କରୋନା ପଜିଟିଭ୍ ବରକୁ ବାହା ହେବା ପାଇଁ ପିପିଇ କିଟ୍ ପିନ୍ଧି ପହଞ୍ଚିଲା କନ୍ୟା, ଆଉ ତାପରେ..

 
କରୋନା ପଜିଟିଭ୍ ବରକୁ ବାହା ହେବା ପାଇଁ ପିପିଇ କିଟ୍ ପିନ୍ଧି ପହଞ୍ଚିଲା କନ୍ୟା, ଆଉ ତାପରେ..

ବର୍ତ୍ତମାନ କରୋନା ମହାମାରୀ ସାରା ବିଶ୍ୱ ଏବଂ ସାରା ଦେଶକୁ କବଳିତ କରିଛି। ଏଥିପାଇଁ ସାରା ବିଶ୍ୱରେ ଲକଡାଉନ ଏବଂ ସଟଡାଉନ ପରି ପରିସ୍ଥିତି ସୃଷ୍ଟି ହୋଇଛି। ଲୋକେ ଘରୁ ବାହାରୁନଥିଲା ବେଳେ ବିବାହ ଏବଂ ଅନ୍ୟ କାର୍ଯ୍ୟକ୍ରମ ଉପରେ କଟକଣା ଲଗା ଯାଇଛି। ତେବେ ଏପରି ପରିସ୍ଥିତିରେ ଜଣେ ଯୁବତୀ ନିଜ କୋଭିଡ ପୀଡିତ ପ୍ରେମିକ କୁ ପିପିଇ କିଟ୍ ପିନ୍ଧି ବିବାହ କରିବା ଘଟଣା ଚର୍ଚ୍ଚା କୁ ଆସିଛି।

ଏପରି ବିରଳ ଘଟଣା ଘଟିଛି କେରଳର ଆଲାପୁଜା ମେଡିକାଲ କଲେଜରେ, ଯେଉଁଠାରେ ଏହି ପ୍ରେମୀଯୁଗଳ ବିବାହ କରିଛନ୍ତି। ଏହି ଘଟଣା ମୁତାବକ ଏହି ପ୍ରେମୀ ଯୁଗଲାଙ୍କର ବିବାହ ଉକ୍ତ ଦିନ ଠିକ ହୋଇଯାଇଥିଲା। କିନ୍ତୁ ବର ଏବଂ ତାଙ୍କ ମାଙ୍କୁ କରୋନା ସଂକ୍ରମଣ ହେବାରୁ ବାହାଘର ଅନ୍ୟ ଦିନକୁ ଘୁଞ୍ଚାଇବାକୁ ବ୍ୟବସ୍ତା ହୋଇଥିଲା।

କିନ୍ତୁ ଯୁବତୀ ଜଣକ ଏଥିରେ ରାଜି ନ ହୋଇ ସେହିଦିନ ପିପିଇ କିଟ୍ ପିନ୍ଧି ବାହା ହେବାକୁ ଆସିଥିଲେ, ଏଥିସହିତ ସେ ପ୍ରକୃତ ଭଲପାଇବାର ଉଧାହରଣ ପାଲଟିଛନ୍ତି। ତେବେ ଏହି ବିବାହର ଫୋଟୋ ଗୁଡିକ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଖୁବଶୀଘ୍ର ଭାଇରାଲ ହେବାରେ ଲାଗିଛି।