ଲଟେରୀ କହିବ କିଏ ମୋ ବର! ୪ ପ୍ରେମିକଙ୍କ ସହିତ ଫେରାର ଯୁବତୀର ଏମିତି ବଛାଗଲା ବର, ପୂରା ଘଟଣା ଜାଣି ହେବେ ତାଜୁବ୍

 
Jhia pua

ଲଟେରୀ ମାଧ୍ୟମରେ ବଛାଗଲା ବର, କଥାଟି ଶୁଣି ଚମକି ପଡ଼ିଲେ କି? ଆଜ୍ଞା ଏହା କୌଣସି ଚଳଚିତ୍ରର ସଂଳାପ ନୁହେଁ ବରଂ ପ୍ରକୃତରେ ହିଁ ଏଭଳି ଏକ ଘଟଣା ଘଟିଯାଇଛି। ଉତ୍ତର ପ୍ରଦେଶ ସ୍ଥିତ ଆମ୍ବେଦକର୍ ନଗରରେ ଏଭଳି ଏକ ବିଚିତ୍ର ଘଟଣା ଘଟିଯାଇଛି। ଆଜିକାଲି ଯୁବକ ଯୁବତୀମାନେ ନିଜ ପସନ୍ଦର ଜୀବନସାଥୀ ବାଛି ଫେରାର ହୋଇଯାଉଥିବା ଖବର କିଛି ନୂଆ କଥା ନୁହେଁ।

Marriage

କିନ୍ତୁ, ଏଠାରେ ଆମ୍ଭେ ଯେଉଁ ଯୁବତୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଜଣେ ଦୁଇଜଣ ଯୁବକ ନୁହେଁ ବରଂ ଏକସହିତ ୪ ଜଣ ଯୁବକଙ୍କ ସହିତ ଫେରାର ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଉକ୍ତ ଯୁବତୀଙ୍କୁ ନିଜ ସମ୍ପର୍କୀୟଙ୍କ ଘରେ ଲୁଚାଇ ରଖିଥିଲେ। ଦୁର୍ଭାଗ୍ୟବଶତଃ ଝିଅ ଘର ଲୋକଙ୍କୁ ଏଥିନେଇ ସୁରାକ ମିଳିବା ପରେ ସେମାନେ ଧରା ପଡ଼ିଯାଇଥିଲେ।

Loterry

ଅନ୍ୟପକ୍ଷରେ ଝିଅର ପରିବାର ଲୋକେ ସମସ୍ତ ୪ ଜଣ ଯୁବକଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ। ପରବର୍ତ୍ତୀ ସମୟରେ ଏଥିନେଇ ଗାଁରେ ପଞ୍ଚାୟତ ବସିଥିଲା। ଯୁବତୀ ଜଣକ କାହାକୁ ବିବାହ କରିବେ ସ୍ଥିର କରିପାରିନଥିଲେ। ତେବେ, ଶେଷରେ ଏଥିନେଇ ଲଟେରୀ କରାଯାଇଥିଲା। ଏହି ଲଟେରୀରେ ଜିତିଥିବା ଜଣେ ଯୁବକଙ୍କ ସହିତ ଉକ୍ତ ଯୁବତୀଙ୍କ ବିବାହ କରାଯାଇଥିବା ଜଣାପଡିଛି।