ଅବିବାହିତାଙ୍କ ପାଇଁ ଖୁସି ଖବର! ବିବାହ କରିଲେ ମିଳିବ ଏତେ ହଜ଼ାର ଟଙ୍କା, ଜାଣନ୍ତୁ ପୂରା ଖବର

 
Marriage

ଆଗକୁ ବିବାହ କରିବାକୁ ପ୍ଲାନ କରୁଥିବା ଯୁବତୀ ମାନଙ୍କ ପାଇଁ ଆସିଛି ଖୁସି ଖବର। ଏଣିକି 'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା' ଅଧୀନରେ ବିବାହ କରିବାକୁ ଯାଉଥିବା ଯୁବତୀମାନଙ୍କୁ ସିଧାସଳଖ ଚେକ୍ ଆକାରରେ ଟଙ୍କା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରକାଶ କରିଛନ୍ତି। ମଧ୍ୟପ୍ରଦେଶ ବାସୀଙ୍କ ପାଇଁ ଏହି ସୁବିଧା ଉପଲବ୍ଧ କରାଯିବ।

Marriage

ପୂର୍ବରୁ, ଏହି ଯୋଜନା ଅନୁଯାଇ ବିବାହ କରୁଥିବା ଯୁବତୀମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରାଯାଉଥିଲା। କିନ୍ତୁ, ଏବେ ସେମାନଙ୍କୁ ଏହା ବଦଳରେ ୫୬ ହଜ଼ାର ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ବୁରହାନପୁର ଜିଲ୍ଲାର ଶାହପୁରରେ ପୂର୍ବତନ ସାଂସଦ ନନ୍ଦକୁମାର ଚୌହାନଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବା ସହିତ ମୁଖ୍ୟମନ୍ତ୍ରୀ ଏଭଳି ଘୋଷଣା କରିଛନ୍ତି।

Cm

ମଦ୍ୟପାନ କରିବା ଏବଂ ମଦ ପିଇ ଗାଡି ଚଳାଉଥିବା ବ୍ୟକ୍ତିଙ୍କର ଡ୍ରାଇଭିଂ ଲାଇସେନ୍ସ କ୍ୟାନ୍ସଲ୍ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି। ଆଗାମୀ ଏପ୍ରିଲ ୧ ତାରିଖଠାରୁ ସମସ୍ତ ପ୍ରକାର ମଦ ବିକ୍ରୟ ଉପରେ ରୋକ୍ ଲାଗିବ ବୋଲି ଏହି ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି। ବିବାହ ସମୟରେ କୌଣସି ପ୍ରକାର ଅସୁବିଧା ନ ହେଉ ସେଥିପାଇଁ ଶିବରାଜ ସରକାର ଲାଡ଼ଲି ବେହନା ଯୋଜନା ପ୍ରଣୟନ କରିଛନ୍ତି।