ସିଙ୍ଗଡା କଚୋଡି ଉପରେ ଲାଗିଲା ବ୍ୟାନ୍! ଆଉ ଖାଇପାରିବେନି ଏସବୁ ଜଳିଖିଆ, ଜାଣନ୍ତୁ ପୁରା ଖବର

 
Samosa kachodi
ଏଣିକି ଆଉ ମିଳିବନି ସିଙ୍ଗଡ଼ା କି କଚୋଡ଼ି କି ଜିଲାପି । ତେଲ ଛଣା ଖାଦ୍ୟ ଉପରେ ଲଗା ଯାଇଛି ସଂପୂର୍ଣ୍ଣ ରୋକ୍ । ସ୍ବାସ୍ଥ୍ୟ ଅବସ୍ଥାକୁ ଦୃଷ୍ଟିରେ ରଖି ସରକାର ନେଇଛନ୍ତି ଏଭଳି ନିଷ୍ପତ୍ତି । କଣ କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି କି । ତେବେ ଜାଣନ୍ତୁ ସମ୍ପୂର୍ଣ ଘଟଣା ।

R

ସରକାର ଜାରି କରିଛନ୍ତି ନୂଆ ନିୟମ । ଏଣିକି ସରକାରୀ ଚାକିରିଆଙ୍କୁ ଖାଇବାକୁ ଦିଆଯିବ ନାହିଁ ତେଲ ଛଣା ଜିନିଷ । ସାଧାରଣତଃ ସରକାରୀ ମିଟିଂ କିମ୍ବା କ୍ୟାଣ୍ଟିନ ରେ ଏହି ସବୁ ଜିନିଷ ଗୁଡ଼ିକ ମିଳିଥାଏ । ହେଲେ ସରକାରଙ୍କ ନୂଆ ନିୟମ ଅନୁଯାୟୀ ଏହି ସବୁ ଜିନିଷ ମିଳିବା ବନ୍ଦ୍ ହୋଇଯିବ । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

କୁହାଯାଉଛି ସରକାରୀ କର୍ମଚାରୀଙ୍କ ସ୍ଵସ୍ଥ୍ୟକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଏଣିକି ସିଙ୍ଗଡ଼ା , ଜିଲାପି , ବରା ଆଦି ତେଲ ଛଣା ଖାଦ୍ୟ ପରିବର୍ତ୍ତେ ମିଳିବ ସିଝା ବୁଟ , ବାଦାମ , ମୁଗ ଓ ମଟର । ଏବଂ ଅନ୍ୟ ପୋଡ଼ା ଖାଦ୍ୟ । 

ଏମିତି କି ପାଣିକୁ ନେଇ ମଧ୍ୟ ନିଆ ଯାଇଛି ଏକ ବଡ଼ ନିଷ୍ପତ୍ତି । ସରକାରୀ କର୍ମଚାରୀ ମାନଙ୍କୁ ଆଗାମୀ ଦିନ ମାନଙ୍କରେ ଆଉ ପ୍ଲାଷ୍ଟିକ ବୋତଲରେ ପାଣି ଦିଆଯିବ ନାହିଁ । ପ୍ଲାଷ୍ଟିକ ଯେ କେବଳ ପରିବେଶ ପାଇଁ କ୍ଷତିକାରକ ତାହା ନୁହେଁ ବରଂ ଏହା ଶରୀର ପାଇଁ ମଧ୍ୟ ହାନିକାରକ ଅଟେ । ଏହାକୁ ଦୃଷ୍ଟିରେ ରଖି ଆଗକୁ କାଚ ବୋତଲରେ ପାଣି ଦିଆଯିବାର ବ୍ୟବସ୍ଥା ରହିଛି ।