ଅଜବ ଘଟଣା, ସର୍ଟସ୍ ପିନ୍ଧି ଆସିଥିଲେ ପରୀକ୍ଷା ଦେବା ପାଇଁ, ମାତ୍ର ଏହି କାରଣରୁ ବାଧ୍ୟ ହୋଇ ଡୋର୍ ସ୍କ୍ରିନ୍ ଗୁଡ଼େଇ ଦେଲେ ପରୀକ୍ଷା

 
Door screen

ଇନଭିଲେଟରଙ୍କ ରକ୍ଷଣଶିଳ ପ୍ରବୃତ୍ତି ହେତୁ ଜଣେ ଯୁବତୀଙ୍କୁ ହଟହଟା ହେବାକୁ ପଡିଛି। ପ୍ରକୃତରେ ଯୁବତୀ ଜଣକ ସର୍ଟସ୍ ପିନ୍ଧି ଆସିଥିବାରୁ ତାଙ୍କୁ ପରୀକ୍ଷା ହଲ୍ ଭିତରକୁ ପ୍ରବେଶ ଦିଆଯାଇନଥିଲା। ଶେଷରେ ଏକ ଡୋର ସ୍କ୍ରିନ ଗୁଡ଼େଇ ହୋଇ ଯୁବତୀ ଜଣକ ପରୀକ୍ଷା ଦେଇଥିଲେ। ତେବେ, ଏହି ଘଟଣାଟିକୁ ତାଙ୍କ ଜୀବନର ସବୁଠାରୁ ଅପମାନଜନକ ମୁହୂର୍ତ୍ତ ବୋଲି ଯୁବତୀ ଜଣକ ବିବେଚନା କରିଛନ୍ତି।

Shorts

ସୂଚନା ଅନୁଯାଇ, ବୁଧବାର ଦିନ ୧୯ ବର୍ଷୀୟା ଜୁବଲୀ ନାମକ ଏହି ଯୁବତୀ ପ୍ରତିଯୋଗିତା ମୁଳକ ପରୀକ୍ଷା ଦେବାକୁ ଆସାମର ଆଗ୍ରିକଲଚର୍ ୟୁନିଭର୍ସିଟିକୁ ଯାଇଥିଲେ। ସେଠାକୁ ସେ ଏକ ସର୍ଟସ୍ ପିନ୍ଧି ଯାଇଥିବା ବେଳେ ବାହାରେ ସିକ୍ୟୁରିଟି ତାଙ୍କୁ ଅଟକାଇ ନଥିଲା। କିନ୍ତୁ, ଦାୟିତ୍ୱରେ ଥିବା ଇନଭିଲେଟର ସର୍ଟସ୍ ପିନ୍ଧି ଥିବାରୁ ତାଙ୍କୁ ଭିତରକୁ ଆସିବାକୁ ଦେଇନଥିଲେ। ସେଠାରେ ଜୁବଳୀଙ୍କୁ ଫୁଲ୍ ପ୍ୟାଣ୍ଟ ପିନ୍ଧି ଆସିବାକୁ କୁହାଯାଇଥିଲା।

Short pants

ଜୁବଲୀ ତାଙ୍କ ବାପାଙ୍କ ସହିତ ଘରଠାରୁ ୬୦ କିମି ଦୂର ଏହି ସ୍କୁଲକୁ ପରୀକ୍ଷା ଦେବାପାଇଁ ଆସିଥିଲେ। ତାଙ୍କ ବାପା ସ୍ଥାନୀୟ ମାର୍କେଟରୁ ଏକ ଫୁଲପ୍ୟାଣ୍ଟ କିଣି ଆଣିବାକୁ ଯାଇଥିଲେ ହେଁ ତାଙ୍କର ଆସିବାକୁ ଡେରି ହୋଇଯାଇଥିଲା। ପରୀକ୍ଷା ସମୟ ହୋଇଯାଇଥିବାରୁ ଶେଷରେ ଏକ ଡୋର୍ ସ୍କ୍ରିନ ଗୁଡ଼ାଇ ହୋଇ ଜୁବଲୀ ପରୀକ୍ଷା ଦେଇଥିଲେ। ପୁଅମାନେ ସର୍ବସାଧାରଣରେ ସର୍ଟସ୍ ପିନ୍ଧୁଥିବା ବେଳେ ଝିଅମାନଙ୍କ ଉପରେ କଣ ପାଇଁ ଆଙ୍ଗୁଳି ଉଠୁଛି ବୋଲି ଜୁବଲୀ ପ୍ରଶ୍ନ କରିଛନ୍ତି।