ସାହାରା ନିବେଶକାରୀଙ୍କ ପାଇଁ ଖୁସି ଖବର, ଆସିଲା ପେମେଣ୍ଟ ଲିଷ୍ଟ ଖୁବଶୀଘ୍ର ଏମାନଙ୍କୁ ମିଳିବ ଟଙ୍କା

 
Sahara money

ଆପଣମାନେ ସମସ୍ତେ ତ ଅନେକ ଉପାୟରେ ଟଙ୍କା ସଞ୍ଚୟ କରୁଥିବେ । କେହି କେହି ବ୍ୟାଙ୍କ ଖାତାରେ ଟଙ୍କା ରଖୁଛନ୍ତି ତ ଆଉ କେହି କେହି ଏଲଆଇସି ପଲିସି କରୁଛନ୍ତି ତ ଆଉ କେହି କେହି ଅନେକ ଉପାୟରେ ରଖୁଛନ୍ତି । ଏହା ପୂର୍ବରୁ ଅନେକ ଲୋକ ସାହାରା ଇଣ୍ଡିଆ ନାମକ କମ୍ପାନୀରେ ଟଙ୍କା ନିବେଶ କରୁଥିଲେ । ସାହାରା କମ୍ପାନୀ ତାର ସମସ୍ତ ସ୍କିମ୍ ଭଲ ଆଣିଥିଲା । ଆଉ ଲୋକଙ୍କୁ ଟଙ୍କା ଜମା କରିବାକୁ ଆହ୍ବାନ ଦେଇଥାଏ । କିନ୍ତୁ କିଛିଦିନ ତଳେ ଏହା ଲୋକଙ୍କୁ ଠକି ଦେଇଥିଲା। 

ଆଉ ଅନେକ ଲୋକ ଏଠାରେ ଅନେକ ଧନ ନିବେଶ କରିଥିଲେ । ଏବେ ଖବର ଆସିଛି କି ଏହି ସାହାରା ଇଣ୍ଡିଆ କମ୍ପାନୀରେ ଯେଉଁମାନେ ଟଙ୍କା ନିବେଶ କରୁଛନ୍ତି ତାଙ୍କୁ ତାଙ୍କ ଟଙ୍କା ରିଫଣ୍ଡ ମିଳୁଛି । ଆଉ ଏବେ ଏହାକୁ ନେଇ ଆସିଛି କିଛି ଖବର ଯାହା ଆପଣମାନେ ଏବେ ଜାଣିପାରିବେ । ସାହାରା ଇଣ୍ଡିଆ କମ୍ପାନୀରେ ନିବେଶ କରିଥିବା ଲୋକଙ୍କ ପାଇଁ ଆସିଲା ବଡ ଖୁସି ଖବର । ଅଧିକ ଲାଭ ଆଶାରେ ଏହି କମ୍ପାନୀରେ ଅନେକ ସ୍କିମରେ ଅନେକ ଲୋକ ଅନେକ ଟଙ୍କା ନିବେଶ କରିଛନ୍ତି ।

Sahara money

ସାହାରା ଇଣ୍ଡିଆ ଏବେ ଲୋକମାନଙ୍କୁ ତାଙ୍କ ଟଙ୍କା ଫେରାଉଛି । ଆଉ ଆପଣମାନେ ଯଦି ଏହିଥିରେ ଆବେଦନ କରିଥିବେ ତାହେଲେ ଆପଣ ଆପଣଙ୍କର ଷ୍ଟାଟସ୍ ଦେଖିପାରିବେ । ସାହାରା ଇଣ୍ଡିଆ କମ୍ପାନୀ ତରଫରୁ ଯେଉଁମାନେ ଟଙ୍କା ରିଟର୍ଣ୍ଣ ପାଇବେ ତାଙ୍କର ନୂଆ ଲିଷ୍ଟ ଆସିଛି । ଆପଣଙ୍କ ନାମ ସେହି ନୂଆ ଲିଷ୍ଟରେ ଆସିଛି କି ନାହିଁ ଏହାକୁ ଆପଣମାନେ ଚାହିଁଲେ ଯାଞ୍ଚ କରିପାରିବେ । ଯଦି ଆପଣ ଟଙ୍କା ରିଫଣ୍ଡ କରିବା ପାଇଁ ଆବେଦନ କରିଥିଲେ ତାହେଲେ ଆପଣ ଏହା ଚେକ୍ କରିବା ଆବଶ୍ୟକତା ରହିଛି । 

ପ୍ରାୟ ୧୦ କୋଟି ସାହାରା ନିବେଶକ ଏହି ଖୁସି ଖବର ପାଇବେ ବୋଲି ସୂଚନା ମିଳିଛି । ଅନେକ ଲୋକ ସାହାରା ଇଣ୍ଡିଆରେ ନିବେଶ କରି ଟଙ୍କା ପାଇନଥିଲେ । ଏହାପରେ ଅନେକ ହଂଗାମା ହୋଇଥିଲା । ସାହାରା ଇଣ୍ଡିଆ ଏକ ବଡ ନିବେଶ କମ୍ପାନୀ ଥିଲା । ଆଉ ଏହି କମ୍ପାନୀର ଅନେକ ସ୍କିମରେ ଅନେକ ଲୋକ ଟଙ୍କା ନିବେଶ କରୁଥିଲେ ।ବର୍ତ୍ତମାନ ପାଇଁ କେବଳ ଚାରୋଟି ସ୍କିମରେ ନିବେଶ କରିଥିବା ଲୋକଙ୍କୁ ଟଙ୍କା ଫେରସ୍ତ କରାଯାଉଛି । 

ସେଗୁଡିକ ହେଉଛି ସାହାରା କ୍ରେଡିଟ କପୋରେଟିଭ ସୋସାଇଟ ଲିମିଟେଡ, ସାହାରାୟାନ ୟୁନିଭର୍ଷାଲ ମଲଟିପରପଜ୍ ସୋସାଇଟ ଲିମିଟେଡ, ହମାରା ଇଣ୍ଡିଆ କ୍ରେଡିଟ କପୋରେଟିଭ ସୋସାଇଟ, ଓ ଷ୍ଟାର୍ଟ ମଲଟିପରପଜ୍ କପୋରେଟିଭ ସୋସାଇଟ୍ ଲିମିଟେଡରେ ନିବେଶ କରିଥିବା ଲୋକଙ୍କୁ ଟଙ୍କା ଫେରାଇ ଦିଆଯାଉଛି । ଯଦି ଆପଣ ନିବେଶ କରିଥିବା ଟଙ୍କା ପାଇବାକୁ ଚାହୁଁଛନ୍ତି ତାହେଲେ ଆପଣ ଏହାର ଅଫିସିଆଲ୍ ୱେବସାଇଟକୁ ଯାଇ ଭିଜିଟ କରନ୍ତୁ । ଏଠାରେ ରିଫଣ୍ଡ ପୋର୍ଟାଲରେ କ୍ଲିକ୍ କରନ୍ତୁ, ଏହାପରେ ଏକ ଫର୍ମ ପୂରଣ କରି ଏହାକୁ ସମ୍ବିଟ ଉପରେ କ୍ଲିକ୍ କରନ୍ତୁ । ଏଭଳି ଭାବରେ ସମସ୍ତ ଆବେଦନକାରୀ ନିବେଶ କରିଥିବା ଟଙ୍କା ଫେରି ପାଇବେ ।