OSCB ରେ ଡେପୁଟି ଜେନେରାଲ୍ ମ୍ୟାନେଜର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ, ଅନ୍‌ଲାଇନ୍ ଏମିତି କରନ୍ତୁ ଆବେଦନ

 
OSCB-Recruitment

ଯେଉଁମାନେ ସରକାରୀ ଚାକିରିର ସ୍ୱପ୍ନ ଦେଖୁଛନ୍ତି ସେମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ରହିଛି, କାରଣ ଓଡିଶା ଷ୍ଟେଟ୍ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍(OSCB) ଡେପୁଟି ଜେନେରାଲ୍ ମ୍ୟାନେଜର ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ପ୍ରକାଶ କରିଛି । ଆଗ୍ରହୀ ପ୍ରାର୍ଥୀମାନେ ଏହି ଚାକିରି ପାଇଁ ଆବେଦନ କରିପାରିବେ । ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ OSCBର ଅଫିସିଆଲ୍ ୱେବସାଇଟ୍ www.odishascb.com କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ ।

ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:

For Latest Job news, Join our WhatsApp & Telegram Channel below:

WhatsApp Group (Join Now) Join Now
Telegram Group (Join Now) Join Now

OSCB

ଗୁରୁତ୍ୱପୂର୍ଣ୍ଣ ତାରିଖ :-

ଅନ୍‌ଲାଇନ୍ ଆବେଦନ ଆରମ୍ଭ - 11 ଅକ୍ଟୋବର 2023
ଅନ୍‌ଲାଇନ୍ ଆବେଦନ ଶେଷ - 26 ଅକ୍ଟୋବର 2023
ଅନ୍‌ଲାଇନ୍ ପରୀକ୍ଷା - ନଭେମ୍ବର 2023 (ସମ୍ଭାବନା)

ଯୋଗ୍ୟତା :-

ପ୍ରାର୍ଥୀ ନିଶ୍ଚିତ ଭାବରେ ଓଡିଶାର ସ୍ଥାୟୀ ବାସିନ୍ଦା ହେବା ଆବଶ୍ୟକ ।

ବ୍ୟାଙ୍କିଙ୍ଗ କ୍ଷେତ୍ରରେ ମଧ୍ୟମ / ସିନିୟର ସ୍ତରର ପରିଚାଳନାରେ ବ୍ୟକ୍ତିର ଅତି କମରେ 8 ବର୍ଷର କାର୍ଯ୍ୟ ଅଭିଜ୍ଞତା ରହିବା ଉଚିତ୍ ।

ମଧ୍ୟମ / ବରିଷ୍ଠ ସ୍ତରର ପରିଚାଳନାକୁ ତୃତୀୟ ସ୍ତର (ସ୍କେଲ / କ୍ୟାଡର) ଭାବରେ ଗ୍ରହଣ କରାଯିବ (ଯଥା ଅଫିସର କ୍ୟାଡରରେ ପ୍ରଥମ ଦୁଇଟି ସ୍ତର (ସ୍କେଲ / କ୍ୟାଡର) କୁ ବାଦ ଦେଇ) ।

ଗ୍ରାଜୁଏସନ ସହିତ ବ୍ୟାଙ୍କିଙ୍ଗ ଫାଇନାନ୍ସରେ ଡିପ୍ଲୋମା / CAIIB / ସମବାୟ ବ୍ୟବସାୟ ପରିଚାଳନାରେ ଡିପ୍ଲୋମା ।

ଚାର୍ଟାର୍ଡ ​​/ କଷ୍ଟ୍ ଆକାଉଣ୍ଟାଣ୍ଟ ।

ଯେକୌଣସି ବିଷୟରେ ପୋଷ୍ଟ ଗ୍ରାଜୁଏସନ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରି ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା :-

ସର୍ବନିମ୍ନ ବୟସ - 46 ବର୍ଷ

ସର୍ବାଧିକ ବୟସ - 50 ବର୍ଷ

ବୟସ ଗଣନା 01-04-2023ଅନୁସାରେ ହେବ

SC ପ୍ରାର୍ଥୀଙ୍କ ପାଇଁ ବୟସ କୋହଳ - 5 ବର୍ଷ

ST / SEBC / ମହିଳା ପ୍ରାର୍ଥୀ, PwD ପ୍ରାର୍ଥୀଙ୍କ ପାଇଁ ବୟସ କୋହଳ - 10 ବର୍ଷ

ପଦବୀ ସଂଖ୍ୟା :-

ସାଧାରଣ ବର୍ଗ (UR) - 10 ଟି ପୋଷ୍ଟ୍‌

SC - 3 ଟି ପୋଷ୍ଟ୍‌

ST- 5 ଟି ପୋଷ୍ଟ୍‌

SEBC (OBC) - 2 ଟି ପୋଷ୍ଟ୍‌

ମୋଟ - 20 ଟି ପୋଷ୍ଟ୍‌

ଆବେଦନ ଶୁଳ୍କ :-

ସାଧାରଣ ବର୍ଗ (UR) - 1000 ଟଙ୍କା + 180 ଟଙ୍କା (GST) = 1180 ଟଙ୍କା

SC / ST / SEBC / PwD ବର୍ଗ - 600 ଟଙ୍କା + 108 ଟଙ୍କା(GST) = 708 ଟଙ୍କା

ମାସିକ ଦରମା :-

ଚୟନ ପ୍ରାର୍ଥୀ ମାସକୁ 1,16,050 ଟଙ୍କା ଦରମା ପାଇବେ ।

ଚୟନ ପ୍ରକ୍ରିୟା :-

ଅନ୍‌ଲାଇନ୍ ଟେଷ୍ଟ - 200 ମାର୍କ

ସାକ୍ଷାତକାର - 50 ମାର୍କ

ଡକ୍ୟୁମେଣ୍ଟ୍ ଯାଞ୍ଚ