ଦମଦାର ଅଫର ଦେଉଛି ଗୁଗୁଲ୍ ପେ, ମିଳୁଛି ୧୦୦୧ ଟଙ୍କା, ଜାଣନ୍ତୁ କେମିତି ପାଇବେ ଏହି ଟଙ୍କା
ଆଜିକା ସମୟରେ ୟୁପିଆଇର ଡ଼ିମାଣ୍ଡ ବହୁତ ବେଶି ହୋଇଯାଇଛି। ତେବେ ଅନେକ ଏହାକୁ ବ୍ୟବହାର କରନ୍ତି। ଗୁଗଲ୍ ପେ ଏକ ଅଗ୍ରଣୀ ଡିଜିଟାଲ ପେମେଣ୍ଟ ଆପ ଯେଉଁଥିରେ ଆପଣ ପ୍ରାୟ ସବୁ ବିଲ ପେମେଣ୍ଟ କରି ପାରିବେ। ତେବେ ଦୀପାବଳି ଅବସରରେ ଗ୍ରାହକ ମାନଙ୍କୁ ଭେଟି ଦେଉଛି କମ୍ପାନୀ । ୟୁଜରଙ୍କୁ ୧୦୦୧ ଟଙ୍କା ଜିତିବାର ସୁଯୋଗ ଆଣିଛି ଗୁଗଲ ପେ । ତେବେ ଏହି ଅଫର ବର୍ତ୍ତମାନ ଲାଇଭ ଥିବା ବେଳେ ଏହା ଖୁବ କମ୍ ସମୟ ପାଇଁ ଉପଲବ୍ଧ ରହିଛି।
ଗୁଗଲ ପେ’ ତରଫରୁ ଆରମ୍ଭ ହୋଇଥିବା ଏହି ଅଫର ସମସ୍ତଙ୍କ ପାଇଁ ଉପଲବ୍ଧ ରହିଛି । ତେବେ ଏଥିପାଇଁ ଜଣେ ୟୁଜରଙ୍କୁ ୬ଟି ଭିନ୍ନ ଭିନ୍ନ ପ୍ରକାରର ଲଡୁ ଏକାଠି କରିବାକୁ ହେବ । ଏହାଦ୍ୱାରା ଗୁଗଲ ପେ’ ୟୁଜର୍ସ ୫୧ ଟଙ୍କାରୁ ୧୦୦୧ ଟଙ୍କା ପର୍ଯ୍ୟନ୍ତ ଜିତିପାରିବେ ବୋଲି ଅଫିସିଆଲ ୱେବସାଇଟରୁ ଜଣାଯାଇଛି । ଯେଉଁ ୟୁଜର ଗୁଗଲ ପେ’ ଜରିଆରେ ଅଧିକାଂଶ ପେମେଣ୍ଟ କରୁଛନ୍ତି, ଏହି ଅଫର ସେହିମାନଙ୍କ ପାଇଁ ଉପଲବ୍ଧ କରାଯାଇଛି ।
ଏହି ୟୁଜରମାନେ ଅଫରର ଫାଇଦା ଉଠାଇବା ସହ ଟଙ୍କା ରୋଜଗାର କରିପାରିବେ । କ୍ୟାସବ୍ୟାକ ପାଇବା ପାଇଁ ୟୁଜରଙ୍କ ନିକଟରେ ୬ଟି ଲଡୁରୁ ଅତି କମରେ ଗୋଟିଏ ଲଡୁ ଥିବ ଦରକାର । ଅକ୍ଟୋବର ୨୧ ତାରିଖରୁ ଆସନ୍ତା ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଏହି ଅଫରର ଫାଇଦା ଉଠାଇପାରିବେ ଗ୍ରାହକ। ଯଦି ଆପଣ କୌଣସି ମରଜାଣ୍ଟକୁ ୟୁପିଆଇ ଜରିଆରେ ଅତି କମରେ ୧୦୦ ଟଙ୍କା ପେମେଣ୍ଟ କରୁଛନ୍ତି, ତେବେ ଆପଣଙ୍କୁ ଏହି ଲଡୁ ମିଳିପାରିବ ।
ଏହାବ୍ୟତୀତ ୟୁପିଆଇ ଜରିଆରେ ୧୦୦ ଟଙ୍କାର ମୋବାଇଲ ରିଚାର୍ଜ ବା ପୋଷ୍ଟପେଡ ବିଲ ପେମେଣ୍ଟରେ ମଧ୍ୟ ଲଡୁ ମିଳିପାରିବ । ୟୁପିଆଇ ଜରିଆରେ ଅତି କମରେ ୩ହଜାର ଟଙ୍କା କ୍ରେଡିଟ କାର୍ଡ ବିଲ ଭରିବା କିମ୍ବା ଅତି କମରେ ୨୦୦ ଟଙ୍କାର ପାର୍ଟନର ବ୍ରାଣ୍ଡରୁ ଗିଫ୍ଟ କାର୍ଡ କିଣିଲେ ମଧ୍ୟ ଏହି ଲଡୁ ପାଇପାରିବେ ୟୁଜର । ଏହାଦ୍ୱାରା ୟୁଜର ୫୧ ଟଙ୍କାରୁ ୧୦୦୧ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ପାଇପାରିବେ ।