ସରକାରୀ କର୍ମଚାରୀଙ୍କୁ ରୋକ୍ ଠୋକ୍ ଶୁଣାଇଲେ ସରକାର,ଏଣିକି ଏମିତି କରିପାରିବେନି କର୍ମଚାରୀ
ଏଥର ସରକାରୀ ଚାକିରିଆଙ୍କ ପାଇଁ ନିୟମ ହେଲା କଡାକଡି । ସରକାରୀ ଚାକିରିଆଙ୍କ ପାଇଁ ସରକାର ଆଣିଲେ ନୂଆ ନିୟମ । ଯଦି କେହି ଏହି ନିୟମକୁ ଉଲଂଘନ କରନ୍ତି କିମ୍ବା ନ ମାନନ୍ତି ତେବେ ସେମାନଙ୍କ ପାଇଁ ଗ୍ରହଣ କରାଯିବ କଡା କାର୍ଯ୍ୟାନୁଷ୍ଠାନ ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋକରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ତେବେ ଏହି ନିୟମ ସମସ୍ତ ସରକାରୀ ଚାକିରିଆଙ୍କ ପାଇଁ ଲାଗୁ କରା ଯାଇଛି । ଏବଂ ଏହାକୁ ମାନିବା ପାଇଁ ସମସ୍ତେ ବାଧ୍ୟତାମୂଳକ ମଧ୍ୟ । ତେବେ ଜାଣନ୍ତୁ କଣ ରହିଛି ଏହି ନିୟମ....
ଆପଣ ତ ପୂର୍ବରୁ ବହୁ ନିୟୁଜ ମଧ୍ୟ ଶୁଣିଥିବେ କି କିପରି ନିଜ ଅଫିସ ଟାଇମରେ ଅଫିସର୍ ମାନେ ନ ପହଞ୍ଚି ଡେରିରେ ଆସନ୍ତି । ଏବଂ ବେଳେ ବେଳେ ଡ୍ୟୁଟି ସମୟରେ ଅଫିସରେ ହିଁ ନଥାନ୍ତି ।
ତେବେ ଏହି ସବୁକୁ ନଜରରେ ରଖି ସରକାର ଏଭଳି ନିୟମ କରିଛନ୍ତି । ସରକାରଙ୍କର ଏହି ନୂତନ ନିୟମ ଅନୁଯାୟୀ ଏଣିକି ଆଉ କେହି ନିଜ ଡ୍ୟୁଟିରେ ଖିଲାପ କରି ପାରିବେ ନାହିଁ । କିମ୍ବା ଡେରିରେ ଅଫିସ ଯାଇ ପାରିବେ ନାହିଁ । ନିର୍ଦ୍ଧାରିତ ସମୟରେ ହିଁ ସମସ୍ତଙ୍କୁ ଅଫିସରେ ପହଞ୍ଚିବାକୁ ପଡ଼ିବ ।
ଏପରିକି ଡ୍ୟୁଟି ସମୟରେ ମଧ୍ୟ ବୃଦ୍ଧି ହୋଇ ତାହା ସାଢେ଼ ସାତ ଘଣ୍ଟା ହେଇଛି । ଏହା ସହ ଯଦି କେହି ୪ ଘଣ୍ଟାରୁ କମ୍ ଡ୍ୟୁଟି କରନ୍ତି ତେବେ ସେଦିନ ସେମାନଙ୍କର ଛୁଟିରେ ଗଣତି କରାଯିବ । ଆଉ ଯଦି କେହି ୪ ଘଣ୍ଟାରୁ ଅଧିକ ଏବଂ ସାଢେ଼ ସାତ ଘଣ୍ଟାରୁ କମ୍ ସମୟ ଡ୍ୟୁଟି କରନ୍ତି ତେବେ ସେମାନଙ୍କର ସେହି ଦିନଟି ହାଫ୍ ଡେରେ ଗଣତି କରାଯିବ ।