କଟନ୍ କ୍ୟାଣ୍ଡି ଖାଉଥିଲେ ସାବଧାନ! ମିଶୁଛି ବିଷାକ୍ତ ପଦାର୍ଥ, ସରକାର ଲଗାଇଲେ ନିଷେଧାଦେଶ, ଜାଣନ୍ତୁ ପୁରା ଖବର

 
Cotton candy
ବମ୍ବେ ମିଠେଇ , କଟନ୍ କ୍ୟାଣ୍ଡି ବା ହାୱା ମିଠାଇ ଉପରେ ରୋକ୍ ଲଗାଇଲେ ସରକାର । ଏଣିକି ଆଉ ମାର୍କେଟରେ ମିଳିବ ନାହିଁ ବମ୍ବେ ମିଠେଇ । ଜାଣନ୍ତୁ କାହିଁକି ସରକାର ବ୍ୟାନ୍ କଲେ ଏହାକୁ ।

D

କଟନ୍ କ୍ୟାଣ୍ଡି ବା ବମ୍ବେ ମିଠେଇ ପାଇଁ ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଏକ ଦୁର୍ବଳତା ରହିଥାଏ । ହେଲେ କଣ ଆପଣ ଜାଣନ୍ତି ଏହା ଫାଷ୍ଟ ଫୁଡ୍ ଠାରୁ ବି ଅଧିକ ବିଷାକ୍ତ ଅଟେ । ଗୁରୁବାର ଦିନ ଏକ ଭିଡିଓ ଜାରି କରି ପୁଡୁଚେରୀର ଉପରାଜ୍ୟପାଳ ତାମିଲସାଇ ସୌନ୍ଦରାରାଜନ୍ ଏହି ଖାଦ୍ୟ ପଦାର୍ଥର ନିଷେଧାଜ୍ଞା ଘୋଷଣା କରିଛନ୍ତି । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏହି ଭିଡିଓରେ ସେ କହିଛନ୍ତି ଏହି ହାୱା ମିଠାଇ ପ୍ରସ୍ତୁତି ପାଇଁ ଏକ ବିଶେଷ ପ୍ରକାରର ରାସାୟନିକ ପଦାର୍ଥର ବ୍ୟବହାର କରାଯାଇଥାଏ । ଯାହା ଶରୀର ପାଇଁ ଅତ୍ୟନ୍ତ କ୍ଷତି କାରକ ଅଟେ । ସେ ଆହୁରି ମଧ୍ୟ କହିଛନ୍ତି ଏହି ବିଷାକ୍ତ ଖାଦ୍ୟରେ ରେଡାମାଇନ୍ ବି ବ୍ୟବହାର କରା ଯାଉଛି । ଯାହା ଖାଦ୍ୟ ନିରାପତ୍ତା ଅଧିକାରୀ ମାନେ ଜାଣି ପାରିଛନ୍ତି । 

ଏ ନେଇ ପୁଡୁଚେରୀର ଉପରାଜ୍ୟପାଳ ପିଲା ମାନଙ୍କ ସମେତ ବଡ଼ ଲୋକ ମାନଙ୍କୁ ମଧ୍ୟ ଏହି ମିଠେଇ ନ ଖାଇବା ପାଇଁ ଅନୁରୋଧ କରିଛନ୍ତି । ଏହା ସହିତ ସେଠାକାର ସରକାର ଦୋକାନ ଗୁଡ଼ିକୁ ଯାଞ୍ଚ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Cotton candy

ଯେଉଁଠାରେ କଟନ୍ କ୍ୟାଣ୍ଡି ପ୍ରସ୍ତୁତିରେ ବିଷାକ୍ତ ଦ୍ରବ୍ୟର ବ୍ୟବହାର କରା ଯାଉଥିବାର ଦେଖିବାକୁ ମିଳିବ ତାହାକୁ ତୁରନ୍ତ ସିଜ୍ କରିବାକୁ ନିର୍ଦ୍ଦେଶ ଦିଆ ଯାଇଛି ।