁ, ଏବେ ଏହି ରାଶିକୁ ୧୦ ଲକ୍ଷ ଟଙ୍କା କରି ଦିଆଯାଇଛି। ଏହି ସ୍କିମ୍ ଅନୁଯାଇ ୫ଲକ୍ଷ ଟଙ୍କା ବ୍ୟାଙ୍କ ଖାତାକୁ ଆସିବା ସହ ଅନ୍ୟ ୫ଲକ୍ଷ ଟଙ୍କା ଆଗାମୀ ୮ ବର୍ଷ ପାଇଁ ବ୍ୟାଙ୍କ ଆକାଉଣ୍ଟରେ ସେଭିଂ ହୋଇରହିବ। ଏହି ଯୋଜନା ପାଇଁ ରାଜ୍ୟ ସରକାର ୭୫ ପ୍ରତିଶତ ଅର୍ଥ ଦେଉଥିବା ବେଳେ କେନ୍ଦ୍ର ସରକାର ୨୫ ପ୍ରତିଶତ ଅର୍ଥ ଦେଉଥିବା ଜଣାପଡିଛି।