ଦେଖନ୍ତୁ ଭିଡ଼ିଓ: ବିଚ୍ ରାସ୍ତାରେ କୁନି ଝିଅକୁ ଝୁଣିଦେଇ ଗଲେ କୁକୁର ଦଳ, CCTV ରେ କଏଦ ହେଲା ଛାତିଥରା ଦୃଶ୍ୟ….

 
Child beaten by dogs

ବିଚ୍ ରାସ୍ତାରେ କୁନି ଝିଅକୁ ଝୁଣିଦେଲେ ବୁଲା କୁକୁର ଦଳ। ଗୋଟିଏ ଦୁଇଟି ନୁହେଁ ବରଂ ପାଞ୍ଚ ପାଞ୍ଚୋଟି କୁକୁର ଆକ୍ରମଣରେ କୁନି ଝିଅଟି କ୍ଷତ ବିକ୍ଷତ ହୋଇଯିବା ସହ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ତେବେ, ପୁରା ଘଟଣାର ଏକ ସିସିଟିଭି ଫୁଟେଜ୍ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Attack

ଭାଇରାଲ ହେଉଥିବା ଭିଡ଼ିଓରେ କୁନି ଝିଅଟି ରାସ୍ତାରେ ଖେଳୁଥିବା ଦେଖିବାକୁ ମିଳୁଛି। ଠିକ ସେହି ସମୟରେ କିଛି ବୁଲା କୁକୁର ଝିଅଟି ଉପରକୁ ଆକ୍ରମଣ କରୁଛନ୍ତି। କୁନି ଝିଅଟି ସେମାନଙ୍କ ଠାରୁ ରକ୍ଷା ପାଇବା ପାଇଁ ସତଚେଷ୍ଟା କରିଥିଲେ ମଧ୍ୟ ସଂଘବଦ୍ଧ ହୋଇ ଆସିଥିବା କୁକରମାନେ ତାକୁ ଚାରିଆଡୁ ଘେରି ନେଇଥିଲେ। କୁକୁରମାନେ ଝିଅଟିର ହାତ, ଗୋଡ଼, ମୁଣ୍ଡକୁ କାମୁଡି ରକ୍ତାକ୍ତ କରି ଦେଇଥିଲେ। ତେବେ, ଝିଅଟିର ପାଟି ଶୁଣି ଜଣେ ଯୁବକ କୁକୁରମାନଙ୍କୁ ଘଉଡ଼ାଇ ଦେଇଥିଲେ। ଦେଖନ୍ତୁ ଭିଡ଼ିଓ:-

ମିଳିଥିବା ସୂଚନା ଅନୁଯାଇ ଝିଅଟିର ପିତା ରାଜେଶ ବନସଲ ଭୋପାଳର ଏକ ନିର୍ମାଣାଧୀନ ଘରେ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି। ସେ ଶନିବାର ସନ୍ଧ୍ୟା ସମୟରେ ନିଜ କାମ କରିବାରେ ବ୍ୟସ୍ତ ଥିବାବେଳେ ତାଙ୍କ ଚାରି ବର୍ଷର ଝିଅ ଗୁଡି ବାହାରେ ଖେଳୁଥିଲା। ସେହି ସମୟରେ ହିଁ ଏହି ଅଘଟଣ ଘଟିଯାଇଥିଲା। ଖବର ପ୍ରଘଟ ହେବାପରେ ଭୋପାଳ ମ୍ୟୁନିସିପାଲିଟି କର୍ପୋରେସନ୍ କମିଶନର ଏବଂ ଜିଲ୍ଲା ପ୍ରଶାସନ ଭୋପାଳର ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କଠାରୁ ଜବାବ ମାଗିଛନ୍ତି।