ଦେଖନ୍ତୁ ଭିଡ଼ିଓ: ଗୋପାଳକୁ ହତ୍ୟା କରିବାକୁ ଚାଲିଛି ଷଡ଼ଯନ୍ତ୍ର! ସ୍ୱାମୀକୁ ବଞ୍ଚାଇବା ପାଇଁ ସ୍ତ୍ରୀ କଲେ ଗୁହାରି….

 
Murder

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ କୃଷ୍ଣ ଦାସକୁ ଘାରିଛି ସୁରକ୍ଷା ଚିନ୍ତା। ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ନେଇ ନିଜେ ଗୋପାଳ ଆଶଙ୍କା କରୁଥିବା ବେଳେ ଏବେ ତାଙ୍କ ପତ୍ନୀ ମଧ୍ୟ ମିଡିଆ ଆଗରେ ଏଥିନେଇ କହିଛନ୍ତି। ଜେଲ୍ ଭିତରେ ତାଙ୍କ ସ୍ୱାମୀଙ୍କୁ ସୁରକ୍ଷା ଦିଆଯାଉ ବୋଲି ସେ ସରକାରଙ୍କୁ ନିବେଦନ କରିଛନ୍ତି।

Gopal

ତାଙ୍କ କହିବା ଅନୁଯାଇ,"ମୋ ସ୍ୱାମୀ ବଡ଼ ଭୁଲ କରିଛନ୍ତି ଏହା ସତ, ତାଙ୍କ କଲାକର୍ମ ପାଇଁ ତାଙ୍କୁ ଦଣ୍ଡ ଦିଆଯାଉ କିନ୍ତୁ ସେ ଜୀବିତ ଥାଆନ୍ତୁ"। ଗୋପାଳଙ୍କ ଜୀବନକୁ ବିପଦ ରହିଥିବା ନେଇ ମିଡିଆରେ ପ୍ରସାରଣ ହେବାପରେ ସେ ଓ ତାଙ୍କ ପରିବାର ଚିନ୍ତାରେ ରହୁଥିବା ଗୋପାଳଙ୍କ ସ୍ତ୍ରୀ କହିଛନ୍ତି।ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗୋପାଳକୁ ନାର୍କୋ ଟେଷ୍ଟ ପାଇଁ ଗୁଜୁରାଟ ନିଆ ଯାଇଥିବା ବେଳେ ସେଠାରୁ ତାଙ୍କୁ ଝାରସୁଗୁଡା ଜେଲ୍ ନିଆଯାଇଥିଲା। ଜୀବନ ପ୍ରତି ବିପଦ ରହିଥିବାରୁ ଗୋପାଳକୁ ତୁରନ୍ତ ସେଠାରୁ ଚୌଦ୍ବାର ଜେଲକୁ ସ୍ଥାନାନ୍ତରିତ କରାଯାଇଛି। ଝାରସୁଗୁଡା ଜେଲରେ ଥିବା ନବ ଦାସଙ୍କ କିଛି ସମର୍ଥକ ଗୋପାଳକୁ ହତ୍ୟା ଯୋଜନା କରୁଥିବା ଆଶଙ୍କା କରାଯାଇଥିଲା।